ମୁଖ୍ୟ ଖବର ଭଡାଘରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Angul OnlineAugust 28, 2022August 28, 2022 ଅନୁଗୁଳ – ଅନୁଗୁଳ ଥାନା ସୁସୁଡା ଗାଁର ଏକ ଭଡା ଘରୁ ଜଣେ କଲେଜ ପଢୁଆ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ବଇଣ୍ଡା ଅଞ୍ଚଳ ଗରୁଡ଼ ଗାଁର ସନତ କୁମାର ପ୍ରଧାନଙ୍କ ପୁଅ ଅସିତ ପ୍ରଧାନ । ସୂଚନା ଅନୁସାରେ ଅସିତ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ପିଜି ପ୍ରଥମ ବର୍ଷର ଛାତ୍ର । ସେ ସୁସୁଡାରେ ବଉଳିଗଡ଼ ଗାଁ ସତ୍ୟବାନ ଗଡନାୟକ ନାମକ ଆଉ ଜଣେ ଯୁବକଙ୍କ ସହ ମିଶି ଏକ ଭଡା ଘରେ ରହୁଥିଲେ । ଗତ କାଲି ଅସିତ ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପରୀକ୍ଷା ମଧ୍ୟ ଦେଇଥିଲେ । ତେବେ ଆଜି ସତ୍ୟବାନ ପିଜି ପରୀକ୍ଷା ଦେବାକୁ ଯାଇଥିବା ବେଳେ ଅସିତ ଭଡା ଘରେ ଏକୁଟିଆ ଥିଲେ । ଅପରାହ୍ନ ୩ ଟା ବେଳେ ସତ୍ୟବାନ ପରୀକ୍ଷା ଦେଇ ଭଡା ଘରକୁ ଫେରିବା ପରେ ଘରର କବାଟ ଆଉଜା ହୋଇଥିବା ଦେଖି ଭିତରକୁ ଯାଇଥିଲେ । ଭିତରକୁ ଯିବା ପରେ ଗୋଟିଏ ରୁମର ଫ୍ୟାନ ପାଇଁ ଲାଗିଥିବା କଡିରେ ଅସିତଙ୍କ ଝୁଲନ୍ତା ମୃତଦେହ ଦେଖି ପ୍ରଥମେ ଘର ମାଲିକ ଶୋଭିତ ଆଚାର୍ଯ୍ୟଙ୍କୁ ଖବର ଦେଇଥିଲେ । ପରେ ଏ ନେଇ ପୁଲିସକୁ ସୂଚନା ଦେବା ପରେ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । ତେବେ ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପରୀକ୍ଷାରେ ଭଲ କରି ନଥିବାରୁ ସେ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସନ୍ଦେହ କରା ଯାଉଛି । Advertisement
ତାଳଚେର ବଦନାମ – ବହୁ ବିଭ୍ରାଟ ଭିତରେ ହେଲା ଲଡୁ ନିଲାମ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ଗଣପର୍ବ ପ୍ରଭୁ ଶ୍ରୀ ଗଜାନନଙ୍କ ପୂଜା ୨୭ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ।…
ଜିଲ୍ଲାରେ ଫେରିଲା ନାଇଟ କର୍ଫ୍ୟୁ – ଲାଗୁ ହେଲା କଟକଣା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଜିଲ୍ଲା ପ୍ରଶାସନ ଅଙ୍କୁଶ ଲଗାଇଛି । ଜିଲ୍ଲାରେ ଆଜିଠାରୁ ନାଇଟ୍ କର୍ଫ୍ୟୁ ଜାରି ହେବାକୁ…
ଅଜଗର ସାପକୁ ଗିଳିଲା ଅହିରାଜ(ଭିଡିଓ) ଅନୁଗୁଳ – ଫୁଟ ଲମ୍ବର ଅଜଗର ସାପକୁ ଗିଳିଲା ୧୧ ଫୁଟର ଅହିରାଜ ସାପ । ଏଭଳି ଘଟଣା ଆଜି ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ…