ବାଣିଜ୍ୟ ସବୁଠୁ ବଡ ଏବଂ ବୋଲ୍ଡ଼େଷ୍ଟ ପଲସର ଏବେ ଅନୁଗୁଳ ବଜାରରେ Angul OnlineJuly 18, 2024July 18, 2024 ଅନୁଗୁଳ – ୨୦୦୧ ଠାରୁ ଆରମ୍ଭ ହୋଇଥିବା ବଜାଜ ପଲସର ମୋଟରସାଇକେଲ ସବୁବେଳେ ସବୁ କ୍ଷେତ୍ରରେ ଆଗରେ ରହିଆସିଛି । କାର୍ଯ୍ୟଦକ୍ଷତା, ଷ୍ଟାଇଲ , ବୈଶିଷ୍ଟ , ପ୍ରଯୁକ୍ତିବିଦ୍ୟା ରେ ଶ୍ରେଷ୍ଠତା ଦେବା କାରଣରୁ ପଲସର ଆଜି ପର୍ଯ୍ୟନ୍ତ ସ୍ପୋର୍ଟସ୍ ବାଇକ୍ ସେଗମେଣ୍ଟରେ ପ୍ରାଧାନ୍ୟ ପାଇ ପାରିଛି । ଏହି କ୍ରମରେ ବଜାଜ ପଲସର NS 400Z ଏଠାରେ ଅନୁଗୁଳରେ ବଜାର ପ୍ରବେଶ କରିଛି । ଏହି ପଲସର NS 400Z ର ମୁଖ୍ୟ ବୈଶିଷ୍ଟ ଗୁଡ଼ିକ ହେଲା ମସକୁଳାର ଷ୍ଟ୍ରିଟ ଫାଇଟର ଡିଜାଇନ ସହ 40 PS (29.42 kW) ଶକ୍ତି କାର୍ଯ୍ୟଦକ୍ଷତା ରହିଛି । ଏହା ସହ ଚାରୋଟି ରୋମାଞ୍ଚକର ରାଇଡ୍ ମୋଡ୍ (ଟ୍ରାକ୍ସନ୍ କଣ୍ଟ୍ରୋଲ ସହିତ ରୋଡ୍, ବର୍ଷା, କ୍ରୀଡା, ଅଫ୍ ରୋଡ୍) ରହିଛି । ଏତଦବ୍ୟତୀତ ଏହି ପଲସରରେ ଟର୍ଣ୍ଣ ବାଇ ଟର୍ଣ୍ଣ ନେଭିଗେସନ , କଲ ଏବଂ ମେସେଜ ଆର୍ଲଟ , ମ୍ୟୁଜିକ କଣ୍ଟ୍ରୋଲ , ଏଲ ଇ ଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ ଭଳି ସୁବିଧା ରହିଛି । ଏହିପରି ରୋମାଞ୍ଚକର ବୈଶିଷ୍ଟ ଥିବା ଏହି ପଲସର NS 400Z ର ମୂଲ୍ୟ ମାତ୍ର ୧୮5, ୦୦୦ / – (ଏକ୍ସ ଶୋ’ରୁମ୍, ଅନୁଗୁଳ ) ରହିଛି । ଚାରୋଟି ଆକର୍ଷଣୀୟ ରଙ୍ଗରେ ଏହି ପଲସର ଉପଲବ୍ଧ ଥିବା ବେଳେ ଜମୁନା ଅଟୋରେ ଏହାର ବଜାର ପ୍ରବେଶ ବେଳେ ଅନୁଗୁଳ ଅଂଶୀଦାର ସନ୍ତୋଶ କୁମାର ଅଗ୍ରୱାଲ, ଗିରିଜା ଶଙ୍କର ଅଗ୍ରୱାଲ, ନିଖିଲ ଅଗ୍ରୱାଲ, ଅନେକ ଗ୍ରାହକ, ଶୋ’ରୁମ୍ କର୍ମଚାରୀ ଏବଂ ଫାଇନାନ୍ସର ଉପସ୍ଥିତ ଥିଲେ । Advertisement
ଅନୁଗୁଳରେ ଖୋଲିଲା ବିଙ୍ଗମ୍ୟାନ ସୋରୁମ ଅନୁଗୁଳ – ଅନୁଗୁଳ ସହରରେ ଖୋଲିଲା ବିଙ୍ଗ ମ୍ୟାନର ନୂତନ ଅତ୍ୟାଧୁନିକ ସୋରୁମ । ରେଡିମେଡି ମେନସ୍ ଗାର୍ମେଣ୍ଟର ଏହି ଅତ୍ୟାଧୁନିକ ସୋ ରୁମରେ ଯୁବପୀଢ଼ିଙ୍କ ଠାରୁ…
ପାର୍ବତୀ ହିରୋ ତରଫରୁ ରିହାତି ସହ ସ୍କ୍ରାଚ ଏଣ୍ଡ ୱିନ ଅଫର ଅନୁଗୁଳ – ପାର୍ବତୀ ହିରୋ ଅନୁଗୁଳ ତରଫରୁ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ଉପଲକ୍ଷେ ବିଭିନ୍ନ ଅଫର ଘୋଷଣା ହୋଇଛି । ପାର୍ବତୀ ମୋଟର୍ସ ସତ୍ଵାଧିକାରୀ ଅଶୋକ…
କୋଭିଡ ରିଲିଫ୍ ପଦକ୍ଷେପ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ହେଲଥ ଇମ୍ପାକ୍ଟ ଆୱାର୍ଡ ଭୁବନେଶ୍ୱର – କୋଭିଡ ରିଲିଫ୍ ପଦକ୍ଷେପ ପାଇଁ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ହେଲଥ ଇମ୍ପାକ୍ଟ ଗୋଲ୍ଡ ପୁରସ୍କାର ମେଗା…