ରାଜନୀତି ବିଜେପି ଛାଡିଲେ ରବି ପାଣି Angul OnlineApril 5, 2024April 5, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣାଶୁଣା ତଥା ବରିଷ୍ଠ ନେତା ରବି ନାରାୟଣ ପାଣି ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ଭାରତୀୟ ଜନତା ପାର୍ଟିର ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଦଳରେ ନୈତିକତା ଏବଂ ନୀତିର ଜାଗା ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଦଳରେ ବରିଷ୍ଠ ଏବଂ ସଚ୍ଚୋଟ ଲୋକଙ୍କୁ ଅଣଦେଖା କରା ଯାଉଛି । ଯାହା ଫଳରେ ଦଳରେ ଥାଇ ମଧ୍ୟ ନୀରବ ଦର୍ଶକଙ୍କ ପରି ନିଷ୍କ୍ରିୟ ହେବାକୁ ବାଧ୍ୟ ହେବାକୁ ପଡୁଛି ବୋଲି ସେ ଲେଖିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଗତ 2019ରେ ରବି ନାରାୟଣ ପାଣି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ଦଳରେ ତାଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ କଣଠେଶା କରି ରଖାଯାଇଥିଲା । Advertisement
ଜିଲ୍ଲା ପାଇଁ ଯୁବ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି…
ଦଳ ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଅନୁଗୁଳ – ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକ ବିଧାୟକ ସଞ୍ଜୀବ କୁମାର ସାହୁ । ବୁଧବାର…
ମିଛ ଫଟୋ ଦେଇ ଟ୍ରୋଲ ହେଲେ ବିଧାୟକ ଅନୁଗୁଳ – ସାମାଜିକ ଗଣମାଧ୍ୟମର ଚାହିଦାକୁ ଦେଖି ନେତା ମାନେ ନିଜ ପ୍ରଚାର ପ୍ରସାର କରିବାର ସୁଯୋଗକୁ ହାତଛଡା କରୁ ନାହାନ୍ତି । ନିଜ ଅଞ୍ଚଳର ପ୍ରତ୍ଯେକ…