ମୁଖ୍ୟ ଖବର ନବଜାତକର ମୃତଦେହ ରାସ୍ତାକଡରୁ ଉଦ୍ଧାର Angul OnlineAugust 22, 2024August 22, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିର୍ମାଣାଧୀନ ବାଇପାସର ବେନ୍ତପୁର ଗାଁ ମୁଣ୍ଡରୁ ଏକ ନବଜାତକର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବାଇପାସ ଦେଇ ଯାଉଥିବା ଲୋକ ରାସ୍ତା କଡରେ ଏକ ନବଜାତକ ପଡିଥିବା ଦେଖିଥିଲେ । ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଶିଶୁକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଥିଲା । ନବଜାତକ ଦେହକୁ ଘୋଡା ଯାଇଥିବା କପଡ଼ାରେ ଏକ ଘରୋଇ ଡାକ୍ତରଖାନାର ନାମ ଉଲ୍ଲେଖ ରହିଥିବା ବେଳେ ନବଜାତକକୁ କିଏ ଏବଂ କେଉଁ ଅବସ୍ଥାରେ ସେଠାରେ ଫୋପାଡ଼ିଛି ସେ ନେଇ ପୁଲିସ ତଦନ୍ତ କରୁଛି । Advertisement
ଦୁଇ ମୋଟରସାଇକେଲ ଧକ୍କାରେ ଦୁଇ ମୃତ ଅନୁଗୁଳ – ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଛି । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କରତପଟା ଠାରେ…
ବିପୁଳ ପରିମାଣର ବେଆଇନ ବାଣ ଜବତ – ଦୁଇ ଅଟକ ବେଆଇନ ବାଣ କାରଖାନା ଉପରେ ପୁଲିସର ଚଢାଉ । କାରଖାନାର ଲାଇସେନ୍ସ ନ ଥିବା ଜଣାପଡିଛି । ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା । ଛେଣ୍ଡିପଦା –…
ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା – ୨ ମୃତ , ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ୨ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ…