ଅପରାଧ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିଲା ପୁଲିସ Angul OnlineSeptember 16, 2022September 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଗତ କାଲି ବିଲମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ବେଳେ ୫ ଜଣ ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ , କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ଵରେ ଏକ ଟିମ୍ କୁଇଓ ଜଙ୍ଗଲରେ ଡକାୟତି ଯୋଜନା କରୁଥିବା ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରେ ଥିବା ୫ ଜଣଙ୍କୁ ପୁଲିସ କାବୁ କରି ନେଇଥିଲା । ପଚରାଉଚରା ବେଳେ ସେମାନେ ଡକାୟତି ପାଇଁ ଯୋଜନା କରୁଥିବା କଥା ମାନି ଯାଇଥିବା ପୁଲିସ କହିଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ କରଡ଼ାଗାଡ଼ିଆ ଗ୍ରାମର ନୀଳକଣ୍ଠ ଗୋଚ୍ଛାୟତ , ପୁରୁଣାଗଡ଼ ଗ୍ରାମର ମିଲନ ନାଏକ , କୁମଣ୍ଡ ଗ୍ରାମର ତ୍ରିଲୋଚନ ନାଏକ ,କୁଇଓ ଗ୍ରାମର ଆଶିଷ ଗଡ଼ନାୟକଙ୍କ ସମେତ ଜଣେ ନାବାଳକ ଥିବା ଜଣା ପଡ଼ିଛି। ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର, ଦୁଇଟି ଚୋରା ମୋବାଇଲ ଫୋନ, ଦୁଇଟି ନମ୍ବର ବିହିନ ମଟର ସାଇକେଲ ଜବତ କରାଯାଇଛି। Advertisement
୩୪ ଗ୍ରାମ ବ୍ରାଉନ ସୁଗାର ଜବତ, ୭ ଅଟକ ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଟାଉନ ହାଇସ୍କୁଲ ସମ୍ମୁଖ ପୌରପାଳିକା ଭେଣ୍ଡିଂ ଜୋନ୍ ଠାରୁ ୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅନୁଗୁଳ…
ଚୋରି ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ କଲେଜ କ୍ବାର୍ଟରର ଆଜବେଷ୍ଟସ୍ ଭାଙ୍ଗି ଚୋରି ଅଭିଯୋଗରେ ପୁଲିସ ବୁଧବାର ୭ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା…
ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ଅନୁଗୁଳ – ସ୍କୁଲରୁ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଛନ୍ତି ଅନୁଗୁଳ…