ରାଜନୀତି ବିଜେପି ସରକାର ଆସିଲେ ବେନାମୀ ସମ୍ପତ୍ତି ଥିବା ଲୋକଙ୍କ ସ୍ଥାନ ଜେଲ – ଧର୍ମେନ୍ଦ୍ର Angul OnlineApril 29, 2024April 29, 2024 ଆଠମଲ୍ଲିକ – ଚଳିତବର୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ବିଜେପି ସରକାର ହେବ । ଓଡ଼ିଶାରେ ସର୍ବାଧିକ ସିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଯିବ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ଆମ ରାଜ୍ୟ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବରେ ଗଢି ତୋଳିବା ପାଇଁ ବିଜେପିକୁ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ଶ୍ରୀ ପ୍ରଧାନ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ପ୍ରଥମେ ଶ୍ରୀ ପ୍ରଧାନ ଏହି ନିର୍ବାଚନମଣ୍ଡଳୀର କୃତିବାସପୁରରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ସିଦ୍ଧେଶ୍ୱର ସାହୁ, ସର୍ବେଶ୍ୱର ପ୍ରଧାନଙ୍କ ସମେତ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଶତାଧିକ ନେତା, କର୍ମୀ ଏବଂ ସମାଜସେବୀଙ୍କୁ ଦଳରେ ସ୍ୱାଗତ କରିଥିଲେ । ପରେ ଠାକୁରପଡାରେ ଅନୁଷ୍ଠିତ ବିଶାଳ ରୋଡ ସୋ’ରେ ସାମିଲ ହୋଇ ବିଜେପିକୁ ଆଶୀର୍ବାଦ କରିବା ପାଇଁ ନିବେଦନ କରିଥିଲେ । ଏହା ପରେ ଠାକୁରପଡାରେ ଦଳ ପକ୍ଷରୁ ଅନୁଷ୍ଠିତ ପରିବର୍ତ୍ତନ ସମାବେଶ ଓ ମିଶ୍ରଣ ପର୍ବରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ତାଙ୍କ ଉପସ୍ଥିତିରେ ବିଜେଡି ନେତା ପ୍ରକାଶ ଡଙ୍ଗାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ଶତାଧିକ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ ।ଏହି ଅବସରରେ ସେ କହିଛନ୍ତି ଯେ ଆଜିର ସମାବେଶ କେବଳ ପରିବର୍ତ୍ତନ ସମାବେଶ ନୁହେଁ । ଓଡ଼ିଆ ଅସ୍ମିତାର ସମାବେଶ, ସ୍ୱାଭିମାନ ଓ ବିକାଶ ସମାବେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଟିଭି ସାକ୍ଷାତକାରରେ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ସଂକଟରେ ଅଛି ବୋଲି କହିଛନ୍ତି । ଓଡ଼ିଶା ନିର୍ବାଚନର ପ୍ରସଙ୍ଗକୁ ସେ ସ୍ପଷ୍ଟ କରିସାରିଛନ୍ତି । ଏଥର ନିର୍ବାଚନ ପରିବର୍ତ୍ତନର ସୂଚନା ଦେଉଛି । ଆମେ ସମସ୍ତେ ଯୋଡି ଫୁଲରେ ଭୋଟ ଦେଇ ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନକୁ ସୁରକ୍ଷିତ ରଖିବା । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାକୁ ସବୁଠୁ ଧନୀ ରାଜ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କାମ କରିବା ପାଇଁ ସୁଯୋଗ ଦେବା । ଏହାକୁ ସାକାର କରିବା ପାଇଁ ବିଜେପି ସହ ଓଡ଼ିଶାବାସୀ ଅଛନ୍ତି । ମୋଦୀଙ୍କ ଉପରେ ହିଁ ବିଶ୍ୱାସ ଅଛି, ମୋଦୀଙ୍କ ଠାରୁ ହିଁ ଆଶା ଅଛି । ମା’, ଭଉଣୀ ଓ ଆପଣ ସମସ୍ତଙ୍କ ଆଶୀର୍ବାଦ ସହ ଅଭୁତପୂର୍ବ ଜନସମର୍ଥନ ହିଁ ମୋର ସବୁଠାରୁ ବଡ଼ ପୁଞ୍ଜି । ନବୀନ ପଟ୍ଟନାୟକ ଭିଡିଓରେ ଅଛନ୍ତି । ଓଡ଼ିଆ ଲୋକଙ୍କୁ ଘୃଣା କରୁଥିବା ଲୋକମାନଙ୍କ ହାତରେ ଓଡ଼ିଶାର ରିମୋର୍ଟ ଅଛି । ଓଡ଼ିଆ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥକୁ ଲୁଟ କରୁଥିବା ଲୋକମାନଙ୍କୁ ପ୍ରଶ୍ନ କଲେ ନାଲି ଆଖି ଦେଖାଉଛନ୍ତି । ଦିନେ ରାବଣ ଓ କଂସର ମଧ୍ୟ ଏହିପରି ଅହଙ୍କାର ଥିଲା । ଲୋକମାନେ ତାଙ୍କର ଗର୍ବ ଓ ଅହଙ୍କାରକୁ ଭଙ୍ଗ କରିବେ । ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କୁ କାମ କରାଇଦେଲେ ନାହିଁ । ବିଜେପି ସରକାର ଆସିଲେ ବେନାମୀ ସମ୍ପତ୍ତି ଥିବା ଲୋକଙ୍କ ସ୍ଥାନ ଜେଲ ଭିତରେ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । Advertisement
ହେଭିୱେଟ ଓ ଷ୍ଟାର ପ୍ରଚାରକ ଆସିବେ ଅନୁଗୁଳ ପ୍ରଚାର ପାଇଁ ଅନୁଗୁଳ – ଅନୁଗୁଳ ଜିଲାର ୫ ବିଧାନସଭା ଆସନରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ହାତରେ ଆଉ ମାତ୍ର ଦିନ କେଇଟା ଥିବାରୁ…
ସରପଞ୍ଚ ଉପ ନିର୍ବାଚନରେ ଜ୍ୟୋତିରଞ୍ଜନ ଓ ଝରଣା ବିଜୟୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି (ଶୁକ୍ରବାର ) ଦୁଇଟି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଉପ ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ ଗୋଟିଏରେ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବ୍ଲକ ଅଧ୍ୟକ୍ଷ ନିଲମ୍ବନ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଅଶୋକ କୁମାର ପ୍ରଧାନ । ଦଳ ବିରୋଧୀ କାର୍ଯ୍ୟ…