ମୁଖ୍ୟ ଖବର ନାନୀ-ଭଉଣୀ ଉପରେ ଚଢିଗଲା ହାଇୱା – ଜଣେ ମୃତ Angul OnlineSeptember 6, 2021September 6, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନଗଦିପୁର ଗ୍ରାମ ନିକଟରେ ସ୍କୁଟିରେ ଯାଉଥିବା ନାନୀ-ଭଉଣୀଙ୍କୁ ଏକ ହାଇୱା ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ସଞ୍ଜାମୁରା ପଞ୍ଚୟତର ପ୍ରୀତିସୁମନ ଓ ଅମ୍ରିତା ନାୟକ ଦୁଇ ନାନୀ-ଭଉଣୀ ଅନୁଗୁଳରୁ ନିଜ ଗାଁ ବାଟିମୁଣ୍ଡାକୁ ସ୍କୁଟିରେ ଫେରୁଥିଲେ । ନଗଦିପୁର ଗ୍ରାମ ନିକଟ ହେବା ସମୟରେ ଏକ ବାଲି ବୋଝେଇ ହାଇୱା ଗାଡି ଦୁଇ ଭଉଣୀଙ୍କର ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସାନ ଭଉଣୀ ପ୍ରୀତିସୁମନ ନାୟକଙ୍କର ମୃତ୍ୟୁ ହୋଇଥିଲା । ବଡ଼ ଭଉଣୀ ଅମିତା ନାୟକକୁ ଗୁରୁତର ଅବସ୍ଥାରେ ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ତଦନ୍ତ କରୁଛି । Advertisement
ଅଜଣା ଗାଡି ଧକ୍କାରେ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ-ଦେବଗଡ ୬୩ ନମ୍ବର ରାଜ୍ୟ ରାଜପଥର ଗୋଳାଗାଡିଆ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି ।…
ପୁଲିସ ଭ୍ୟାନ ଧକ୍କାରେ ନାବାଳକ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଶର୍ମାଛକ ଠାରେ ପୁଲିସ ଭ୍ୟାନ ଏକ ମୋଟରସାଇକେଲକୁ ପଛରୁ ଧକ୍କା ଦେବା ଫଳରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି ।…
ନବାଳିକାକୁ ଅସଦାଚରଣ ଅଭିଯୋଗରେ ଡାକ୍ତର ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର…