ଅପରାଧ କାର ପୋଡ଼ିଦେଲେ ଦୁବୃତ୍ତ Angul OnlineAugust 26, 2024August 26, 2024 ଅନୁଗୁଳ – ସାମାନ୍ୟ କଳହରୁ ଘର ନିକଟରେ ରଖିଥିବା କାର ପୋଡ଼ିଦେଲେ ଦୁବୃତ୍ତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ତଳମୂଳ ଗାଁରେ ଘଟିଛି । ସୂଚନା ଅନୁସାରେ ଗତକାଲି ଗାଁର ନରେନ କୁମାର ସାହୁଙ୍କ ଘର ଆଗରେ ଦୁଇ ତିନି ଜଣ ମଦ୍ୟପ ଯୁବକ ବସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ । ଏହା ଦେଖି ନରେନ ଆସି ସେମାନଙ୍କୁ ବାରଣ କରିବାରୁ ମଦ୍ୟପ ଯୁବକ ମାନେ ନରେନଙ୍କୁ ମଧ୍ୟ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ। ତେବେ ରାତିରେ ନରେନଙ୍କ ପରିବାର ଶୋଇଥିବା ବେଳେ ତାଙ୍କ ଗ୍ୟାରେଜରେ ଥିବା କ୍ୱିଡ଼ କାରଟି ଜଳି ଯାଉଥିବା ଦେଖିଥିଲେ । ସେ ନିଜେ ଦୌଡ଼ି ଆସି କାରଟିକୁ ଲିଭାଇବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ । ନିଆଁ ଆୟତ ହେବା ବେଳକୁ କାରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇ ସାରିଥିଲା । ତେବେ ନରେନ ପରେ ଘର ନିକଟରେ ଥିବା ସି ସୁ ଟିଭି ଜାଞ୍ଚ କରି ଦେଖିବାରୁ ଦୁଇ ଜଣ ଯୁବକ ବିଳମ୍ବିତ ରାତିରେ ତାଙ୍କ ଗ୍ୟାରେଜରେ ଦୁଇ ଜଣ ଯୁବକ ପଶୁଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ବଅଁରପାଳ ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏ ନେଇ ତଦନ୍ତ କରୁଛି । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା – ଶବକୁ ଝଡାଫୁଙ୍କା କଲା ଗୁଣିଆ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶବକୁ ଝଡାଫୁଙ୍କା କଲା ଗୁଣିଆ । ସାପ କାମୁଡିଥିବା ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ଗୁଣିଆ…
ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ ଅନୁଗୋଳ – ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ମହିଧରପୁର ନିକଟରେ ଘଟିଛି । ସୂଚନା ଅନୁସାରେ ଅନୁଗୋଳ-କଟକ ପୁରୁଣା…
ଗାନ୍ଧୀ ମାର୍ଗରୁ ଲୁଟିନେଲେ ୧୦ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଗାନ୍ଧୀ ମାର୍ଗରେ ଲୁଟ । ଦିନ ଦ୍ବୀପହରରେ ଲୁଟେରା ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ସୂଚନା ଅନୁସାରେ ଗାନ୍ଧୀ ମାର୍ଗର…