ଖେଳ ଓ ଖେଳାଳି ୧୦ମ ହେମସୁରପଡା କପ ଉଦଘାଟିତ Angul OnlineMarch 7, 2021March 8, 2021 ଅନୁଗୁଳ- ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆନୁକୁଲ୍ୟରେ ୧୦ମ ହେମସୁରପଡା କପ ଉଦଘାଟିତ ହୋଇ ଯାଇଛି । ଟାଉନ ହାଇସ୍କୁଲ ପଡିଆଠାରେ ଖେଳା ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟକୁ ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚରେ ଅନୁଗୁଳ ମା ବୁଢୀ ଦଳ ଓ ନାଲକୋ ଜୁନିଅର ଦଳ ମଧ୍ୟରେ ଖେଳ ହୋଇଥିଲା । ଏଥିରେ ୨-୧ ଗୋଲରେ ନାଲକୋ ଜୁନିଅର ଦଳ ବିଜୟ ହାସଲ କରିଥିଲା । ଆଜିର ଏହି ମ୍ୟାଚକୁ ସୁରେଶ କୁମାର ଦାସ ପରିଚାଳନା କରିଥିବା ବେଳେ ଲାଇନରେ ଦିଲ୍ଲୀପ କୁମାର ରାଉତ ଏବଂ ସଲିଳ କୁମାର ବେହେରା ସହଯୋଗ କରିଥିଲେ । Advertisement
କଦମ ପଡିଆରେ ହେବ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ଅନୁଗୁଳ – ଅନୁଗୁଳରେ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ପାଇଁ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତା ମାନେ କଦମ ପଡିଆ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ…
ଓଡିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଅନୁଗୁଳ – ଅନୁଗୁଳ ନାଲକୋନଗରସ୍ଥିତ ଇନଡୋର ହଲରେ ଅନୁଗୁଳ ଜିଲ୍ଲା ୟୁନାଇଟେଡ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଦ୍ବାରା ” ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ୨୦୨୦ ”…
ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା – ପୁରୁଷରେ ବାଲେଶ୍ବର, ମହିଳାରେ କିଟ୍ ଚମ୍ପିଅନ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ-ଖୋ (ବରିଷ୍ଠ) ପ୍ରତିଯୋଗିତା ଆଜି ଉଦଯାପିତ ହୋଇ ଯାଇଛି । ତିନିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର…