ଅପରାଧ ୬ ଜଣ ଜୁଆଡ଼ି ଗିରଫ – କାର, ମୋଟରସାଇକେଲ , ଟଙ୍କା ଜବତ Angul OnlineJanuary 15, 2022January 15, 2022 ଅନୁଗୁଳ – ଅନୁଗୁଳ ସଦର ପୁଲିସ ପଞ୍ଚମହଲାର ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉକରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ହେମୁସୁରପଡ଼ାର ଧରଣୀ ଦାସ , ମଦନମୋନପଡ଼ାର ଜ୍ଞାନ ରଞ୍ଜନ ପୃଷ୍ଟି , କଣିହାଁ ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁର ଶ୍ରୀଧର ନାଏକ , ଥର୍ମାଲ ଜଗନ୍ନାଥପୁର ଗାଁର ରୁଚିର ନାହାକ , କୋଲିୟରୀ ଥାନା ଅନ୍ତର୍ଗତ ଡ଼ଅଁରା ଗାଁର ମାନସ ବିଶ୍ବାଳ ଓ ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗାଁର ନିରଞ୍ଜନ ସାହୁ । ସେମାନଙ୍କଠାରୁ ୧୦ ହଜାର ୭୪୦ ଟଙ୍କା, ମୋବାଇଲ ଫୋନ୍, ଗୋଟିଏ କାର(ଓଡି୧୯ଡି- ୭୪୫୫), ୨ଟି ମୋଟରସାଇକେଲ ଜବତ କରାଯାଇଛି । Advertisement
କାର ସହ ୫୨ କେଜି ଗଞ୍ଜେଇ ଜବତ-୪ ଜଣ ଯୁବକ ଗିରଫ ପାଲଲହଡା – ଗଞ୍ଜେଇ ଚୋରାଚାଳଣ ବେଳେ ପୁଲିସ ଦୁଇଟି କାର ସହ ୫୨ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣ…
ସୌନ୍ଦର୍ଯ୍ୟ ପଛରେ ଥାଉ ପ୍ରଚାର ଆଗ – ସ୍କୁଲ କାନ୍ଥରେ ପ୍ରଚାର ପୋଷ୍ଟର ଅନୁଗୁଳ – ପୌରନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପ୍ରାର୍ଥୀମାନେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରଚାର ଜୋରସୋରରେ କରୁଛନ୍ତି । ଘର…
ମହିଳା ସଂଘ ସଦସ୍ଯାଙ୍କ ଠାରୁ ଟଙ୍କା ଠକେଇ ଘଟଣା- ମା ଓ ଝିଅ ଗିରଫ ଅନୁଗୁଳ – ମହିଳା ସଂଘର ସଭାନେତ୍ରୀ ହୋଇ ମହିଳାଙ୍କ ନାମରେ ବ୍ଯାଙ୍କରୁ ଋଣ ନେବା ସହ ମହିଳା ମାନଙ୍କ ଠାରୁ ଧାର ଆକାରରେ ଟଙ୍କା ନେଇ ଫେରାର…