ମୁଖ୍ୟ ଖବର ଟାଙ୍କି ନିର୍ମାଣ ବେଳେ ଚାଲିଗଲା ଦୁଇ ଜୀବନ Angul OnlineAugust 28, 2024August 28, 2024 ଆଠମଲ୍ଲିକ – ପାଇଖାନା ଟାଙ୍କି ସେଟରିଂ ଖୋଲିବା ବେଳେ ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧଉରାପାଲି ଗାଁରେ ଘଟିଛି । ସୂଚନା ଅନୁସାରେ ଗାଁର ଜଣେ ଶିକ୍ଷକଙ୍କ ଘର ପଛ ପାଖରେ ନିର୍ମାଣାଧୀନ ଏକ ପାଇଖାନା ଟାଙ୍କି ଛାତର ସେଟରିଂ ଖୋଲିବା ପାଇଁ ବାଇଜା ଗାଁର ରାଜମିସ୍ତ୍ରୀ ଆରତ ମିର୍ଧା ଓ ରେଙ୍ଗାଳବେଡା ଗାଁର ଶ୍ରମିକ ରୀନା ମାହାର ଟାଙ୍କି ଭିତରକୁ ଯାଇଥିଲେ । ତେବେ ବହୁତ ସମୟ ଧରି ବାହାରକୁ ନ ବାହାରିବାରୁ ସ୍ଥାନୀୟ ଲୋକ ଭିତରକୁ ଦେଖିଥିଲେ । ଦେଖିବା ବେଳକୁ ଉଭୟ ଚେତାଶୂନ୍ୟ ହୋଇ ଟାଙ୍କି ଭିତରେ ପଡିଥିବା ଦେଖିବାକୁ ପାଇଥିଲେ । ଉଭୟଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଝଡ ବର୍ଷାରେ ଭାଙ୍ଗିଲା ଗଣେଶ ପୂଜା ଟେଣ୍ଟ-ଟେଣ୍ଟ ତଳେ ଚାପି ହୋଇ ୫ ଗୁରୁତର ପାଲଲହଡା – ଶନିବାର ସନ୍ଧ୍ୟାରେ ପାଲଲହଡା ଅଞ୍ଚଳରେ ପ୍ରବଳ ଝଡ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ପାଲଲହଡା ଷ୍ଟାଡିୟମ…
ବନବିଭାଗ ମାରିଦେଲା କଲରାପତରିଆ ବାଘ ! ଅନୁଗୁଳ – ବାରହା ଫାଶରେ ପଡ଼ିଲା କଲରାପତରିଆ ବାଘ । ଉଦ୍ଧାର କଲା ବନ ବିଭାଗ । ହେଲେ ବନ ବିଭାଗର ଅବହେଳା ଆଉ ଅପାରଗତା ଯୋଗୁଁ…