ଅପରାଧ ଟିକନ ହତ୍ୟା ଅପରାଧୀ ଗିରଫ Angul OnlineJanuary 13, 2022January 13, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ବେନ୍ତପୁର ଗାଁରେ ଗତ ୧୧ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକନ ନାଏକ ହତ୍ୟା ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ବେନ୍ତପୁର ମୁଣ୍ଡହତାସାହିର ବିଜୁ ନାଏକ । ପୁଲିସ ସୂଚନା ଅନୁସାରେ ୧୧ ତାରିଖ ସକାଳେ ବିଜୁ ଓ ଟିକନ ଏକାଠି ମଦ୍ୟପାନ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟ ମିଳାମିଶା ହୋଇ ଯାଇଥିଲେ । ତେବେ ସନ୍ଧ୍ୟାରେ ପୁଣି ଉଭୟ ଏକାଠି ହେବା ସହ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ବେଳେ ବିଜୁ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଟିକନ ପେଟକୁ ଆଘାତ କରିଥିଲା । ଏଥିରେ ଟିକନର ଅନ୍ତଃବୁଜୁଳା ବାହାରି ଯାଇଥିବା ବେଳେ ଟିକନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଟିକନକୁ କଟକ ସ୍ଥାନାନ୍ତର କରା ଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅନୁଗୁଳ ସଦର ଥାନା ପୁଲିସ ବିଜୁ ନାଏକକୁ ଦଫା ୩୦୨-୩୪ ରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ମୃତ୍ୟୁ ଯାଏଁ ଅନାମକୁ କାରାଦଣ୍ଡ ଅନୁଗୁଳ – ଫାଶୀ ଦଣ୍ଡାଦେଶ ରଦ୍ଦ ହେଲା । ଆଉ ଦୁଷ୍କର୍ମ ପରେ ପଥରରେ ଛେଚି ଜଣେ ନାବାଳିକାକୁ ହତ୍ୟା କରିଥିବା ଅପରାଧୀକୁ ମିଳିଲା ଯାବତଜୀବନ କାରାଦଣ୍ଡାଦେଶ…
ଘର ମାଲିକ ଶୋଇଥିବା ବେଳେ କଳା କନା ବୁଲେଇଲେ ଦୁର୍ବୃତ୍ତ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆମୌଜା ପଞ୍ଚାୟତ ଶରଧାପୁର ଗ୍ରାମର ତଳ ସାହିରେ ଘରେ ମାଲିକ ଶୋଇଥିବା ବେଳେ ଦୁର୍ବୃତ୍ତ କଳା କନା ବୁଲାଇଛନ୍ତି…
ଚନ୍ଦନ କାଠ ସହ ଜଣେ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଚୋରା ଚନ୍ଦନ କାଠ ବେପାରୀ । ୫୧ କିଲୋ ଚନ୍ଦନ କାଠ ସହ ଜଣଙ୍କୁ ଗିରଫ କରିଥିବା…