ଅନଲାଇନ ଏକ୍ସକ୍ଲୁସିଭମୁଖ୍ୟ ଖବର ପ୍ରଥମ ଜିଲ୍ଲାପାଳଙ୍କ ଦେହାନ୍ତ Angul OnlineMay 16, 2021May 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ଦ୍ବିଜବର କାନୁନଗୋଙ୍କର ପରଲୋକ ଘଟିଛି । ସ୍ଵର୍ଗତ କାନୁନ୍ଗୋ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିବବା ପରେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ପରେ କୋଭିଡ୍ କଟକଣା ଅନୁଯାୟୀ ସତ୍ୟନଗର ଶ୍ମଶାନରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଓଡ଼ିଶାର ଜିଲ୍ଲା ପୁନର୍ଗଠନ ପରେ ଦ୍ଵିଜବର କାନୁନ୍ଗୋ ଅନୁଗୁଳର ପ୍ରଥମ ଜିଲ୍ଲାପାଳ ଭାବେ ୧୯୯୩ ମସିହା ଏପ୍ରିଲ ମାସ ୧ ତାରିଖରୁ ସେହି ବର୍ଷ ଡିସେମ୍ବର ୬ ତାରିଖ ଯାଏ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଥିଲେ । ପୂର୍ବରୁ ସେ ଭୁବନେଶ୍ଵରରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରଶାସନ ବିଭାଗର ମାହାଲ ନିର୍ଦ୍ଦେଶକ ଆଦି ଗୁରୁତ୍ଵପୂର୍ଣ୍ଣ ପଦ ପଦବିରେ ଅବସ୍ଥାପିତ ହୋଇଥିଲେ । ଅବସର ପରେ ସେ ଓକିଲାତି କରୁଥିଲେ । କଟକ ଜିଲ୍ଲାର ନିଆଳି ବ୍ଲକ୍ ଅନ୍ତର୍ଗତ ମାଧବ ଗାଁରେ ଜନ୍ମ ହୋଇଥିବା ବେଳେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ବିଭିନ୍ନ ମହଲରେ ସେ ପରିଚିତ ଥିଲେ । Advertisement
ଆଠମଲ୍ଲିକରେ ଖୋଲିବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପରିଷଦର ବାର୍ଷିକ ଅନୁଦାନକୁ…
ଛକ ଉପରେ ଦୁଇ ଯୁବତୀଙ୍କ ମାଡପିଟ – ୧୫ ମିନିଟ ରାସ୍ତା ଜାମ ଅନୁଗୁଳ -(AO)- ରାସ୍ତା ମଝିରେ ଦୁଇ ଯୁବତୀଙ୍କ ଖଣ୍ଡଯୁଦ୍ଧ । ୧୫ ମିନିଟ ଧରି ରାସ୍ତା ଜାମ । ଏହି ଦୁଇ ଯୁବତୀଙ୍କ ମାଡପିଟ ଯୋଗୁଁ ଚାରି…
କ୍ୱାକ କରୁଛନ୍ତି ଚିକିତ୍ସା – ସ୍ୱାସ୍ଥ୍ୟ ପ୍ରଶାସନ ନିରବ ଅନୁଗୁଳ – କ୍ୱାକଙ୍କ ଚିକିତ୍ସା ଯୋଗୁଁ ଲୋକଙ୍କ ଜୀବନ ଯାଉଛି । ଏହାର ସଦ୍ୟ ଉଦାହରଣ ହେଉଛି ରବିବାର ଅନୁଗୁଳ ଜିଲ୍ଲା ଜିଲ୍ଲା ଠାକୁରଗଡ଼ ଥାନା…