ଅପରାଧ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା Angul OnlineJune 11, 2024June 11, 2024 ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରୁ ବନ୍ଧୁକ ଦେଖାଇ ୩୫ ହଜାର ଟଙ୍କା ଦୁର୍ବୁତ୍ତ ଲୁଟିନେଇଛନ୍ତି l ସୂଚନା ଅନୁସାରେ ରାଇଝରଣ ଗ୍ରାମରେ ଥିବା ଏସବିଆଇ ଜନସେବା କେନ୍ଦ୍ରର ରିଙ୍କୁ ସାହୁ ଏକ ସ୍କୁଟିରେ କୋଶଳାରେ ଥିବା ଏସବିଆଇ ବ୍ୟାଙ୍କକୁ ଡିପୋଜିଟ କରିବା ପାଇଁ ଆସୁଥିଲେ l ସେଠାରୁ ସେ ଘରକୁ ଫେରୁଥିବା ପଲସର ମୋଟର ସାଇକେଲରେ ୨ ଜଣ ଦୁର୍ବୁତ୍ତ ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରେ ବନ୍ଧୁକ ଦେଖାଇ ରିଙ୍କୁଙ୍କୁ ଭୟଭୀତ କରି ତାଙ୍କ ପାଖରେ ଥିବା ୩୫ ହଜାର ଟଙ୍କା ଲୁଟି ନେଇଥିଲେ l ଏ ନେଇ ରିଙ୍କୁ ଛେଣ୍ଡିପଦା ଥାନାରେ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ଛାନଭିନ ଚଳାଇଛି l ରିଙ୍କୁଙ୍କ ବୟାନକୁ ଆଧାର କରି କୋଶଳା ବଜାର ଲାଗିଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଥିବାଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ କହିଛନ୍ତି l Advertisement
ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇବା ସହ ବ୍ଲାକମେଲ କରି ଅବକାରୀ ଏ ଏସ ଆଇ ଗିରଫ ଅନୁଗୁଳ – ଯୁବତୀଙ୍କୁ ପ୍ରେମ ଫାଶରେ ଫସାଇବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିଲେ । ଆଉ ପରେ ସେହି ଫଟୋ ଦେଖାଇ ବ୍ଲାକମେଲ କରିବା ଅଭିଯୋଗରେ…
ଡକାୟତି ଉଦ୍ୟମ ପଣ୍ଡ – ୬ ଗିରଫ, ମାରଣାସ୍ତ୍ର ସହ ବାଇକ୍ ଜବତ ଅନୁଗୋଳ – ଟ୍ରକ୍ ଚାଳକ ଓ ଏକ ପେଟ୍ରୋଲ ପମ୍ପକୁ ଟାର୍ଗେଟ୍ କରି ଡକାୟତି କରିବା ପାଇଁ ଯୋଜନା ଚାଲିଥିବା ବେଳେ ଅନୁଗୋଳ ସଦର ଥାନା ପୋଲିସ…
ଶାଶୁଘରେ ସ୍ତ୍ରୀକୁ ମାରି ସ୍ୱାମୀ ଫେରାର୍ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରକଳ୍ପ ଅଞ୍ଚଳରେ ଶଶୁର ଘରେ ସ୍ତ୍ରୀକୁ ହତ୍ୟା କରି ସ୍ଵାମୀ ଫେରାର ହୋଇ ଯାଇଥିବା ଜଣା…