ଅପରାଧ ଟିକନ ହତ୍ୟା ଅପରାଧୀ ଗିରଫ Angul OnlineJanuary 13, 2022January 13, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ବେନ୍ତପୁର ଗାଁରେ ଗତ ୧୧ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକନ ନାଏକ ହତ୍ୟା ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ବେନ୍ତପୁର ମୁଣ୍ଡହତାସାହିର ବିଜୁ ନାଏକ । ପୁଲିସ ସୂଚନା ଅନୁସାରେ ୧୧ ତାରିଖ ସକାଳେ ବିଜୁ ଓ ଟିକନ ଏକାଠି ମଦ୍ୟପାନ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟ ମିଳାମିଶା ହୋଇ ଯାଇଥିଲେ । ତେବେ ସନ୍ଧ୍ୟାରେ ପୁଣି ଉଭୟ ଏକାଠି ହେବା ସହ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ବେଳେ ବିଜୁ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଟିକନ ପେଟକୁ ଆଘାତ କରିଥିଲା । ଏଥିରେ ଟିକନର ଅନ୍ତଃବୁଜୁଳା ବାହାରି ଯାଇଥିବା ବେଳେ ଟିକନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଟିକନକୁ କଟକ ସ୍ଥାନାନ୍ତର କରା ଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅନୁଗୁଳ ସଦର ଥାନା ପୁଲିସ ବିଜୁ ନାଏକକୁ ଦଫା ୩୦୨-୩୪ ରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଧଳା ଚୋରା ବଲେରୋ ଛାଡି ନେଇଗଲେ ନାଲି ବଲେରୋ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଶିମିଳିସାହି ଠାରୁ ଛେଣ୍ଡିପଦା ପୁଲିସ ସୋମବାର ରାତ୍ରୀ ୯ଟାରେ ଏକ ଚୋରା ବଲେରୋ ଗାଡିକୁ…
ସିରିଜ ଲୁଟ – ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଟଙ୍କା ସୁନା ଲାପଟପ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ସିରିଜ ଲୁଟ । ଲୁଟେରା ଗ୍ୟାଙ୍ଗ ତାଳଚେର ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ବିଳମ୍ବିତ ରାତିରେ ଲୁଟେରା ଗ୍ୟାଙ୍ଗ କିଛି…
ଅସଭ୍ୟ ଗାଳି ଗୁଲଜ ଯୋଗୁଁ ହତ୍ୟା – ୩ ମହିଳା ସମେତ ୮ ଗିରଫ ଅନୁଗୁଳ -(AO) ଅନୁଗୁଳ ସଦର ଥାନା ଡେରେଜାଙ୍ଗ ପ୍ରୋଜେକ୍ଟ ହୁଡାରୁ ଗତକାଲି ବିଳମ୍ବିତ ରାତିରେ ରନ୍ତଳେଇ ଗାଁର ଜଗନ୍ନାଥ ସେନାପତି ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ…