ମୁଖ୍ୟ ଖବର କୂଅ ବିଲ ପାଇଁ ମାଡାମଙ୍କ ଲାଞ୍ଚ ହିସାବ କିତାବ – ଭିଡିଓ ଭାଇରାଲ Angul OnlineAugust 1, 2024August 2, 2024 ଅନୁଗୁଳ – ଆଠମଲ୍ଲିକ ବୃକ୍ ଅଞ୍ଚଳରେ ଜଳ ବିଭାଜିକା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଆଠମଲ୍ଲିକରେ ବିଭାଗର କାର୍ଯ୍ୟାଳୟ କିମ୍ବା ସ୍ଥାୟୀ ଅଧିକାରୀ ନ ଥିବା ବେଳେ ଅସ୍ଥାୟୀ ମହିଳା କର୍ମଚାରୀଙ୍କ ହାତରେ ସମସ୍ତ ଦାୟିତ୍ଵ ଟେକି ଦିଆଯାଇଛି। ସମ୍ପୃକ୍ତ ମହିଳା କର୍ମଚାରୀ ନିଜ ମର୍ଜିରେ କାର୍ଯ୍ୟ କରିବା ସହ ବ୍ୟାପକ ଦୁର୍ନୀତି କରୁଥିବା ଅଭିଯୋଗ ହେଉଛି। ଏପରିକି ମହିଳା ଜଣଙ୍କ ଖୁଲମଖୁଲା ପିସି ମାଗୁଥିବାର ଏକ ଭିଡ଼ିଓ ଭାଇରାଲ ହେଉଛି । ବିଭାଗୀୟ ଯୋଜନାରେ କୂଅ ଖୋଳିଥିବା ହିତାଧିକାରୀଙ୍କୁ ଧାର୍ଯ୍ୟ ଟଙ୍କା ପଇଠ ନ କରି ଅଫିସ୍ ଖର୍ଚ୍ଚ ବାବଦରେ ଟଙ୍କା କାଟୁଥିବା ସହ ବାକିଆ ଟଙ୍କା ଦେବାକୁ ଅମଙ୍ଗ ହେଉଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଜଳ ବିଭାଜିକା ବିଭାଗ ପକ୍ଷରୁ ଆଠମଲ୍ଲିକ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଫାର୍ମପଣ୍ଡ, କୂଅ ଖୋଳିବା, ଚାଷ ଜମିର ଉନ୍ନତିକରଣ, ଫଳ ବଗିଚା ସୃଷ୍ଟି, ପୋଖରୀ ଖନନ ଆଦି କାର୍ଯ୍ୟ ହେଉଛି। ଆଠମଲ୍ଲିକ ବୃକ୍ ପାଇଁ ଜଣେ ସହକାରୀ ନିର୍ଦ୍ଦେଶକ (ମୃତ୍ତିକା ସଂରକ୍ଷଣ), ଦୁଇ ଜଣ ସମ୍ପ୍ରସାରଣ ଅର୍ଧ କାରୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ନିଯୁକ୍ତ ହୋଇ ସରକାରଙ୍କଠାରୁ ବେତନ ପାଉଛନ୍ତି । ହେଲେ ଆଠମଲ୍ଲିକ ଅଂଚଳରେ ସେମାନଙ୍କ କୌଣସି କାର୍ଯ୍ୟାଳୟ ନଥିବା ଯୋଗୁଁ ଅଧିକାରୀଙ୍କୁ କେହି ଚିହ୍ନି ନାହାନ୍ତି କି କେଉଁ ସ୍ଥାନରେ ବସି କାର୍ଯ୍ୟ କରନ୍ତି ଦେଖିନାହାନ୍ତି । ଠିକା ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇଥିବା ଜଣେ ମହିଳା କର୍ମଚାରୀ ଏଠାରେ ସର୍ବେସର୍ବା ସାଜି ଗାଁ ଗାଁ ବୁଲି ନିଜକୁ ଅଧିକାରୀ ପରିଚୟ ଦେଇ ବିଭାଗୀୟ କାମ କରୁଛନ୍ତି। ଉକ୍ତ ମହିଳା କର୍ମଚାରୀ ଆଠମଲ୍ଲିକ ବ୍ଲକର କୁଦଗାଁ ପଞ୍ଚାୟତରେ ବିଭିନ୍ନ ଗ୍ରାମରେ ହିତାଧିକାରୀ ଚୟନ କରି ମନରେଗା ଯୋଜନାରେ କୂଅ ଖୋଳାଇଛନ୍ତି। କୂଅ ଖୋଳା ବାବଦ ଟଙ୍କା ପ୍ରଦାନ ବେଳେ ହିତାଧିକାରୀଙ୍କଠାରୁ ଅଫିସ୍ ଖର୍ଚ୍ଚ ବାବଦ ଟଙ୍କା କାଟି ପ୍ରଦାନ କରୁଥିବା ଅଭିଯୋଗ ହେଉଛି। ଜଣେ ହିତାଧିକାରୀଙ୍କ କୂଅର ଅଟକଳ ମୂଲ୍ୟ ୧ ଲକ୍ଷ ୧୭ ହଜାର ଟଙ୍କା ବୋଲି ଜଣାଯାଇଛି । କୂଅର ମାଟି ଖୋଳା ବାବଦରେ ୮ ଜଣ ଶ୍ରମିକଙ୍କ ଜରିଆରେ ୧୭ ହଜାର ଟଙ୍କା ପ୍ରଦାନ କରାଯାଇଛି। ଗତ ଜୁନ୍ ୫ ତାରିଖରେ ରିଙ୍ଗ୍ ବସାଇବା ବାବଦରେ ୪୦ ହଜାର ୨୫୦ ଟଙ୍କା ସରକାରୀସ୍ତରରେ ପଇଠ ହୋଇଛି। ଏଥିରେ ସମ୍ପୃକ୍ତ ଅସ୍ଥାୟୀ ମହିଳା କର୍ମଚାରୀ ପୁରା ଟଙ୍କା ପଇଠ ନ କରି ୧୨ ହଜାର ଟଙ୍କା ହିତାଧିକାରୀଙ୍କୁ ଦେଇ ବାକି ଟଙ୍କା ଦେବାକୁ ଅମଙ୍ଗ ହେଉଥିବା ଅଭିଯୋଗ ହେଉଛି। ଭିଡ଼ିଓରେ ସମ୍ପୃକ୍ତ ମହିଳା କର୍ମଚାରୀ କାଟିଥିବା ଟଙ୍କା ହିସାବ ଦେଇ ‘ତୁମେ ୨୮ଟି ରିଙ୍ଗ୍ ବସାଇଛ। ମୁଁ ୩୯ଟି ରିଙ୍ଗ ର ବିଲ୍ କରିଛି। ଜିଏସ୍ଟି ବାବଦରେ ୨୦%, ଯିଏ ବିଲ୍ କଲା ସେ ନେଇ ୫% ଓ ବାକି ଅଫିସ୍ ଖର୍ଚ ରହିଛି ବୋଲି କହୁଛନ୍ତି । ଯିଏ ଧାଁ ଦଉଡ଼ କରି କରାଇଛି ସିଏ ବି କିଛି ଖର୍ଚ ନେବ।’ ବୋଲି ମହିଳା କର୍ମଚାରୀ ହିସାବ ବତାଇଥିଲେ। ଯାହାର ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହୋଇଛି। https://angulonline.com/odia/wp-content/uploads/2024/08/WhatsApp-Video-2024-08-01-at-13.27.44.mp4 Advertisement
ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା ଭୁବନେଶ୍ଵର-ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ…
ବିପର୍ଯ୍ୟସ୍ତ ଅବସ୍ଥାରେ ୭୧ବର୍ଷର ପୌରପାଳିକା – ଝାଡୁ ମାରିଲେ ପୌରାଧ୍ୟକ୍ଷ ତାଳଚେର – ୭୧ବର୍ଷରେ ପାଦ ଥାପିଛି ତାଳଚେର ପୌରପରିଷଦ । ତେବେ ୭୧ବର୍ଷ ପୁରି ଯାଇଥିଲେ ମଧ୍ୟ ପୌରପରିଷଦର ୨୧ଗୋଟି ୱାର୍ଡ଼ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ…
କାମ କରୁ ନାହିଁ ‘ଅନୁଗୁଳ ବନସାଥୀ ଆପ – ପାଣିରେ ପଡିଲା ଲକ୍ଷାଧିକ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ଲଢେଇକୁ ରୋକିବା ସହ ବନବିଭାଗର ଲୋକମାନଙ୍କ ସହ ସମ୍ପର୍କକୁ ଦ୍ଵିଗୁଣିତ କରିବାକୁ ଆରମ୍ଭ ହୋଇଥିଲା ‘ଅନୁଗୁଳ ବନସାଥୀ ଆପ‘…