ମୁଖ୍ୟ ଖବର ରାସ୍ତାରେ ଜଳିଗଲା ଅଟୋ – ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର Angul OnlineSeptember 21, 2021September 21, 2021 ଅନୁଗୁଳ – ଅନୁଗୁଳ ଡାକ୍ତରଖାନା ଛକରେ ଚଳନ୍ତା ଅବସ୍ଥାରେ ଆଜି ଏକ ଅଟୋରେ ଅଗ୍ନିକାଣ୍ଡ ହୋଇଥିଲା । ହଠାତ ଅଟୋରେ ନିଆଁ ଲାଗିଯାଇଥିବା ବେଳେ ସୌଭାଗ୍ୟ ବଶତଃ ଅଟୋର ଡ୍ରାଇଭର ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସୂଚନା ଅନୁସାରେ ବାସଷ୍ଟାଣ୍ଡ ପଟରୁ ଏକ ଟାଟା ମାଜିକ ଅଟୋ ବଜାର ଆଡକୁ ଯାଉଥିବା ବେଳେ ହଠାତ ଇଞ୍ଜିନରୁ ଧୁଆଁ ବାହାରିଥିଲା । ଡ୍ରାଇଭର କିଛି ବୁଝିବା ଆଗରୁ ହଠାତ ଗାଡିରେ ନିଆଁ ଲାଗି ଯାଇଥିଲା । ତେବେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ନିଆଁକୁ ତୁରନ୍ତ ଆୟତ କରି ଦେଇଥିଲେ । ଏଥିରେ ଗାଡିର ମଧ୍ୟ ବିଶେଷ କିଛି କ୍ଷତି ହୋଇ ନଥିବା ଜଣା ପଡିଛି । ସର୍ଟ ସାର୍କିଟ ଯୋଗୁଁ ଏଭଳି ହୋଇଥିବା ଡ୍ରାଇଭର କହିଛନ୍ତି । https://angulonline.com/odia/wp-content/uploads/2021/09/WhatsApp-Video-2021-09-21-at-22.19.51.mp4 Advertisement
ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି , ୩୦ ଘଣ୍ଟା ପଡି ରହିଲା ମୃତଦେହ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ରାମପୁର ଗ୍ରାମର ପଣ୍ଡେଇ ଭୋଇଙ୍କର ମଙ୍ଗଳବାର ଦିନ ତାଙ୍କ ବାସଭବନରେ ପରଲୋକ ହୋଇ ଯାଇଥିଲା । ହେଲେ ସେ…
ବନ ବିଭାଗ ଓ ପୁଲିସ ଗ୍ରାମବାସୀଙ୍କ ଦ୍ବାରା ଅଟକ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଦୁଇ ଦୁଇଟି କଲରାପତରିଆ ବାଘ ମୃତ୍ୟୁ ହୋଇଥିଲା । ସେହି ବାଘ ମୃତ୍ୟୁରେ ସଂଶ୍ଲିଷ୍ଟ ସନ୍ଦେହ କରି କୁଲାଙ୍ଗୀ…
ପୁଲିସ ସ୍ତରରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସଆଇ ଓ ଏଏସଆଇ ସ୍ତରରେ ଅଦଳବଳ କରାଯାଇଛି । ଏହା ସହ ନୂଆଁ କରି ଜିଲ୍ଲାକୁ ଆସି ହେଡ ଜ୍ଵାଟରରେ…