ଚୋରୀ ପିକଅପ ଭ୍ୟାନ ଜବତ – ତିନି ଗିରଫ

ଅନୁଗୁଳ – ପିକ୍ଅପ୍ ଭ୍ୟାନ୍ ଚୋରି କରି ତିନି ଗିରଫ । ଅନୁଗୁଳ ସହର ଗାନ୍ଧୀମାର୍ଗରେ ରହୁଥିବା ପ୍ରଶାନ୍ତ କୁମାର ବେହେରାଙ୍କ ପିକ୍ଅପ୍ ଭ୍ୟାନଟି ଗତ ୬ ତାରିଖ ରାତିରେ ଚୋରି ହୋଇଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଉକ୍ତ ଦିନ ରାତିରେ ଗାଡ଼ି ନଂ ଓଡ଼ି ୧୯ ଏ ୩୭୦୬ ଟିକୁ ଘର ସମ୍ମୁଖରେ ରଖିଥିଲେ। ସକାଳୁ ଉଠି ଦେଖିଲା ବେଳକୁ ଗାଡି ନ ଥିଲା। ସିସି ଟିଭିରେ ଗାଡି ନେଇ ଯାଉଥିବାର ଦୃଶ୍ୟ କଏଦ୍ ହୋଇଥିବା ଦେଖି ଅନୁଗୁଳ ଟାଉନ୍ ଥାନାରେ ସେ ଅଭିଯୋଗ କରିଥିଲେ । ପୁଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରି ଆଜି ସରଫରାଜ ଖାଁନ, ଏହମଦ ରାଜ, ଏମଡି ସଗୀରଙ୍କୁ ଗିରଫ କରିଛି । ତିନି ଜଣ ଅଭିଯୁକ୍ତ ଲଙ୍କ ପାଖରୁ ଚୋରି ହୋଇଥିବା ପିକ୍ ଅପ ଭ୍ଯାନ ଜବତ କରାଯିବା ସହ ଚୋରି କରିବା ପାଇଁ ଆସିଥିବା ସ୍କୁଟିକୁ ମଧ୍ୟ ଜବତ କରିବା ସହ ତିନି ଗୋଟି ମୋବାଇଲ ଫୋନ ଏକ ମାଷ୍ଟର ଚାବି କୁ ଜବତ କରିଛି । ସମସ୍ତ ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । ଚୋରି ହୋଇଥିବା ପିକଅପ୍ ଭ୍ଯାନ କୁ ଉଦ୍ଧାର ପରେ ପିକଅପ୍ ଭ୍ଯାନ ପ୍ରଶାନ୍ତ ବେହେରା ଙ୍କୁ ଥାନା ପକ୍ଷରୁ ହସ୍ତାନ୍ତର କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page