ମୁଖ୍ୟ ଖବର ୫୫ ନମ୍ବର ଜାତୀୟ ରାଜପଥରେ ପୁଣି ଗଡ଼ିଲା ମୁଣ୍ଡ Angul OnlineAugust 6, 2024August 6, 2024 ଅନୁଗୁଳ – ଜାତୀୟ ରାଜପଥ ୫୫ ପୁଣି ନେଲା ଜୀବନ । ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତକ କରଡାଗାଡ଼ିଆ ଗାଁର କାଶୀନାଥ ତୁଙ୍ଗ ବୋଲି ଜଣାପଡିଛି । ସୂଚନା ଅନୁସାରେ ଆଜି କରଡ଼ାଗାଡ଼ିଆ ଗାଁର କାଶୀନାଥ ତୁଙ୍ଗ (୭୨)ଆଜି ସକାଳ ୬ଟା ବେଳକୁ ସାଇକେଲ ଧରି ଠାକୁର ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିଲେ । ତେବେ ୫୫ ନମ୍ବର କରଡାଗାଡ଼ିଆ ଛକ ଠାରେ ତାଙ୍କୁ କୌଣସି ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଗାଡି ଟି ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲା । ଅନ୍ୟପଟେ ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥ କରିବା ଫଳରେ ରାଜପଥରେ ଶହ ଶହ ଗାଡି ଅଟକି ରହିଥିଲା । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ କରୁଛି। Advertisement
ପୋଖରୀରେ ବୁଡି ବାଳକ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପୋଖରୀକୁ ଗାଧୋଇବା ପାଇଁ ଯାଇ ଥିବା…
ବ୍ୟାଙ୍କରେ ଜାଲି କାଗଜ ଦେଇ ଟଙ୍କା ଠକେଇ ଅଭିଯୋଗରେ ବାପ , ପୁଅ ଓ ବୋହୂ ଗିରଫ ଅନୁଗୁଳ – ବ୍ୟାଙ୍କକୁ ଜାଲ କାଗଜପତ୍ର ଦେଇ ୧୦ ଲକ୍ଷ ଟଙ୍କାର ଋଣ ନେବା ଅଭିଯୋଗରେ ଅନୁଗୁଳ ପୁଲିସ୍ ଆଜି ୩ ଜଣଙ୍କୁ ଗିରଫ କରିଛି ।…
ମାଲିକାଣୀକୁ ହତ୍ୟା କରି ଘରୁ ଲୁଟ କଲା ଡ୍ରାଇଭର ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗାଁରେ ମାଲିକାଣୀକୁ ହତ୍ୟା କରି ଟଙ୍କା ସୁନା ଲୁଟ କଲା ଡ୍ରାଇଭର । ରାତିରେ ଘରେ ଅନ୍ୟ…