ଅପରାଧ ଛିନତାଇ ଅଭିଯୋଗରେ ୨ ନାବାଳକ ସମେତ ୪ ଗିରଫ Angul OnlineJuly 18, 2021July 18, 2021 ଅନୁଗୁଳ – ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ବେଳେ ଏହି ଘଟଣାରେ ୨ ନାବାଳକଙ୍କ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ, ପଶୁପତି ପଶୁ ଖାଦ୍ୟ କମ୍ପାନୀର ସୁପର ଭାଇଜର କାଳନ୍ଦି ଦେହୁରୀ ଜଣେ ସହଯୋଗୀ ସହ ଅନୁଗୁଳରୁ ବନ୍ତଳା ରାତିରେ ଯିବା ସମୟରେ ଶରଧାପୁର ନିକଟରେ କଣିହାଁ ଥାନା ଅଞ୍ଚଳ ଡ଼େରେଙ୍ଗର ଜଣେ ଯୁବକ, ସଦରଥାନା ଟିପିରିସିଂହାର ଜଣେ ଯୁବକ ଓ ୨ ନାବାଳକ ରାସ୍ତାରେ ଅଟକାଇ ତାଙ୍କ ମୋଟର ସାଇକେଲ ଓ ମୋବାଇଲ ଫୋନ୍ ନେଇ ପଳାଇଥିଲେ । ସେହିଦିନ ଭୋର ସମୟରେ ଶାବଳଭଙ୍ଗା ଗାଁର ଗୋକୁଳ ପ୍ରଧାନ ଅନୁଗୁଳ ଆସୁଥିବା ବେଳେ ତାଙ୍କ ବାଇକ୍ ଓ ଫୋନ୍ ଛଡ଼ାଇ ନେଇଥିଲେ । ଏ ନେଇ ଉଭୟେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ ମୋଟର ସାଇକେଲ ଓ ମୋବାଇଲ ଫୋନ୍ ଉଦ୍ଧାର କରିଛି । Advertisement
ନେତାଙ୍କ ଆପତ୍ତିଜନକ ଫଟୋ ଭାଇରାଲ ପାଲଲହଡା – ବିଜେପି ମଣ୍ଡଳ ଯୁବ ସଭାପତିଙ୍କ ଆପତ୍ତି ଜନକ ଫୋଟୋ ଭାଇରାଲ । ଅଞ୍ଚଳର ଜଣେ ଵିବାହିତା ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମୋବାଇଲରୁ…
୫ ବନ୍ଧୁକ ଜବତ ସହ ୫ ଗିରଫ ଅନୁଗୁଳ – ଘରେ ଦେଶୀ ବନ୍ଧୁକ ରଖିବା ଅପରାଧରେ ୫ ଜଣଙ୍କୁ ଖମାର ଥାନା ପୁଲିସ ଗିରଫ ସହ ୫ ଦେଶୀ ବନ୍ଧୁକ ଜବତ କଡ଼ିଛି ।…
ଗଞ୍ଜେଇ ସହିତ ଟ୍ରାକ୍ଟର ଜବତ ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ପୁଲିସ ଚଢାଉ କରି ଏକ ବସ୍ତା ଗଞ୍ଜେଇ ଓ ଗୋଟିଏ ଟ୍ରାକ୍ଟର ଜବତ…