ଅପରାଧ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଘର ମାଲିକ ଗିରଫ Angul OnlineMarch 8, 2022March 8, 2022 ଅନୁଗୁଳ – ଘରେ ଭଡ଼ାରେ ରହୁଥିବା ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଘର ମାଲିକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ଅନୁଗୁଳ ସହର ବ୍ରାହ୍ମଣୀଦେଇପଡ଼ା ଅଞ୍ଚଳର ୫୨ ବର୍ଷୀୟ ସୁବାଷ ସାହୁ । ସୂଚନା ଅନୁସାରେ, ସୁବାଷଙ୍କ ଏକ ଘରେ ଭଡ଼ାରେ ଏକ ପରିବାର ରହୁଥିଲେ । ପରିବାର ସଦସ୍ୟମାନେ କୌଣସି କାମରେ ବାହାରକୁ ଯାଇଥିଲାବେଳେ ଗତକାଲି କେବଳ ତାଙ୍କର ୭ ବର୍ଷର ଝିଅ ଘରେ ଥିଲେ । ଏହି ସମୟରେ କୌଣସି ବାହାନା କରି ସୁବାଷ ତାଙ୍କ ପାଖକୁ ଯାଇଥିଲେ । ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଘର ଲୋକ ଫେରିବା ପରେ ନାବାଳିକା ଜଣଙ୍କ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଘଟଣା ଜାଣିବା ପରେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ସୁବାଷ ସାହୁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । Advertisement
ପ୍ଲାଷ୍ଟିକ ଗୋଟାଳି କରିଥିଲା ଏଟିଏମ ଲୁଟ ଉଦ୍ୟମ – ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଲୁଟେରାକୁ ଗୁରୁବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଗତ ୩୧…
ଡକାୟତି ମାମଲାରେ ୪ ଗିରଫ – ମୋଟରସାଇକେଲ ଓ ମୋବାଇଲ ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଠାରେ ୨୦୨୦ ମସିହା ଡିସେମ୍ବର ୨୦ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ…
୧୦ ଗ୍ରାମ ବ୍ରାଉନସୁଗାର ଜବତ ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଅନେକଦିନ ହେଲା ଅବକାରୀ ବିଭାଗ ନଜରରେ ଥିବା ଜଣେ ବ୍ରାଉନସୁଗାର ବେପାରିକୁ ଶେଷରେ…