ଅପରାଧ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିଲା ପୁଲିସ Angul OnlineSeptember 16, 2022September 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଗତ କାଲି ବିଲମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ବେଳେ ୫ ଜଣ ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ , କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ଵରେ ଏକ ଟିମ୍ କୁଇଓ ଜଙ୍ଗଲରେ ଡକାୟତି ଯୋଜନା କରୁଥିବା ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରେ ଥିବା ୫ ଜଣଙ୍କୁ ପୁଲିସ କାବୁ କରି ନେଇଥିଲା । ପଚରାଉଚରା ବେଳେ ସେମାନେ ଡକାୟତି ପାଇଁ ଯୋଜନା କରୁଥିବା କଥା ମାନି ଯାଇଥିବା ପୁଲିସ କହିଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ କରଡ଼ାଗାଡ଼ିଆ ଗ୍ରାମର ନୀଳକଣ୍ଠ ଗୋଚ୍ଛାୟତ , ପୁରୁଣାଗଡ଼ ଗ୍ରାମର ମିଲନ ନାଏକ , କୁମଣ୍ଡ ଗ୍ରାମର ତ୍ରିଲୋଚନ ନାଏକ ,କୁଇଓ ଗ୍ରାମର ଆଶିଷ ଗଡ଼ନାୟକଙ୍କ ସମେତ ଜଣେ ନାବାଳକ ଥିବା ଜଣା ପଡ଼ିଛି। ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର, ଦୁଇଟି ଚୋରା ମୋବାଇଲ ଫୋନ, ଦୁଇଟି ନମ୍ବର ବିହିନ ମଟର ସାଇକେଲ ଜବତ କରାଯାଇଛି। Advertisement
ମହିଳାଙ୍କୁ ଠକି ଜଣେ ଗିରଫ ଅନୁଗୁଳ – ଜଣେ ମହିଳାଙ୍କ ଠାରୁ ଟଙ୍କା ଠକି ନେବା ଅଭୋଯୋଗରେ ଅନୁଗୁଳ ପୁଲିସ ଉପେନ୍ଦ୍ର ରାଉତ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…
ସିଗାରେଟ କିଣାକୁ ନେଇ ହତ୍ୟାକାଣ୍ଡ ଅନୁଗୁଳ – ସିଗାରେଟ ବାକି ମାଗିବାରୁ ଗଣ୍ଡଗୋଳ ଆଉ ପରେ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ସଦର ଥାନା ନୂଆଁସାହି ଗାଁରେ ।…
ମହିଳାଙ୍କ ଠାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ମିଳିଛି ଏକ ବଡ଼ ସଫଳତା । ବ୍ରାଉନସୁଗାର ବିକ୍ରି ପାଇଁ ନେଉଥିବା ବେଳେ ଏହି ବେପାରରେ କିଙ୍ଗପିନ କୁହା…