ମୁଖ୍ୟ ଖବର ବିନା ପଦବୀରେ ହାକିମି ଏତେ !! ଆଜିଠାରୁ ନୋମିନୀ ହେଲେ – ହେବେ କେତେ ? Angul OnlineSeptember 7, 2024September 7, 2024 ଅନୁଗୁଳ – ଅନୁଗୁଳ ବ୍ଲକ୍ କାର୍ଯ୍ୟାଳୟରେ ଜଣେ ବିଜେପି ନେତାଙ୍କ ହାକିମତି ଦେଖିବାକୁ ମିଳିଛି । କାର୍ଯ୍ୟାଳୟର ବଡ଼ବାବୁଙ୍କ ଚଉକିକୁ କବ୍ଜା କରିବା ସହିତ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ପଛାଇ ନହାନ୍ତି । କୌଣସି କ୍ଷମତାରେ ନ ଥିଲେ ମଧ୍ୟ ହାତ ହଲାଇ କାହାକୁ କେତେ ଟଙ୍କାର କାମ ଦିଆଯିବ କହୁଛନ୍ତି । ଯନ୍ତ୍ରୀ ଓ ଅଧିକାରୀମାନେ ତାଙ୍କ ଆଗରେ ଗୋଡ଼ ଭାଙ୍ଗି ଠିଆ ହୋଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ବ୍ଳକ୍ କାର୍ଯ୍ୟାଳୟରେ । ଏହି ସବୁ ଦୃଶ୍ୟ ମୋବାଇଲ୍ ଫୋନ୍ରେ ରେକର୍ଡ ହୋଇଥିଲା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି । ଏହା ପରେ ବିଜେପି ନେତାଙ୍କ ଏମିତି ହାକିମିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସୂଚନା ଅନୁସାରେ, ଅନୁଗୁଳ ବ୍ଲକ୍ କାର୍ଯ୍ୟାଳୟରେ ବିଜେପି ନେତା ପ୍ରଭାତ ପ୍ରଧାନ ଯନ୍ତ୍ରୀ ଓ ଅନ୍ଯାନ୍ଯ କିଛି ଅଧିକାରୀଙ୍କୁ ଏଭଳି ନିର୍ଦେଶ ଦେଉଥିନ୍ବା ଦେଖିବାକୁ ମିଳିଛି । ବାବୁ ଜଣଙ୍କ ଚଉକିରେ ବସିଥିଲା ବେଳେ ଅନ୍ୟ ସମସ୍ତେ ଛିଡ଼ା ହୋଇଛନ୍ତି । କାହାକୁ ଲକ୍ଷେ, ଦୁଇ ଲକ୍ଷ ଟଙ୍କାର କାମ ଦିଆଯିବ ସେ ତାହା କହୁଛନ୍ତି । ଉଚ୍ଚ ସ୍ବରରେ ହାତ ହଲାଇ ନିର୍ଦ୍ଦେଶ ଦେଉଛନ୍ତି । ବ୍ଲକ୍ କାର୍ଯ୍ୟାଳୟ ଭିତରେ ନେତାଙ୍କ ଏଭଳି ଆଚରଣ ଓ ଉଚ୍ଚାରଣ ନେଇ ରାଜନୈତିକ ମହଲରେ ଆଲୋଚନା ଚାଲିଥିଲା ବେଳେ ଅଧିକାରୀମାନେ ଏହାକୁ ନେଇ ମୁହଁ ଖୋଲୁନାହାନ୍ତି । ନେତା ଜଣଙ୍କ ପୁଣି କୁଆଡେ ବ୍ଲକ ବଡ ବାବୁଙ୍କ ଚୌକିରେ ବସି ଏଭକି କରୁଥିବା ଜଣା ପଡିଛି । କ୍ଷମତା ନଥାଇ ଜଣେ ଅଧିକାରୀଙ୍କ ଚୌକିରେ ବସିବା ଆଉ ଅଧିକାରୀ ମାନଙ୍କୁ ନିର୍ଦେଶ ଦେବା କେତେଦୂର ଯଥାର୍ଥ ବୋଲି ସାଧାରଣରେ ଚର୍ଚା ଧରିଛି । ଏହି ଚର୍ଚା ଜୋର ଧରିଥିବା ବେଳେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ପ୍ରଭାତଙ୍କୁ ତାଙ୍କ ନୋମିନୀ ଭାବେ ଚୟନ କରିଛନ୍ତି । ଏ ନେଇ ସେ ଆଜି (୭/୯/୨୦୨୪)ରେ ବିଡିଓଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ସାଂସଦ ଆଜି ତାଙ୍କୁ ନୋମିନୀ କରିବା ପରେ ମଧ୍ୟ ଘଟଣାର ନିନ୍ଦା ଉପରେ ପୂର୍ଣ୍ଣଛେଦ ପକାଇ ପାରି ନାହିଁ । ବଂର ପ୍ରଭାତ ବିନା କ୍ଷମତାରେ ଏତେ ହାକିମି ଦେଖାଉଥିଲେ , ଏବେ କ୍ଷମତା ଖଣ୍ଡେ ମିଳିବା ପରେ କେତେ ହାକିମି ଦେଖାଇବେ ବୋଲି ଲୋକ କଥା ହେଉଛନ୍ତି । Advertisement
ଦୁଇ ଲାଞ୍ଚୁଆ କିରାଣୀଙ୍କୁ ଦୁଇ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଦୁଇ ଜଣ କିରାଣୀ ଲାଞ୍ଚ ନେବା ମାମଲାରେ ଦୋଷୀ ସାବସ୍ତ ହୋଇଥିବା ବେଳେ ଭିଜିଲାନ୍ସ କୋର୍ଟ ସେମାନଙ୍କୁ ଦୁଇବର୍ଷ କାରାଦଣ୍ଡରେ…
କରୋନା ନେଲା ଯୋଦ୍ଧାଙ୍କ ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର କରୋନା ଆଉ ଜଣେ ଯୋଦ୍ଧାଙ୍କ ଜୀବନ ନେଇଛି । ମୃତକ ଜଣଙ୍କ ହେଲେ ଅନୁଗୁଳ ରିଜର୍ଭ କାର୍ଯ୍ୟାଳୟରେ କନେଷ୍ଟବଳ ଭାବେ କାର୍ଯ୍ୟରତ…
ନାବାଳିକା ଦୁଷ୍କର୍ମକାରିକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ,ବାପ ମା କୁ ୫ ବର୍ଷ ଜେଲଦଣ୍ଡ ଅନୁଗୁଳ – ଅନୁଗୁଳ ମାନ୍ୟବର ଫାଷ୍ଟ ଟ୍ରାକ କୋର୍ଟ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରିକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ଏହି ଘଟଣା ରେ…