ମୁଖ୍ୟ ଖବର ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ ବାଘ Angul OnlineAugust 28, 2024August 28, 2024 ଭୁବନେଶ୍ୱର – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ ବାଘ । ପୁଣି ଖୁବଶୀଘ୍ର ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ । ମଧ୍ୟପ୍ରଦେଶରୁ ୧୫ଟି ବାଘୁଣୀ ଆଣିବାକୁ ଏନଟିସିଏରୁ ଅନୁମତି ମିଳିଛି । ତେବେ ଏଥିପାଇଁ ୧୫ଟି ସର୍ଭ ରଖିଛି ନାସନାଲ ଟାଇଗର କନଜର୍ଭେସନ ଅଥରିଟି । ବିଭାଗ ତରଫରୁ ୫ ବର୍ଷିଆ ଯୋଜନା କରାଯିବ । ଚଳିତ ଥର ମହାରାଷ୍ଟ୍ରର ତଡବା ଜଙ୍ଗଲରେ ବାଘ ମାନଙ୍କ ଜେନେଟିକ ଓଡ଼ିଶାର ବାଘଙ୍କ ସାମଞ୍ଜସ୍ୟ ଥିବାରୁ ସେଇଠାରୁ ବାଘ ଆସିବେ। ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା କରାଯିବ। ପ୍ରଥମେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁ ଗୁଡ଼ିକୁ ସ୍ଥାନାନ୍ତର କରାଯିବ । ଏହା ପରେ ମଧ୍ୟପ୍ରଦେଶରୁ ବାଘ ଆଣିବାକୁ ଯୋଜନା ରଖାଯାଇଛି । କୋର ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି । ବଫର ଏରିଆରୁ ୬ଟି ଗାଁ ଖାଲି ହୋଇଥିବା ବେଳେ ଆଉ କିଛି ଗାଁ ଖାଲି କରାଯିବ । ପୂର୍ବରୁ ୨୦୨୧ରେ ମଧ୍ୟପ୍ରଦେଶରୁ ଦୁଇଟି ବାଘ ଅଣାଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ଫେଲ୍ ମାରିଥିଲା । ଶିକାରୀ ଫାସରେ ପଡ଼ି ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଥିଲା । ସେହିପରି ବାଘୁଣୀ ସୁନ୍ଦରୀ ମଣିଷ ମାରିବା ଯୋଗୁଁ ଅନେକ ଦିନ ବନ୍ଦୀ ଜୀବନ କାଟିବା ପରେ ମଧ୍ୟପ୍ରଦେଶକୁ ଫେରିଯାଇଥିଲା । ସେବେଠାରୁ ବନ୍ଦ ରହିଥିଲା ଅନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ଯୋଜନା । କିନ୍ତୁ ଏବେ ପୁଣି ଥରେ ଏହି ପ୍ରକଳ୍ପକୁ ଗ୍ରୀନ ସିଗନାଲ ଦେଇଛନ୍ତି ଏନଟିସିଏ । Advertisement
ବନ୍ଧୁକ ଓ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପୁଲିସକୁ ଚାଲେଞ୍ଜ କରି ପୁଣି ଥରେ ଲୁଟେରା ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଦିନ ୩ ଟା ବେଳେ ବନ୍ଧୁକ…
ଗୋରୁ ବୋଝେଇ ଗାଡି ଦୁର୍ଘଟଣା – ଜଣେ ମୃତ , ଅନେକ ଗୋରୁ ଉଦ୍ଧାର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ…
ନିଦ ଭାଙ୍ଗିଲା ନାହିଁ ବୋଲି ଛାତ୍ରଙ୍କୁ ନିସ୍ତୁକ ମାଡ – ପ୍ରଶାସନର ତଦନ୍ତ ଛେଣ୍ଡିପଦା – ଭୋରରୁ ଉଠିଲେ ନାହିଁ , କି ପାଠ ପଢିଲେ ନାହିଁ । ଏଥିପାଇଁ ରାଗିଗଲେ କୋଚିଂ ସେଣ୍ଟରର ମାଲିକ । ଆଉ ଛାତ୍ରଙ୍କୁ ଜଣ…