ମୁଖ୍ୟ ଖବର ଲକ୍ଷ୍ମୀ ବସ ଚାଳକଙ୍କ ବେପରୁଆ ଗାଡି ଚାଳନା – କାବୁ କରି ପୁଲିସର ଜିମା ଦେଲେ ଲୋକ Angul OnlineAugust 4, 2024August 4, 2024 ଅନୁଗୁଳ -ପାର୍କିଂରେ ଥିବା ଗାଡିକୁ ପଛରୁ ଧକ୍କା ଦେଲା ଲକ୍ଷ୍ମୀବସ । ଅନୁଗୁଳ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ପାର୍କିଂ ହୋଇଥିବା ଦୁଇଟି କାରକୁ ପଛରୁ ଧକ୍କା ଦେବା ସହ ପଳାଇଥିଲେ। ପୁରୁଣା ସୂଚନାକେନ୍ଦ୍ର ନିକଟରେ ସ୍ଥାନୀୟ ଲୋକ କାବୁ କରି ପୁଲିସ ଜିମାରେ ଦେଇଥିବା ଜଣାପଡିଛି । ଏପରି ଘଟଣା ଘଟାଇଛନ୍ତି ଜଣେ ମଦ୍ୟପ ବସ ଚାଳକ। ସୂଚନା ଅନୁସାରେ , ଥାନା ଛକରୁ ହରିମହୁରୀ ଛକ ଆଡକୁ ଯାଉଥିବା ଏକ ଲକ୍ଷ୍ମୀବସ ଓଡ଼ି୧୯ ୟାଇ ୦୭୫୦ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ଦୁଇଟି କାରକୁ ଧକ୍କା ଦେଇଥିଲା । ଓଡ଼ି୩୩ ଜେ ୩୧୦୧ ନମ୍ବର ବିଶିଷ୍ଟ ଏକ ସ୍ୱିପ୍ଟ ଡିଜେଆର ଗାଡିଟିକୁ ଧକ୍କା ଦେବା ଫଳରେ ଗାଡିର ପଛଅଂଶ ଭାଙ୍ଗି ଚୁରମାର ହୋଇଯାଇଥିବା ଦେଖାଯାଇଛି । ଏଥି ସହ ଏହି ଗାଡି ଆଗରେ ଥିବା ଏକ ବାଲେନୋ ଗାଡି ମଧ୍ୟ ଦୁର୍ଘଟଣା ଶିକାର ହୋଇଛି । ପ୍ରଥମେ ଏଠାରେ ଦୁର୍ଘଟଣା ଘଟାଇ ଗାଡିକୁ କ୍ଷିପ୍ର ଗତି ରେ ନେଉଥିବା ବେଳେ କେତେକ ବାଇକ ଚାଳକ ମାନଙ୍କୁ କଟ ମାରି ଉକ୍ତ ଚାଳକ ଯାଇଥିବା ଅଭିଯୋଗ ହୋଇଛି । ଶେଷରେ ପୁରୁଣା ସୂଚନା କେନ୍ଦ୍ର ନିକଟରେ ସ୍ଥାନୀୟ ଲୋକ ଡ୍ରାଇଭରକୁ କାବୁ କରି ମାଡ ମାରିଥିଲେ । ଦୁଇଜଣ ବରିଷ୍ଠ ସାମ୍ବାଦିକ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ଆକ୍ରୋଶରୁ ଡ୍ରାଇଭରକୁ ରକ୍ଷା କରିଥିଲେ । ଖବର ପାଇ ପୁଲିସ ପହଞ୍ଚି ଉକ୍ତ ଚାଳକଙ୍କୁ କାବୁ କରିଥିବା ବେଳେ ସେ ମଦ୍ୟପାନ କରି ଗାଡି ଚଳାଉଥିବା କେତେକ ଲୋକେ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ମଧ୍ୟ ସମାନ ଭାବେ ଜଣେ ଲକ୍ଷ୍ମୀବସ ଚାଳକ ମଦ୍ୟପାନ କରି ଗାଡି ଚଳାଉଥିବା ଘଟଣା ସାମ୍ନାକୁ ଆସିଥିଲା। ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ହୋଇଥିବା ବେଳେ ଏନେଇ ପଦକ୍ଷେପ ଆବଶ୍ୟକତା ଅଛି ବୋଲି ସହରବାସୀ ଦାବି କରିଛନ୍ତି। Advertisement
ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ – ମାଡି ବସିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଖମାର ପୁଲିସକୁ ମିଳିଛି ଏକ ବଡ ସଫଳତା । ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାକୁ ଧରିବାରେ…
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ପରଲୋକ ତାଳଚେର – ଅନୁଗୁଳ ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କର ୧୦୩ ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ ଗତ କିଛି ଦିନ…
ସେଦିନ ମୋତେ ପାପ ଛୁଇଁଥିଲା – ସହିଦଙ୍କ ପତ୍ନୀ ଶିବାଙ୍ଗୀ ଅନୁଗୁଳର ଯୋଦ୍ଧା ସନ୍ତାନ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇସାରିଛି । ପତ୍ନୀ ଶିବାଙ୍ଗୀ ସିଂହ ପ୍ରଥମଥର ପାଇଁ ଅନୁଗୁଳ ଅନଲାଇନକୁ ପ୍ରତିକ୍ରିୟା ଦେଇଛନ୍ତି ।…