ଆଞ୍ଚଳିକ ଜରୁରୀ କାଗଜ ପତ୍ର ଓ ଟଙ୍କା ପାଇ ଥାନାରେ ଦେଲେ ଦୁଇ ଯୁବ ବନ୍ଧୁ Angul OnlineAugust 17, 2021August 17, 2021 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ କଳ୍ପତରୁ ହୋଟେଲ ପାଖ ଦେଇ ଯାଉଥିବା ବେଳେ ଦୁଇ ଯୁବ ବନ୍ଧୁ ଚନ୍ଦନ କୁମାର ସାହୁ ଓ କମଳକାନ୍ତ ସାହୁଙ୍କୁ ରାସ୍ତାରୁ ଏକ ପର୍ସ ମିଳିଥିଲା । ପର୍ସରେ ଜଣେ ଯୁବକଙ୍କ ଆଧାର କାର୍ଡ, ଏଟିଏମ ଓ ଡ୍ରାଇଭିଂ ଲାଇସେନ୍ସ ସହ କିଛି ଟଙ୍କା ଥିବା ଉଭୟ ଦେଖିଥିଲେ । ଏହା ଦେଖି ସେମାନେ ଅନୁଗୁଳ ଥାନାକୁ ଯାଇ ସମସ୍ତ ଜରୁରୀ କାଗଜପତ୍ର ସମେତ ପର୍ସତିକୁ ପୁଲିସର ଜିମା ଦେଇଛନ୍ତି । ହଜିଥିବା ଡକ୍ୟୁମେଣ୍ଟ ଗୁଡିକ ହେଉଛି ଆଠମଲ୍ଲିକ ଅନ୍ତର୍ଗତ ଠାକୁରଗଡ଼ ଥାନା ଖଜୁରିଯୋଡ଼ା ଗ୍ରାମର ରଞ୍ଜିତ ରାଉତଙ୍କର ବୋଲି ଜଣା ପଡିଛି । ପର୍ସ ହଜିଥିବା ଯୁବକ ଜଣଙ୍କୁ ଖବର ଦେଇ ଏହି ଡକ୍ୟୁମେଣ୍ଟ ଗୁଡିକ ପ୍ରଦାନ କରିବାକୁ ପୁଲିସକୁ ଦୁଇ ଯୁବ ବନ୍ଧୁ ଅନୁରୋଧ କରିଛନ୍ତି । Advertisement
ସତ୍ୟାଗ୍ରହରେ ଓକିଲ ଅନୁଗୁଳ – ସତ୍ୟାଗ୍ରହରେ ଓକିଲ ସଂଘ । ସାରା ଭାରତରେ ଆଜି ଓକିଲ ମାନେ ସତ୍ୟାଗ୍ରହ କରୁଥିବା ବେଳେ ଅନୁଗୁଳ ଜିଲ୍ଲାର ସମସ୍ତ କୋର୍ଟ ଆଗରେ ମଧ୍ୟ…
ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ଅମରେଶ୍ବର ମିଶ୍ରଙ୍କ ପରଲୋକ ତାଳଚେର – ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ତଥା ବିଶିଷ୍ଟ ରାଜନୈତିକ ବିଶାରଦ ଅମରେଶ୍ବର ମିଶ୍ରଙ୍କ ପରଲୋକ ଘଟିଛି । ତାଙ୍କୁ ୭୪ ବର୍ଷ ହୋଇଥିଲା ।…
ଆୟୁର୍ବେଦ ଦିବସ ପାଳିତ ତାଳଚେର – ତାଳଚେର ଥର୍ମାଲ ଆଶାଲୋକ ଚିକିତ୍ସାଳୟ ଓ ଏନ ଟି ପି ସି/ ଟି ଟି ପି ଏସ ଦ୍ୱାରା ଡି ଏ ଭି ସ୍କୁଲ…