ଅପରାଧ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ Angul OnlineAugust 25, 2023August 25, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ମୋବାଇଲ ଲୁଟି ନେଇଛି । ଗରିବ , ନିଃସହାୟ ମହିଳାଙ୍କୁ ଇସ୍ୟୁରାନ୍ସ କରାଇ ଦେବାର ପ୍ରଲୋଭନ ଦେଖାଇ ବିଳମ୍ବିତ ରାତିରେ ତାଙ୍କ ଠାରୁ ୪୫୦୦ ଟଙ୍କା ଓ ମୋବାଇଲ୍ ଲୁଟି ନେଇ ଦୁର୍ବୃତ୍ତ ଜଣଙ୍କ ପଳାଇ ଯାଇଛି । ଟଙ୍କା ଓ ମୋବାଇଲ୍ ହରାଇ ରାତି ସାରା ଅସହାୟ ହୋଇ ଡାକ୍ତରଖାନାରେ ବୁଲିବା ପରେ ଅନୁଗୁଳ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତାଳଚେର କଙ୍କିଳି ଗ୍ରାମର ନିଳିମା ସାହୁ ପୁଅର ଦେହ ଅସୁସ୍ଥ ଥିବାରୁ ସ୍ଵାମୀଙ୍କ ସହ ପୁଅଙ୍କୁ ଧରି ଗୁରୁବାର ସନ୍ଧ୍ୟାରେ ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁଅର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାମୀ-ସ୍ତ୍ରୀ ଗୁରୁତର ପୁଅକୁ ଧରି ରାତି ପ୍ରାୟ ୧୧ଟା ବେଳକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ସେମାନଙ୍କ ପାଖକୁ ଆସି ସ୍ୱାମୀ-ସ୍ତ୍ରୀଙ୍କ ସରଳତାକୁ ଦେଖି ୬୫୦୦ ଟଙ୍କା ଦେଲେ ୮୫ ହଜାର ଟଙ୍କାର ଇନ୍କ୍ୟୁରାନ୍ସ ଟଙ୍କା କରାଇ ଦେବ ବୋଲି ଲୋଭ ଦେଖାଇଥିଲା । ତେବେ ଦମ୍ପତ୍ତି ଏଥିରେ ରାଜି ନହେବାରୁ ଠକ ସେମାନଙ୍କ ସାମ୍ନାରେ ଏକାଧିକ ଲୋକଙ୍କୁ ଫୋନ୍ କରି ବିଶ୍ବାସ ଜନ୍ମାଇଥିଲା । ଗାଁ ସରପଞ୍ଚଙ୍କ ପରିଚିତ ବୋଲି ଜାଣି ଦମ୍ପତି ତାକୁ ବିଶ୍ବାସ କରିଥିଲେ । ପାଖରେ ଥିବା ୪୫୦୦ ଟଙ୍କା ଦେଇଥିଲେ । ବଳକା ୨ ହଜାର ଟଙ୍କା ଠକ ନିଜ ହାତରୁ ଦେଇ ଇସ୍ୟୁରାନ୍ସ କରାଇ ଦେବ ବୋଲି କହିଥିଲା । ଏମିତିକି ଦମ୍ପତ୍ତିଙ୍କ ଠାରୁ ସେମାନଙ୍କ ମୋଟାଇଲ୍ ମାଗି ନେଇଥିଲା । ସକାଳେ ଦିଦି ଆସିବା ପରେ ଇନସୁରାନ୍ସ ମିଳିବ କହି ଦମ୍ପତ୍ତିଙ୍କ ଠାରୁ ଆଧାର କାର୍ଡ, ବ୍ୟାଙ୍କ ତଥ୍ୟ ଆଦି ନେଇଥିଲା । ତେବେ ବିଳମ୍ବିତ ରାତିରେ ଠକ ଜଣଙ୍କ ମଉକା ଦେଖି ଫେରାର ହୋଇ ଯାଇଥିଲା । ପରେ ଦମ୍ପତ୍ତି ଠକକୁ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ । Advertisement
ଏକ ତରଫା ପ୍ରେମରେ ବିଫଳ ହୋଇ ନାବାଳିକାର ତଣ୍ଟି କାଟି ହତ୍ଯା ଅନୁଗୋଳ – ଏକ ପାଖିଆ ପ୍ରେମ ପାଇଁ ହତ୍ୟାକାଣ୍ଡ । ଘରେ ପଶି ନାବାଳିକାର ତଣ୍ଟି କାଟି ହତ୍ୟା କଲା ଯୁବକ । ଏଭଳି ଘଟଣା ଅନୁଗୋଳ…
ଭୁଜାଲିରେ ହାଣି ଲୁଟି ନେଲେ ୨ ଲକ୍ଷ ଟଙ୍କା ଛେଣ୍ଡିପଦା – ଭୁଜାଲିରେ ଆକ୍ରମଣ କରି ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ଦୁବୁର୍ତ୍ତ । ଭୁଜାଲି ଆକ୍ରମଣରେ…
ପାଞ୍ଚ ବ୍ରାଉନସୁଗାର ବେପାରୀଙ୍କୁ କାବୁ କଲା ପୁଲିସ – ବ୍ରାଉନସୁଗାର ସହ ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗାଡ଼ରଖାଇ ଠାରେ ଥିବା ନାଲକୋ ଆଲୁମିନିୟମ ପାର୍କ ଅଞ୍ଚଳରୁ ୫ ଜଣ ବ୍ରାଉନସୁଗାର ବେପାରୀଙ୍କୁ ସ୍ପେଶାଲ ସ୍କ୍ୱାର୍ଡ…