ଅପରାଧ ସାଙ୍ଗର ଛୁରା ମାଡରେ ସାଙ୍ଗ ଗୁରୁତର Angul OnlineFebruary 2, 2022February 2, 2022 ପାଲଲହଡା – ସାଙ୍ଗର ଛୁରା ମାଡରେ ଆଉଜଣେ ସାଙ୍ଗ ଗୁରୁତର । ଏଭଳି ଘଟଣା ଅନଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ନିକଟରେ ଘଟିଛି । ସୂଚନା ଅନୁସାରେ ମୁକ୍ତାପୁର ଗ୍ରାମର ଖିରୋଦ ନାୟକଙ୍କ ତାର ସାଙ୍ଗ ବିଦେଶୀ ଦାନୀ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିଦେଶୀ ଏକ ଧାରୁଆ ଛୁରୀରେ ଖିରୋଦକୁ ଆକ୍ରମଣ କରିଥିଲା । ଫଳରେ ଖିରୋଦ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଛୁରୀ ମାଡ କରିଥିବା ବିଦେଶୀ ଦାନୀ ଫେରାର ଥିବା ଜଣା ପଡ଼ିଛି । ପାଲଲହଡା ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଜରପଡା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସୂଚନା…
ଏ ଟି ଏମ୍ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ବହଲର ଛକ ନିକଟରେ ଥିବା ଏସବିଆଇ ଏଟିମକୁ କଟର ମେସିନରେ କାଟି ଟଙ୍କା ଲୁଟ ହୋଇଥିବା ଦେଖିବାକୁ…
ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ ହୋଇଛି । ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ଆଜି…