ଆଞ୍ଚଳିକ ଛାତରୁ ପଡି ଜଣେ ମୃତ Angul OnlineSeptember 20, 2024September 20, 2024 ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକ ନିକଟ ଏକ ଭଡା ଘର ଛାତ ରୁ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣ ଙ୍କ ଜଗତସିଂହପୁର ଜିଲ୍ଲାର ପ୍ରକାଶ ସ୍ୱାଇଁ । ସୂଚନା ଅନୁସାରେ , ପ୍ରକାଶ ପ୍ରାୟ ଦୁଇ ବର୍ଷ ହେବ ତାଙ୍କ ଜଣେ ବନ୍ଧୁଙ୍କ ସହ ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକ ନିକଟ ଏକ ଭଡା ଘରେ ରହୁଥିଲେ । ସେ ସ୍ଥାନୀୟ ଏକ କମ୍ପାନୀରେ କାମ କରୁଥିଲେ। ଗତ ରାତିରେ ପ୍ରକାଶ ଏବଂ ତାଙ୍କ ବନ୍ଧୁ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ରୁ ଫେରି ଛାତ ଉପରେ ବୁଲୁ ଥିବା ବେଳେ ତଳେ ପଡି ଯାଇଥିବା ସନ୍ଦେହ କରାଯାଉଛି । ଅନୁଗୁଳ ଟାଉନ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। Advertisement
ବିଜୁ ଯୁବ ଜନତା ଦଳ ଦ୍ବାରା ୪୧ ୟୁନିଟ୍ ରକ୍ତ ସଂଗୃହିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଧାୟକ ଶ୍ରୀଯୁକ୍ତ ଶୁସାନ୍ତ କୁମାର ବେହେରାଙ୍କ ଆହ୍ବାନ କ୍ରମେ ପାଟକୁମୁଣ୍ଡା…
ଓଡିଶାରେ ନୂଆ ୧୦ଟି ମେଡିକାଲ କଲେଜ ନିର୍ମାଣ ହେବ – କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ବେଳେ ସୂଚନା ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅନୁଗୁଳ ଗସ୍ତରେ ଆସିଛନ୍ତି । ଅପରାହ୍ନରେ ସେ ଅନୁଗୁଳ ପହଞ୍ଚି…
କେନାଲରେ ବୁଡି ଶିଶୁ ମୃତ ଅନୁଗୁଳ – ଅନୁଗୋଳ ସହର ଉପକଣ୍ଠ ହେମସୁରପଡା କେନାଲରେ ବୁଡି ଆଜି ଜଣେ ଶିଶୁର ମୃତ୍ଯୁ ହୋଇଛି । ହେମସୁରପଡା କେନାଲ ହୁଡାରେ ଦୁଇ ଶିଶୁ ଖେଳୁଥିବା…