ଅନୁଗୁଳ – ଗଛରେ ଚଢ଼ିଲା ନାବଳିକ ପ୍ରେମିକ । ପ୍ରେମିକାକୁ ଡାକିବାକୁ ଗଛରେ ଚଡି ଜିଦ କଲା । ପ୍ରେମିକା ନ ଆସିଲେ ସେହି ଗଛ ଉପରେ ଆତ୍ମହତ୍ୟା କରିବ ବୋଲି ଧମକ ଦେଲା । ଯେଉଁଥିପାଇଁ ପ୍ରାୟ ଦେଢ଼ ଘଣ୍ଟା ସମସ୍ତଙ୍କୁ ନାକେଦମ ହେବାକୁ ପଡିଥିଲା । ଏଭଳି ଘଟଣା ଅନୁଗୁଳ ସହର ଅମଲାପଡ଼ା ରେ ଘଟିଛି ।

ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲାର ଜଣେ ନାବାଳକ ତାର ଜଣେ ନାବାଳିକା ପ୍ରେମିକକୁ ନେଇ ଘରୁ ଫେରାର ହୋଇ ଯାଇଥିଲା । ପୁଲିସରେ ଅଭିଯୋଗ ପରେ ଗତକାଲି ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ଉଭୟଙ୍କୁ ସି ଡବ୍ଲୁ ସି ରେ ହାଜିର ପରେ ପରେ ପୁଲିସ ନାବାଳିକାଙ୍କୁ ସଖୀ ଗୃହରେ ରଖିଥିବା ବେଳେ ପ୍ରେମିକ ନବାଳକକୁ ଅମଲାପଡାରେ ଥିବା ଉତ୍କଳ ବାଳଶ୍ରମରେ ରଖିଥିଲା । ହେଲେ ଆଜି ସକାଳୁ ନାବାଳକ ଜଣଙ୍କ ହଠାତ ସେଠାରେ ଥିବା ଏକ ପଟାସ ଗଛରେ ଚଢି ଯାଇଥିଲା । ପ୍ରାୟ ୫୦ ଫୁଟ ଉପରେ ଚଡି ବସି ରହିବା ସହ ପ୍ରେମିକାକୁ ତା ପାଖକୁ ଡାକିବାକୁ ଜିଦ ଧରିଥିଲା । ଖବର ପାଇ ଅନୁଗୁଳ ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ନାବାଳକ ଜଣଙ୍କୁ ବହୁ ବୁଝାସୁଝା କରିଥିଲେ ।ପ୍ରାୟ ଦେଢ଼ ଘଣ୍ଟା ଧରି ଏଭଳି ଡ୍ରାମା ଚାଲିଥିଲା । ବହୁ ସମୟ ବୁଝାସୁଝା ପରେ ନାବାଳକ ଜଣଙ୍କ ତଳକୁ ଓଲ୍ହାଇଥିଲା ।

