ସମସ୍ୟା ଆମ ହସପିଟାଲ ଦାବିରେ ତହସିଲ ଅଫିସ ଘେରାଉ Angul OnlineMay 2, 2023May 2, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଛେଣ୍ଡିପଦା ଠାରେ ଏହି ହସପିଟାଲ ଉପରେ ନିର୍ଭର କରୁଥିବା ପ୍ରାୟ ୪୦ ଗାଁର ଲୋକ ଅଂଦୋଳନ ଆନ୍ଦୋଳନ ଚଳାଇଛନ୍ତି । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀର ସଦର ମହକୁମା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରାଯାଇଛି । ଛେଣ୍ଡିପଦା ହସପିଟାଲଟି ଏହି ନିର୍ବାଚନ ମଣ୍ଡଳୀର ସର୍ବ ପୁରାତନ CHC ଏବଂ ସଦର ମହକୁମାରେ ଅବସ୍ଥିତି ସତ୍ୱେ ଏଠାରେ ବ୍ୟତିକ୍ରମ ଦେଖାଦେଇ ଅନ୍ୟତ୍ର ଯୋଜନା ସ୍ଥାନାନ୍ତର କରାଯାଇଛି । ଛେଣ୍ଡିପଦା ଡାକ୍ତରଖାନା ଉପରେ ସର୍ବାଧିକ ଲୋକ ମଧ୍ୟ ନିର୍ଭରଶୀଳ ରୁହନ୍ତି । ଏଣୁ ପୂର୍ବ ନିର୍ଦ୍ଧାରିତ ଛେଣ୍ଡିପଦା ଡାକ୍ତରଖାନାକୁ ଆମ ଡାକ୍ତରଖାନା ଯୋଜନାରେ ସାମିଲ କରିବାକୁ ଦାବି କରା ଯାଇଛି । ତେବେ ଏହି ଦାବି ନେଇ ସୋମବାର ଶତାଧିକ ମହିଳା ଶୋଭାଯାତ୍ରାରେ ଆସି ତହସିଲ ଅଫିସ ଘେରାଉ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ମନଂକ ସହ ଧସ୍ତାଧସ୍ତି ପରିସ୍ଥିତି ମଧ୍ଯ ଉପୁଜିଥିଲା । Advertisement
ଅନୁଗୁଳରେ ଚାଲିବ ଅଟୋ-ଆମ୍ବୁଲାନ୍ସ – କରୋନା ଆକ୍ରାନ୍ତଙ୍କୁ ମେଡିକାଲ ନେବ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ସହର ଅପେକ୍ଷା ଗାଁ ମାନଙ୍କରେ କରୋନା ଆକ୍ରାନ୍ତ ସଂଖ୍ୟା ଅଧିକ ବାଢୁଛି । ସେହି ଗାଁ ଆକ୍ରାନ୍ତ ମାନଙ୍କୁ ଡାକ୍ତରଖାନା…
ସୌନ୍ଦର୍ଯ୍ୟ ବଦଳରେ କଦର୍ଯ୍ୟ – ଯାଯାବର ଗଢିଲେଣି ସ୍ଥାୟୀ ବସ୍ତି ଅନୁଗୁଳ – ଅନୁଗୁଳ ଜିଲ୍ଲାକୁ ନୂଆଁ କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଆସିବା ପରେ ଅନୁଗୁଳବାସୀ ଅନୁଗୁଳ ସହରର ଚିତ୍ର ବଦଳିବା ବୋଲି ଆଶା କରିଥିଲେ…
ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ନାଗରିକ ମଞ୍ଚ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ବିଦ୍ୟୁତ ବିଭାଗ ଏକ ପ୍ରକାର ଅକାମି ହୋଇପଡିଛି । ବାରମ୍ବାର ଆଘୋଷିତ ବିଦ୍ୟୁତ କାଟ ସହିତ ଲୋ ଭୋଲ୍ଟେଜ…