ଅପରାଧ ସାଙ୍ଗର ଛୁରା ମାଡରେ ସାଙ୍ଗ ଗୁରୁତର Angul OnlineFebruary 2, 2022February 2, 2022 ପାଲଲହଡା – ସାଙ୍ଗର ଛୁରା ମାଡରେ ଆଉଜଣେ ସାଙ୍ଗ ଗୁରୁତର । ଏଭଳି ଘଟଣା ଅନଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ନିକଟରେ ଘଟିଛି । ସୂଚନା ଅନୁସାରେ ମୁକ୍ତାପୁର ଗ୍ରାମର ଖିରୋଦ ନାୟକଙ୍କ ତାର ସାଙ୍ଗ ବିଦେଶୀ ଦାନୀ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିଦେଶୀ ଏକ ଧାରୁଆ ଛୁରୀରେ ଖିରୋଦକୁ ଆକ୍ରମଣ କରିଥିଲା । ଫଳରେ ଖିରୋଦ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଛୁରୀ ମାଡ କରିଥିବା ବିଦେଶୀ ଦାନୀ ଫେରାର ଥିବା ଜଣା ପଡ଼ିଛି । ପାଲଲହଡା ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ ଅନୁଗୁଳ – ୨୦୧୭ ମସିହା ଅକ୍ଟୋବର ୮ ତାରିଖରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏକ ନାବାଳିକା ବଳାତ୍କାର ମାମଲାର ରାୟ ମଙ୍ଗଳବାର ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟରେ…
ଦୁଷ୍କର୍ମ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବଅଁରପାଳ ବ୍ଲକ୍ ତୁଳସୀପାଳ ଗାଁର ତପନ ଜେନା(୩୧)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ତାକୁ ୨୦ ବର୍ଷ…
ସ୍ବାମୀର ମାଡରେ ସ୍ତ୍ରୀ ମୃତ – ପରକ୍ରିୟା ସନ୍ଦେହରେ ହତ୍ୟା ଅଭିଯୋଗ ଅନୁଗୁଳ – ପରକ୍ରିୟା ସନ୍ଦେହରେ ସ୍ତ୍ରୀକୁ ମାଡ ମାରିଲା ସ୍ଵାମୀ । ସ୍ବାମୀର ମାଡରେ ଟଳି ପଡିଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟନା ଅନୁଗୁଳ ଜିଲ୍ଲା…