ଆଞ୍ଚଳିକ ରାସ୍ତା ନିର୍ମାଣ ଦାବିରେ ବିକ୍ଷୋଭ Angul OnlineAugust 18, 2021August 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟା ପଞ୍ଚାୟତର ବାଲିପଟା-ଚନ୍ଦ୍ରପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଲୋକ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏଥିପାଇଁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବା ଦାବିରେ ଆଜି(ବୁଧବାର) ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଏଥିସହ ଯୁଦ୍ଧକାଳୀନ ଭିତ୍ତିରେ ସମ୍ଭାବ୍ୟ ମରୁଡ଼ିର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ଦାବି କରି ଏସୟୁସିଆଇ(କମ୍ୟୁନିଷ୍ଟ)ର ମିଳିତ ସହଯୋଗରେ ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ ବଙ୍ଗଳାଠାରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏସୟୁସିଆଇ(କମ୍ୟୁନିଷ୍ଟ) ଛେଣ୍ଡିପଦା ଆଞ୍ଚଳିକ କମିଟି ସମ୍ପାଦକଙ୍କ ପରିଚାଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଗ୍ରାମ କମିଟିର କିଶୋରୀ ପ୍ରଧାନ, ବୀରବର ମାଝୀଙ୍କ ସମେତ ଯୁବ ନେତା ମାନସ ପାଳ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ସରକାରଙ୍କ ପ୍ରଚାର ସର୍ବସ୍ୱ ଯୋଜନାକୁ ସମାଲୋଚନା କରିବା ସହିତ ରାସ୍ତା ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ । ଗ୍ରାମରେ ଥିବା ଏକମାତ୍ର ବିଦ୍ୟାଳୟକୁ ମଧ୍ୟ ବନ୍ଦ କରାଯାଇଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି । ବାରମ୍ବାର ଶିକ୍ଷା ବିଭାଗକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏଥିପାଇଁ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଯଥାଶୀଘ୍ର ଦାବି ପୂରଣ କରିବାକୁ ଅନୁରୋଧ କରାଯାଇଛି । Advertisement
ଜେଏସପି ଫାଉଣ୍ଡେସନ ପକ୍ଷରୁ ମମତା କେନ୍ଦ୍ରକୁ ସହୟତା ଅନୁଗୋଳ – ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ସାମାଜିକ ଦାୟିତ୍ଵବୋଧ ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ମଙ୍ଗଳବାର ଫୋଲ୍ଡେବୁଲ କାଉଚ ସହ ବିଭାଜନ ପରଦା…
ବରିଷ୍ଠ କିରାଣୀଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣୀ ମିହିର କୁମାର ଜେନାଙ୍କ ପରଲୋକ ହୋଇଛି । ସେ ଆଠମଲ୍ଲିକ ଉପଖଣ୍ଡ ହସ୍ପିଟାଲରେ ଦୀର୍ଘ…
ମାଇକ୍ରୋବାୟୋଲୋଜିଷ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଇକ୍ରୋବାୟୋଲୋଜିଷ୍ଟ ପଦରେ ଥିବା ଡାକ୍ତର ସୁଶ୍ରୀ ଶାନ୍ତି ତ୍ରିପାଠୀଙ୍କ ଅନ୍ୟତ୍ର ବଦଳି ହୋଇଛି । ସେ ଏନ୍.ସି.ଡି.ସି. (NCDC), ନୂଆଦିଲ୍ଲୀରେ…