ଅପରାଧ କାର ପୋଡ଼ିଦେଲେ ଦୁବୃତ୍ତ Angul OnlineAugust 26, 2024August 26, 2024 ଅନୁଗୁଳ – ସାମାନ୍ୟ କଳହରୁ ଘର ନିକଟରେ ରଖିଥିବା କାର ପୋଡ଼ିଦେଲେ ଦୁବୃତ୍ତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ତଳମୂଳ ଗାଁରେ ଘଟିଛି । ସୂଚନା ଅନୁସାରେ ଗତକାଲି ଗାଁର ନରେନ କୁମାର ସାହୁଙ୍କ ଘର ଆଗରେ ଦୁଇ ତିନି ଜଣ ମଦ୍ୟପ ଯୁବକ ବସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ । ଏହା ଦେଖି ନରେନ ଆସି ସେମାନଙ୍କୁ ବାରଣ କରିବାରୁ ମଦ୍ୟପ ଯୁବକ ମାନେ ନରେନଙ୍କୁ ମଧ୍ୟ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ। ତେବେ ରାତିରେ ନରେନଙ୍କ ପରିବାର ଶୋଇଥିବା ବେଳେ ତାଙ୍କ ଗ୍ୟାରେଜରେ ଥିବା କ୍ୱିଡ଼ କାରଟି ଜଳି ଯାଉଥିବା ଦେଖିଥିଲେ । ସେ ନିଜେ ଦୌଡ଼ି ଆସି କାରଟିକୁ ଲିଭାଇବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ । ନିଆଁ ଆୟତ ହେବା ବେଳକୁ କାରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇ ସାରିଥିଲା । ତେବେ ନରେନ ପରେ ଘର ନିକଟରେ ଥିବା ସି ସୁ ଟିଭି ଜାଞ୍ଚ କରି ଦେଖିବାରୁ ଦୁଇ ଜଣ ଯୁବକ ବିଳମ୍ବିତ ରାତିରେ ତାଙ୍କ ଗ୍ୟାରେଜରେ ଦୁଇ ଜଣ ଯୁବକ ପଶୁଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ବଅଁରପାଳ ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏ ନେଇ ତଦନ୍ତ କରୁଛି । Advertisement
ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରି କର୍ମଚାରୀ ଗିରଫ ଅନୁଗୁଳ – ମଦ ଦୋକାନରୁ ଟଙ୍କା ଆତ୍ମସାତ ଅଭିଯୋଗରେ ସେହି ମଦ ଦୋକାନର ଜଣେ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ…
ଯୌତୁକ ଦାବିରେ ନବବଧୁକୁ ହତ୍ଯା ଅଭିଯୋଗ ତାଳଚେର – ଯୌତୁକ ଜୁଇରେ ନବବଧୁ । ସାମାନ୍ୟ ଗୋଟିଏ ଏସି ଓ କିଛି ଟଙ୍କା ପାଇଁ ନବ ବିବାହିତା ଝିଅକୁ ମାରିଦେଲେ ଶାଶୁ ଘର ଲୋକ…
ପ୍ରେମ ବିବାହ କରିଥିଲେ , ତଣ୍ଟି କାଟି ମାରିଦେଲେ – ସ୍ୱାମୀକୁ ଗିରଫ କଲା ପୁଲିସ ଅନୁଗୁଳ – ପ୍ରେମ ବିବାହ କରିଥିଲେ । ହେଲେ କିଛିଦିନ ପରେ ମନ ଭରିଗଲା ଆଉ ଶେଷରେ ତଣ୍ଟି କାଟି ମାରିଦେଲା । ଅନୁଗୁଳ ତୁରଙ୍ଗ ଗାଁରେ…