Uncategorized ବିସ୍ଥାପନ କଲୋନୀ ନିର୍ମାଣ ସ୍ଥାନକୁ ନେଇ କମ୍ପାନୀକୁ ଗ୍ରାମବାସୀଙ୍କ ବିରୋଧ Angul OnlineAugust 5, 2024August 5, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ସଳ୍ପଝରଣରେ ବିସ୍ଥାପନ କଲୋନୀ ନିର୍ମାଣ ପାଇଁ ଜମି ଚିହ୍ନଟ ଚାଲିଥିବା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି । ସୂଚନାଯୋଗ୍ୟ ନାଲକୋ କମ୍ପାନୀ ଉତ୍କଳ-ଡି ଓ ଉତ୍କଳ-ଇ କୋଇଲା ଖଣିକୁ ଜମିଅଧିଗ୍ରହଣ କରିଛି । ଜମିଅଧିଗ୍ରହଣରେ ନାଣ୍ଡିଛୋଡ ଗୋପିବଲଭପୁର ଗ୍ରାମବାସୀ ମାନେ ବିସ୍ଥାପିତ ହେଉଛନ୍ତି । ଏହି ବିସ୍ଥାପିତ ପରିବାରଙ୍କୁ କୋଶଳା ଗ୍ରାମର ୫୪ ଏକର ସଳ୍ପଝରଣ କାଜୁ ଓ ଶାଳ ଜଙ୍ଗଲ ଜମିରେ ଥଇଥାନ କରାଯିବାକୁ ପ୍ରଶାସନ ପକ୍ଷରୁ ଯୋଜନା କରିଛନ୍ତି । ବିସ୍ଥାପନ କଲୋନୀ ନିର୍ମାଣ ପାଇଁ ଜମି ଚିହ୍ନଟ କରିବାକୁ କମ୍ପାନୀ ଅଧିକାରୀ, ପୂଲିସ ଓ ରାଜସ୍ୱ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଜମି ଚିହ୍ନଟ କରୁଥିଲେ । ଦୀର୍ଘ ଦିନରୁ ଜଗାରଖା କରି ଜଙ୍ଗଲ ଓ କାଜୁ ରୋପଣ କରିଥିବାରୁ ସେଠାରେ ବିସ୍ଥାପନ କଲୋନୀ କରିବାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ଗ୍ରାମ ସଭାପତି କୁତାର୍ଥ ଦେହୁରୀ ଓ ଗ୍ରାମବାସୀଙ୍କ ତୀବ୍ର ବିରୋଧ ଯୋଗୁଁ ଜମି ଚିହ୍ନଟ କରିନପାରି ରାଜସ୍ୱ ବିଭାଗ କର୍ମଚାରୀ, ପୋଲିସ ଓ କମ୍ପାନୀ ଅଧିକାରୀ ମାନେ ଫେରିଯାଇଥିଲେ। Advertisement
ହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ହାତୀ ନେଲା ଜୀବନ । ବନ୍ତଳା ବନଖଣ୍ଡ ଶଙ୍ଖପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ଶଙ୍ଖପୁର…
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିବ ଏସ.ୟୁ.ସି.ଆଇ. – ୨୯ ରେ ଗଣ ବିକ୍ଷୋଭ ଅନୁଗୁଳ – ଜୀନଜୀବନର ଜ୍ଵଳନ୍ତ ସମସ୍ୟା ସମାଧାନ ଦାବିରେ ଆସନ୍ତା ୨୯ ସେପ୍ଟେମ୍ବର ୨୦୨୨ରେ ଭୁବନେଶ୍ଵର ଠାରେ ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ଓଡିଶା ରାଜ୍ୟ କମିଟି…
ଘର ଭିତରେ ପଶି ଗୁଳିମାଡ – ଲୁଟିନେଲେ ସୁନା ଗହଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ଗାଁରେ ଆଜି(ମଙ୍ଗଳବାର) ସନ୍ଧ୍ୟା ସମୟରେ ଗୁଳିମାଡ଼ କରି ଲୁଟ କରିବା ପରେ ୩ ଦୁର୍ବୃତ୍ତ ଫେରାର ହୋଇଯାଇଥିବା…