ଆଞ୍ଚଳିକ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଫିଟନେସ ଦିବସ ପାଳିତ Angul OnlineMarch 10, 2022March 10, 2022 ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ମଚାରୀ ଆଜି ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସକୁ ଫିଟନେସ ଦିବସ ଭାବେ ପାଳନ କରିଛନ୍ତି । ଏହି ଅବସରରେ ଜେଏସପି ଏବଂ ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁଏହାର କର୍ମଚାରୀ ଏବଂ ସ୍ଥାନୀୟ ଗୋଷ୍ଠୀ ସମୁଦାୟ ନିମନ୍ତେ ଫିଟନେସର ଗୁରୁତ୍ଵ ସଂପର୍କିତ ବହୁବିଧ କାର୍ଯ୍ୟକ୍ରମ ଆୟୋଜନ କରିବା ସାଙ୍ଗକୁ ଗୋଳାବନ୍ଧ ଏବଂ ବାସୁଦେବପୁର ଗ୍ରାମ ଠାରେ ମୁକ୍ତାକାଶ ବ୍ୟାୟାମଶାଳା ଲୋକାର୍ପିତ ହୋଇଥିଲା । ଏହି ଅବସରରେ, ଯୋଗ ଗୁରୁ ସ୍ଵାମୀ ସତ୍ୟବିନ୍ଦୁ ସରସ୍ଵତୀଙ୍କ ତତ୍ଵାବାଧାନରେ ଏକ ମେଗା ଯୋଗ ଅଧିବେଶନ ଜିନ୍ଦଲ ନଗର ପରିସରରେ ଆୟୋଜିତ ହୋଇଥିଲା । ଯେଉଁଥିରେ ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ, ସବ୍ୟସାଚୀ ବନ୍ଦୋପାଧ୍ୟାୟ , ବିଭିନ୍ନ ବିଭାଗୀୟ ମୁଖ୍ୟ ତଥା କର୍ମଚାରୀ ଏବଂ ତାଙ୍କ ପରିବାରବର୍ଗ ବହୁଳ ସଂଖ୍ୟାରେ ଯୋଗଦାନ କରିଥିଲେ । ଏହା ସହିତ ଜେଏସପି ଅନୁଗୁଳ ପ୍ଳାଣ୍ଟର ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା , ସ୍ଥାନୀୟ ଗୋଷ୍ଠୀ ସମୁଦାୟଙ୍କ ଗହଣରେ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସ ପାଳନ କରିବା ସହ ଗୋଳାବନ୍ଧ ଏବଂ ବାସୁଦେବପୁର ଗ୍ରାମ ଠାରେ ମୁକ୍ତାକାଶ ବ୍ୟାୟାମଶାଳାକୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ବ୍ୟାୟାମଶାଳା ଗୁଡିକରେ ଏୟାର ଵାଲ୍କର , ଷ୍କାଇର, ଲେଗ ପ୍ରେସ, ବଡି ଟ୍ଵିଷ୍ଟର, କ୍ରଶ ରାଇଡ଼ର, ଚେଷ୍ଟ ପ୍ରେସ, ସିଟ-ଅପ-ବୋର୍ଡ଼, ଆର୍ମ ବାଇକ, ଇତ୍ୟାଦି ଉପକରଣ ଯୋଗାଇ ଦିଆଯାଇଅଛି । ଜେଏସପି ଅଧ୍ୟକ୍ଷଙ୍କ ଜନ୍ମ ଦିବସ ଅବସରରେ ଜିମ ଉଦଘାଟନ କରି ହୃଦୟେଶ୍ଵର ଝା କହିଥିଲେ ଯେ, ଏହି ସୁବିଧା ସୁଯୋଗ ଗୁଡିକ ଗୋଷ୍ଠୀ ସମୁଦାୟଙ୍କୁ ଶାରୀରିକ ଭାବେ ଫିଟ ରହିବା ପାଇଁ ସହାୟକ ହେବା ସହିତ ଗ୍ରାମର ସବୁ ବୟସ ବର୍ଗର ବ୍ୟକ୍ତି ବିଶେଷ ଏହା ଦ୍ଵାରା ଲାଭାନ୍ଵିତ ହୋଇ ପାରିବେ । ଏହି ଅବସରରେ ଯୋଗ ଗୁରୁ ସ୍ଵାମୀ ସତ୍ୟବିନ୍ଦୁ ସରସ୍ଵତୀ ସମସ୍ତଙ୍କୁ ଯୋଗକୁ ନିଜ ଜୀବନର ଅଂଶ ବିଶେଷ ଭାବେ ଆପଣାଇବା ନିମନ୍ତେ ଆହ୍ଵାନ କରିଥିଲେ । ଗ୍ରାମବାସୀମାନେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ନିଆଯାଉଥିବା ନିଆରା ପଦକ୍ଷେପ ଗୁଡିକର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ନବୀନ ଜିନ୍ଦଲଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ନିମନ୍ତେ ସ୍ଥାନୀୟ ଜିନ୍ଦଲ ନଗର ସ୍ଥିତ ଦେବ ଭୂମି ମନ୍ଦିରଠାରେ ଏକ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା ଏବଂ ଜେଏସପି ଅଫିସ, ଆଶା ଦି ହୋପ ସହ ଅନ୍ୟାନ୍ୟ ସ୍ଥାନରେ କେକ କଟିଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା,ଯେଉଁଥିରେ ସିଏଚଆରଓ, ପଙ୍କଜ ଲୋଚନ, ହୃଦୟେଶ୍ଵର ଝା, ଦାମୋଦର ମିତ୍ତଲ, ସବ୍ୟସାଚୀ ବନ୍ଦୋପାଧ୍ୟାୟ ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଯୋଗ ଦେଇଥିଲେ । Advertisement
ଦୁର୍ଘଟଣାରେ ଜଣେ ମୃତ – ବାପ-ପୁଅ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମାଣପୁର ଗ୍ରାମ ନିକଟରେ ଆଜି ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ବାପ ଓ ପୁଅ ଆହତ…
ଧର୍ମେନ୍ଦ୍ର ପ୍ରଧନଙ୍କ ଘର ଆଗରେ ବିକ୍ଷୋଭ କଲେ ଶିକ୍ଷକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୈତୃକ ଘର ଆଗରେ ଆନ୍ଦୋଳନରେ ବସିଥିଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ । ଢେଙ୍କାନାଳ ଜିଲ୍ଲାରୁ…
ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ତାଲିମ ଶିବିର ଅନୁଷ୍ଠିତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମଙ୍ଗଳମ ଠାରେ ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ଦୁଇ ଦିନିଆ ତାଲିମ ଶିବିର ପୁଲିସ ଏବଂ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ…