ଆଞ୍ଚଳିକ ଜଙ୍ଗଲରେ ପଡିଛି ନିଶାଗ୍ରସ୍ତ ହାତୀ ! Angul OnlineJune 9, 2022June 9, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ପଡି ରହିଛି ଅସୁସ୍ଥ ହାତୀ । ଅଭୟାରଣ୍ୟର ବଦଜୁକୁବୁ ଜଙ୍ଗଲରେ ଏହି ହାତୀଟି ଦୁଇ ଦିନ ହେଲା ପଡି ରହିଛି । ଗୋଡ଼ ଶୁଣ୍ଢ ହଲାଉ ଥିବା ବେଳେ ପଡି ରହିଥିବାରୁ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀର ସ୍ୱାସ୍ଥ୍ୟ ଅବସ୍ଥା ପରଖି ଦେଖିଛି । ହାତୀ ଦେହରେ କୌଣସି କ୍ଷତ ନଥିବା ବେଳେ କେଉଁଠାରୁ ମହୁଲ ପୋଚ ଖାଇ ଦେଇଥିବା ସନ୍ଦେହ କରୁଛି ବନ ବିଭାଗ । ପୋଚ ଖାଇ ନିଶାଗ୍ରସ୍ତ ହୋଇ ପଡି ରହିଥିବା ଅନୁମାନ କରା ଯାଉଛି । ହାତୀ ନିକଟରେ ବନ ବିଭାଗ ଓ ପଶୁ ଚିକିତ୍ସକ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ନଜର ରଖିଛନ୍ତି । Advertisement
ଜେଏସପି ଫାଉଣ୍ଡେସନ ପକ୍ଷରୁ ମମତା କେନ୍ଦ୍ରକୁ ସହୟତା ଅନୁଗୋଳ – ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ସାମାଜିକ ଦାୟିତ୍ଵବୋଧ ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ମଙ୍ଗଳବାର ଫୋଲ୍ଡେବୁଲ କାଉଚ ସହ ବିଭାଜନ ପରଦା…
ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର ଅନୁଷ୍ଠିତ ଅନୁଗୁଳ – ରବିବାର ହ୍ୟୁମାନ୍ ରାଇଟ୍ସ୍ ଫ୍ରଣ୍ଟ ଇଣ୍ଡିଆ ଆନୁକୂଲ୍ୟରେ ଏକ ଦିନିକିଆ ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର ଅନୁଗୁଳ ମାରଓ୍ବାଡି ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି…
ମୋଟରସାଇକେଲ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଦୁର୍ଘଟଣାରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୋଟରସାଇକେଲ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ।…