ମୁଖ୍ୟ ଖବର ନଦୀରେ ଭାସିଗଲେ ଦୁଇ ସାଙ୍ଗ – ଜଣେ ଉଦ୍ଧାର , ଜଣେ ମୃତ Angul OnlineJanuary 25, 2022January 25, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କଙ୍କିଳି ଗାଁ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଅଘଟଣ । ଭୋଜି କରିବାକୁ ନଦୀ ଘାଟକୁ ଆସିଥିବା ବେଳେ ଗାଧୋଉଥିବା ସମୟରେ ନଦୀରେ ଭାସିଗଲେ ଦୁଇ ସାଙ୍ଗ । ଜଣଙ୍କୁ ଅନ୍ୟ ସାଙ୍ଗ ମାନେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କୁ ମୃତ ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଥିଲେ । ମୃତକ ଜଣକ ହେଲେ ବିହାର ପାଟନା ଅଞ୍ଚଳର ଅଭିଷେକ ଆନନ୍ଦ । ସୂଚନା ଅନୁଯାୟୀ ଆଜି ତାଳଚେର କଙ୍କିଳି ଗ୍ରାମ ନଦୀ ଘାଟ ନିକଟକୁ ୭ ଜଣ ସାଙ୍ଗ ଭୋଜି କରିବାକୁ ଆସିଥିଲେ । ତାଙ୍କ ଭିତରୁ ଦୁଇ ଜଣ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ଭାସି ଯାଇଥିଲେ । ସେଥି ମଧ୍ୟରୁ ଜଣଙ୍କୁ ସାଙ୍ଗମାନେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ପାଣିର ପ୍ରଖର ସ୍ରୋତରେ ଭାସି ବୁଡି ଯାଇଥିଲେ । ବହୁ ସମୟ ଖୋଜାଖୋଜି ପରେ ଗ୍ରାମବାସୀ ମାନେ ମୃତ ଅବସ୍ଥାରେ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିଥିଲେ । ମୃତକ ଜଣକ ଅନୁଗୁଳର ଏକ ଘରୋଇ ଇଂଜିନିୟରିଂ କଲେଜର ବିଟେକ ମାଇନିଂ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ । ସେ ତାଳଚେର ରେମୁଆଁ ଠାରେ ଭଡାରେ ରହି ପାଠ ପଢୁଥିଲେ । ଘଟଣା ସ୍ଥଳରେ ତାଳଚେର ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
କୋଭିଡ କଟକଣା ଭିତରେ ମା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ତାଳଚେର – ତାଳଚେର ଗୋପାଳପ୍ରସାଦ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆଜି ହେଉଛି ବାର୍ଷିକ ଯାତ୍ରା । ନଅ ଦିନ ବ୍ୟାପୀ ମା‘ଙ୍କ ଏହି ପୂଜା…
ପାଣିରେ ବୁଡି ଗ୍ରାମରକ୍ଷୀଙ୍କ ମୃତ୍ୟୁ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ସିବିଡା ଗ୍ରାମର ଏକ ନାଳରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାଲଲହଡ଼ା ଥାନାରେ…
ବଦଳିଲେ ୮ ଥାନା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଈନ୍ସପେକ୍ଟର ସ୍ତରରେ ବ୍ଯାପକ ଅଦଳବଦଳ ହୋଇଛି । ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶକ୍ରମେ…