ଆଞ୍ଚଳିକ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ Angul OnlineSeptember 19, 2024September 19, 2024 ଅନୁଗୁଳ -ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ମେଗା ଶିବିରକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ । ମାରୱାଡ଼ି ଧର୍ମଶାଳା ଠାରେ ଆୟୋଜିତ ଏହି ଶିବିରରେ ରକ୍ତଦାନ ପାଇଁ ଏକକାଳୀନ ୫୦ ଟି ଶଯ୍ୟାର ବ୍ୟବସ୍ଥା କରାଯାଇଥିଲା । ପ୍ରତିଷ୍ଠାନର ସଭାପତି ଦୀପକ ବର୍ମା, ପୂର୍ବତନ ସଭାପତି ଅଶୋକ କୁମାର ଜୈନ୍,ସମ୍ପାଦକ ନିଳାଞ୍ଚଳ ପ୍ରଧାନଙ୍କ ସମେତ ମୁଖ୍ୟ ସଂଯୋଜକ ବିକ୍ରମ ଅଗ୍ରୱାଲ,ଉପସଭାପତି ଅଶୋକ ମୋଦି,ଶେଖ୍ ରଫିକ୍,ସାଂସ୍କୃତିକ ଅଧ୍ଯକ୍ଷ ଚନ୍ଦ୍ରକାନ୍ତ ଧଳ,ପୀୟୂଷ କାନୁ ମହୁରୀ,ବଜରଙ୍ଗ ଲାଲ ମାନଡୋଠିଆ, ଅତୁଲ ପଂଶାରି ତଥା ପ୍ରତିଷ୍ଠାନର ବହୁ ସଭ୍ୟ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଅନୁଗୁଳର ପ୍ରତି ବାଣିଜ୍ୟ ସଂସ୍ଥାର ସଦସ୍ୟ,ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଆଗ୍ରହର ସହ ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ। ଶିବିରରୁ ମୋଟ ୧୦୩୧ ୟୁନିଟ ରକ୍ତ ସଂଗୃହୀତ ହୋଇ ରେକର୍ଡ ସୃଷ୍ଟି କରିଥିଲା । Advertisement
ଭଡାଟିଆଙ୍କ ମାଡରେ ଘର ମାଲିକିଆଣୀ ଗୁରୁତର ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପୁରୁଣା ଜରାସିଂହା ଗ୍ରାମରେ ଆଜି(ଶନିବାର) ଦ୍ବିପ୍ରହର ବେଳା ଭଡାଟିଆଙ୍କ ମାଡରେ ଘର ମାଲିକାଣୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ…
୧୩ ଫୁଟର ଅଜଗର ଉଦ୍ଧାର ଅନୁଗୁଳ – ସ୍ନେକ ହେଲପ ଲାଇନ ଦ୍ୱାରା ୧୩ ଫୁଟର ଅଜଗର ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଶଙ୍ଖପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ…
ଆଦର୍ଶ ଗୃପ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠରେ ଥିବା ଆଦର୍ଶ ଇଞ୍ଜିନିୟରିଂ କଲେଜ ପରିସରରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଓଡିଶାର ମୁଖ୍ଯମନ୍ତ୍ରୀ…