ମୁଖ୍ୟ ଖବର ବିଷ ପିଇଲେ ପ୍ରେମିଯୁଗଳ Angul OnlineAugust 21, 2024August 21, 2024 ଅନୁଗୁଳ – ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ହିନ୍ଦୋଳ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ଉଭୟ ଗୁରୁତର ଅବସ୍ଥାରେ ଏବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ କଂସରା ଗାଁର ବିକାଶ ନାଥ ଓ ନିକଟ ଗାଁର ଜଣେ ନାବାଳିକା ସହ ପ୍ରେମ ସମ୍ପର୍କ ଥିଲା । ଉଭୟ ଗତକାଲି ବିବାହ କରିବା ପାଇଁ ଘର ଛାଡ଼ି ପଳାଇଥିଲେ । ତେବେ ଯୁବତୀ ଜଣଙ୍କ ନାବାଳିକା ହୋଇଥିବା ଯୋଗୁଁ ଉଭୟଙ୍କୁ ଉଭୟଙ୍କ ପରିବାର ବୁଝାସୁଝା କରିବା ପରେ ଯୁବତୀଙ୍କୁ ନିଜ ଘରକୁ ନେଇ ଆସିଥିଲେ । ତେବେ ଆଜି ସକାଳୁ ନାବଳିକାକୁ ରାସୋଳ ଜଙ୍ଗଲ ଓ ପ୍ରେମିକ କୁ ସାତମାଇଲ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉଭୟ ବିଷ ପିଇ ଗୁରୁତର ଥିବା ବେଳେ ଉଭୟଙ୍କୁ ପ୍ରଥମେ ରାସୋଳ ମେଡ଼ିକାଲ ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।।ଉଭୟଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ସେପଟେ ଯୁବକଙ୍କ ମା ଉଭୟଙ୍କୁ ବିଷ ଦେଇ ମାରି ଦେବାକୁ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । Advertisement
ଶୋଭାଯାତ୍ରା ହେଲା ଶେଷଯାତ୍ରା – ଘଟଣାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ଅନୁଗୁଳ – ପେଟ୍ରୋଲ , ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଅନୁଗୁଳ ଜିଲ୍ଲାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ବିକ୍ଷୋଭ…
ନକଲି ଓକିଲ ଥାନାରେ ଅଟକ ଅନୁଗୁଳ – ଅନୁଗୁଳ ସବ ରେଜଷ୍ଟ୍ରି ଅଫିସରୁ ନକଲି ଓକିଲ ଠାବ କରି ପୁଲିସର ଜିମା ଦେଲେ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ । ସୂଚନା…
ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ – ମାଡି ବସିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଖମାର ପୁଲିସକୁ ମିଳିଛି ଏକ ବଡ ସଫଳତା । ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାକୁ ଧରିବାରେ…