ଆଞ୍ଚଳିକ ଟିଟିପିଏସ ଟାଉନସିପ୍ ସୁରକ୍ଷାକର୍ମୀଙ୍କ ଧାରଣା Angul OnlineMarch 25, 2022March 25, 2022 ଅନୁଗୁଳ – ବକେୟା ଦରମା ଓ ଅନ୍ୟାନ୍ୟ ଦାବି ନେଇ ସୁରକ୍ଷାକର୍ମୀଙ୍କ ଧାରଣା । ଶୁକ୍ରବାର ତାଳଚେର ଥର୍ମାଲ ଟାଉନସିପ୍ ରେ ନିୟୋଜିତ ଜସମିତ ଚୌହ୍ଵାନ ସିକ୍ୟୁରିଟି ଏଜେନ୍ସିର ସୁରକ୍ଷାକର୍ମୀମାନେ ବିଭିନ୍ନ ଦାବି ନେଇ ସ୍ଥାନୀୟ ସୁରକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେମାନଙ୍କ ଅଭିଯୋଗ ହେଲା ଯେ , ଏନଟିପିସି/ଟିଟିପିଏସରେ ନିୟୋଜିତ ସମସ୍ତ ସଂସ୍ଥା ସେମାନଙ୍କର ମାସିକ ଦରମା ଠିକ୍ ସମୟରେ ପାଉଥିବା ବେଳେ ଜସମିତ ଚୌହ୍ଵାନ ସିକ୍ୟୁରିଟି ଏଜେନ୍ସି ଜରିଆରେ କାମ କରୁଥିବା ୫୦ରୁ ଊର୍ଦ୍ଧ୍ୱ ଘରୋଇ ସୁରକ୍ଷାକର୍ମୀଙ୍କୁ ନିୟମିତ ଦରମା ମିଳୁନାହିଁ । ଗତ ୪ ମାସ ହେଲାଣି ଦରମା ନମିଳିବାରୁ ସେମାନଙ୍କ ଦ୍ଵାରା ପରିବାର ଚଳାଇବା କଷ୍ଟକର ହୋଇ ପଡିଲାଣି । ଏମିତିକି ପିଲାମାନଙ୍କର ପାଠପଢ଼ା, ଘରଭଡ଼ା ଖର୍ଚ୍ଚ ବହନ କରିବାକୁ ବି ଏବେ ଅସମର୍ଥ ହୋଇ ପଡ଼ିଛନ୍ତି । ମୁଖ୍ୟତଃ ଅବସରପ୍ରାପ୍ତ କର୍ମଚାରୀମାନେ ଏହି ଏଜେନ୍ସିରେ ସୁରକ୍ଷାକର୍ମୀଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ଇଏସଆଇରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇନାହିଁ । ଫଳରେ ବୟସର ଅପରାହ୍ନରେ ସେମାନେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ଏଜେନ୍ସିରେ ଯୋଗ ଦେବା ପରଠାରୁ ସେମାନେ ପିଏଫ୍ ଟଙ୍କା ବି ପାଇପାରୁନାହାନ୍ତି । ଏ ନେଇ ସେମାନେ ଡାଇରେକ୍ଟର ଜେନେରାଲ ଅଫ୍ ରିସେଟେଲମେଣ୍ଟ (ମିନିଷ୍ଟ୍ରି ଅଫ୍ ଡିଫେ୍ନସ)ଙ୍କୁ ଏକ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିବା ସହ ତାଳଚେର ଥର୍ମାଲ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ତେବେ ଯଦି ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କୁ ବକେୟା ଦରମା ନ ମିଳେ ତେବେ ଏପ୍ରିଲ ପହିଲାରୁ ସମସ୍ତ ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇ ଧାରଣାରେ ବସିଥିଲେ । ପରେ ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାସୁଝା କରି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବାପରେ ସୁରକ୍ଷାକର୍ମୀମାନେ ଧାରଣା ପ୍ରତ୍ୟାହୃତ କରିଥିବା ଜଣାଯାଇଛି । Advertisement
ଫୁଡ୍ ଫର ଲାଇଫ୍ କାର୍ଯ୍ୟକ୍ରମରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ ଅନୁଗୁଳ – ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ୍) ଅନୁଗୁଳ ପକ୍ଷରୁ ରବିବାର ସୌଭାଗ୍ୟ ନଗର ବସ୍ତି, ତାମ୍ରିତ୍ କଲୋନୀ, ଅନୁଗୋଳ ରେ ଫୁଡ୍ ଫର ଲାଇଫ୍…
ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ଅନୁଗୋଳ – ଅନୁଗୋଳ ବ୍ଲକ ଜଗନ୍ନାଥପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତଥା ଉପକେନ୍ଦ୍ର ତରଫରୁ ସ୍ଥାନୀୟ ନିଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ…
ବିୟର କ୍ୟାନରେ ପଶିଗଲା ଢାମଣା ସାପ ଅନୁଗୁଳ – ବିୟର କ୍ୟାନରେ ପଶିଗଲା ଢାମଣା ସାପ । ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କଲେ । ଏଭଳି…