ଅପରାଧ କାର ପୋଡ଼ିଦେଲେ ଦୁବୃତ୍ତ Angul OnlineAugust 26, 2024August 26, 2024 ଅନୁଗୁଳ – ସାମାନ୍ୟ କଳହରୁ ଘର ନିକଟରେ ରଖିଥିବା କାର ପୋଡ଼ିଦେଲେ ଦୁବୃତ୍ତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ତଳମୂଳ ଗାଁରେ ଘଟିଛି । ସୂଚନା ଅନୁସାରେ ଗତକାଲି ଗାଁର ନରେନ କୁମାର ସାହୁଙ୍କ ଘର ଆଗରେ ଦୁଇ ତିନି ଜଣ ମଦ୍ୟପ ଯୁବକ ବସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ । ଏହା ଦେଖି ନରେନ ଆସି ସେମାନଙ୍କୁ ବାରଣ କରିବାରୁ ମଦ୍ୟପ ଯୁବକ ମାନେ ନରେନଙ୍କୁ ମଧ୍ୟ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ। ତେବେ ରାତିରେ ନରେନଙ୍କ ପରିବାର ଶୋଇଥିବା ବେଳେ ତାଙ୍କ ଗ୍ୟାରେଜରେ ଥିବା କ୍ୱିଡ଼ କାରଟି ଜଳି ଯାଉଥିବା ଦେଖିଥିଲେ । ସେ ନିଜେ ଦୌଡ଼ି ଆସି କାରଟିକୁ ଲିଭାଇବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ । ନିଆଁ ଆୟତ ହେବା ବେଳକୁ କାରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇ ସାରିଥିଲା । ତେବେ ନରେନ ପରେ ଘର ନିକଟରେ ଥିବା ସି ସୁ ଟିଭି ଜାଞ୍ଚ କରି ଦେଖିବାରୁ ଦୁଇ ଜଣ ଯୁବକ ବିଳମ୍ବିତ ରାତିରେ ତାଙ୍କ ଗ୍ୟାରେଜରେ ଦୁଇ ଜଣ ଯୁବକ ପଶୁଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ବଅଁରପାଳ ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏ ନେଇ ତଦନ୍ତ କରୁଛି । Advertisement
ଦୁଇ ଚନ୍ଦନ ଗଛ ଚୋର ଗିରଫ – ଚନ୍ଦନ କାଠ ଜବତ ଅନୁଗୁଳ – ଅନୁଗୁଳ ଡିଆଇଜିଙ୍କ ସରକାରୀ ବାସଭବନରେ ଥିବା ଏକ ଚନ୍ଦନ ଗଛକୁ କାଟି ସୋମବାର ଚୋରି ଉଦ୍ୟମ ହୋଇଥିଲା । ଏହା ଜଣାପଡ଼ିବା ପରେ ପୁଲିସ…
ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବାର ଦୀର୍ଘ ୧୬ ବର୍ଷ ପାରେ ନ୍ୟାୟାଳୟ ପକ୍ଷରୁ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅନୁଗୁଳ…
ପୁଲିସକୁ ‘ମାନହାନୀ’ ମକଦ୍ଦମା ଧମକ ଦେଲେ ସୁଶୀଲ ଅନୁଗୁଳ – ଅନୁଗୁଳର ବ୍ୟବସାୟୀ ସୁଶୀଲ ଅଗ୍ରୱାଲଙ୍କ ନାଁରେ ସୁଧ କାରବାର ଅଭିଯୋଗ ଆସିବା ପରେ ଅନୁଗୁଳ ସଦର ଥାନା ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିବା…