ମୁଖ୍ୟ ଖବର ୫୫ ନମ୍ବର ଜାତୀୟ ରାଜପଥରେ ପୁଣି ଗଡ଼ିଲା ମୁଣ୍ଡ Angul OnlineAugust 6, 2024August 6, 2024 ଅନୁଗୁଳ – ଜାତୀୟ ରାଜପଥ ୫୫ ପୁଣି ନେଲା ଜୀବନ । ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତକ କରଡାଗାଡ଼ିଆ ଗାଁର କାଶୀନାଥ ତୁଙ୍ଗ ବୋଲି ଜଣାପଡିଛି । ସୂଚନା ଅନୁସାରେ ଆଜି କରଡ଼ାଗାଡ଼ିଆ ଗାଁର କାଶୀନାଥ ତୁଙ୍ଗ (୭୨)ଆଜି ସକାଳ ୬ଟା ବେଳକୁ ସାଇକେଲ ଧରି ଠାକୁର ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିଲେ । ତେବେ ୫୫ ନମ୍ବର କରଡାଗାଡ଼ିଆ ଛକ ଠାରେ ତାଙ୍କୁ କୌଣସି ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଗାଡି ଟି ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲା । ଅନ୍ୟପଟେ ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥ କରିବା ଫଳରେ ରାଜପଥରେ ଶହ ଶହ ଗାଡି ଅଟକି ରହିଥିଲା । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ କରୁଛି। Advertisement
ଥାନା ଓ କାରାଗାରାରେ କରୋନା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଏବେ କାୟା ବିସ୍ତାର କରି ଚାଲିଛି । ଗାଁ ଠାରୁ ସହର ସବୁଠି ଏହି ଅଦୃଶ୍ୟ ଭୂତାଣୁ ତାର ସ୍ଥିତି…
ବଦଳିଲେ ଏସଡ଼ିପିଓ – ପରକ୍ରିୟା ସମ୍ପର୍କ ଅଭିଯୋଗ ଆଣିଥିଲେ ପତ୍ନୀ ଅନୁଗୁଳ – ଅନୁଗୁଳ ଏସଡ଼ିପିଓ ଅଶ୍ବିନୀ କୁମାର ସାହୁଙ୍କ ବଦଳି ହୋଇଛି । ଏସଡ଼ିପିଓ ଅଶ୍ଵିନୀଙ୍କୁ କଟକ ପିସିଆର ସେଲକୁ ବଦଳି କରା ଯାଇଛି । ଅଶ୍ଵନୀ…
ଗଞ୍ଜେଇ ବେପାରୀକୁ ୧୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳରେ ୨୦୧୭ ମସିହାରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଥିବା ଜଣେ ଗଞ୍ଜେଇ ବେପାରୀକୁ ୧୦ ବର୍ଷ କାରାଦଣ୍ଡାଦେଶ…