ଆଞ୍ଚଳିକ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ Angul OnlineSeptember 19, 2024September 19, 2024 ଅନୁଗୁଳ -ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ମେଗା ଶିବିରକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ । ମାରୱାଡ଼ି ଧର୍ମଶାଳା ଠାରେ ଆୟୋଜିତ ଏହି ଶିବିରରେ ରକ୍ତଦାନ ପାଇଁ ଏକକାଳୀନ ୫୦ ଟି ଶଯ୍ୟାର ବ୍ୟବସ୍ଥା କରାଯାଇଥିଲା । ପ୍ରତିଷ୍ଠାନର ସଭାପତି ଦୀପକ ବର୍ମା, ପୂର୍ବତନ ସଭାପତି ଅଶୋକ କୁମାର ଜୈନ୍,ସମ୍ପାଦକ ନିଳାଞ୍ଚଳ ପ୍ରଧାନଙ୍କ ସମେତ ମୁଖ୍ୟ ସଂଯୋଜକ ବିକ୍ରମ ଅଗ୍ରୱାଲ,ଉପସଭାପତି ଅଶୋକ ମୋଦି,ଶେଖ୍ ରଫିକ୍,ସାଂସ୍କୃତିକ ଅଧ୍ଯକ୍ଷ ଚନ୍ଦ୍ରକାନ୍ତ ଧଳ,ପୀୟୂଷ କାନୁ ମହୁରୀ,ବଜରଙ୍ଗ ଲାଲ ମାନଡୋଠିଆ, ଅତୁଲ ପଂଶାରି ତଥା ପ୍ରତିଷ୍ଠାନର ବହୁ ସଭ୍ୟ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଅନୁଗୁଳର ପ୍ରତି ବାଣିଜ୍ୟ ସଂସ୍ଥାର ସଦସ୍ୟ,ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଆଗ୍ରହର ସହ ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ। ଶିବିରରୁ ମୋଟ ୧୦୩୧ ୟୁନିଟ ରକ୍ତ ସଂଗୃହୀତ ହୋଇ ରେକର୍ଡ ସୃଷ୍ଟି କରିଥିଲା । Advertisement
ବିୟର କ୍ୟାନରେ ପଶିଗଲା ଢାମଣା ସାପ ଅନୁଗୁଳ – ବିୟର କ୍ୟାନରେ ପଶିଗଲା ଢାମଣା ସାପ । ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କଲେ । ଏଭଳି…
ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବଲେରୋ ଛେଣ୍ଡିପଦା – ଅନୁଗୋଳ-ଦେବଗଡ ଜିଲ୍ଲା ସୀମାନ୍ତ ଟିକିରା ପୋଲ ନିକଟରେ ଏକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏକ ମୋଟରସାଇକେଲକୁ ଧକ୍କା ଦେଇ ଏକ…
ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ଵସ୍ତି ଏକ୍ସପ୍ରେସ ଏବଂ ଶିଶୁଙ୍କ ପାଇଁ ସ୍କୁଲ ବସ ଲୋକାର୍ପିତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ…