ଅପରାଧ କଥା ମାନିଲା ନାହିଁ ବୋଲି ସ୍ତ୍ରୀକୁ ତଣ୍ଟି ଚିପି ମାରିଦେଲା – ସ୍ଵାମୀ ଗିରଫ Angul OnlineSeptember 9, 2024September 9, 2024 ଅନୁଗୁଳ – ଅନୁଗୁଳ ସହରରେ ଥିବା ସୌଭାଗ୍ୟନଗରର ଏକ ପଡ଼ିଆରୁ ଗତ ୨୭ ତାରିଖ ବିନୋଦିନୀ ଗୋଚ୍ଛାୟତ ନାମକ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ତାଙ୍କ ଦ୍ବିତୀୟ ସ୍ବାମୀ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ମହିଳାଙ୍କ ମା’ ଅଭିଯୋଗ କରିଥିଲେ । ଏହା ପରେ ଅନୁଗୁଳ ଥାନା ପୁଲିସ ୬୮୨/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଏପଟେ ଘଟଣା ପରେ ଦ୍ବିତୀୟ ସ୍ବାମୀ ଶୁକଦେବ ଗୋଚ୍ଛାୟତ ଫେରାର୍ ହୋଇଯାଇଥିଲେ । ତଦନ୍ତ ସମୟରେ ପୁଲିସ ଶୁକଦେବ ଏହି ହତ୍ୟା କରିଥିବା ସୁରାକ ପାଇଥିଲା । ପରେ ପୁଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଶେଷରେ ତାଙ୍କୁ ଢେଙ୍କାନାଳରୁ ଗିରଫ କରାଯାଇଛି । ଗିରଫ ପରେ ହତ୍ୟାକାଣ୍ଡ ନେଇ ଶୁକଦେବ ସ୍ବୀକାର କରିଛି । ଆନୁଗୁଳ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ଉପସ୍ଥିତିରେ କେମିତି ହତ୍ୟାକାଣ୍ଡ ଭିଆଇଥିଲା, ତା’ର ଡେମୋ କରି ଦେଖାଇଥିଲା । ଘଟଣାର ପରଦାଫାଶ ହେବା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଧୀରେଶ କୁମାର ଦାସ । ସୂଚନା ଅନୁସାରେ, ବିନୋଦିନୀ ଗୋଚ୍ଛାୟତ ୧୫ ବର୍ଷ ତଳେ ତୁମୁଣୀ ଗାଁରେ ବିବାହ କରିଥିଲେ । ତାଙ୍କର ୨ଟି ପୁଅ ଓ ୩ଟି ଝିଅ ରହିଛନ୍ତି । କିନ୍ତୁ ୮ ମାସ ପୂର୍ବରୁ ବିନୋଦିନୀ ଢେଙ୍କାନାଳ ଜିଲ୍ଲା ଶୁକଦେବ ଗୋଚ୍ଛାୟତଙ୍କୁ ପ୍ରେମ କରି ତାଙ୍କ ସହ ପଳାଇ ଯାଇଥିଲେ । ଦୁହେଁ ୮ ମାସ ଏକାଠି ରହିବା ପରେ ଗତ ମାସରେ ସୌଭାଗ୍ୟନଗର ଆସିଥିଲେ । ହତ୍ୟାକାଣ୍ଡ ପୂର୍ବ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ସ୍ବାମୀ ଶୁକଦେବଙ୍କ ସହ ବିନୋଦିନୀ ରାତିରେ ଘରୁ ବାହାରି ଆସିଥିଲେ । ପରେ ପଡ଼ିଆକୁ ଡାକିନେଲ ଶୁକଦେବ ପତ୍ନୀଙ୍କ ବେକକୁ ପିନ୍ଧିଥିବା ଲୁଗା ଓ ରୁମାଲ୍ ଚିପି ହତ୍ୟା କରିଥିଲେ । Advertisement
ଜମିବାଡ଼ି ବିବାଦକୁ ନେଇ ପଡୋଶୀଙ୍କୁ ପିଟିପିଟି ହତ୍ୟା ଅନୁଗୋଳ – ଅନୁଗୋଳ ସଦର ଥାନା ଛେଳିଆପଡ଼ା ଗାଁରେ ଆଜି ଜମିବାଡ଼ିକୁ ନେଇ ଥିବା ପୂର୍ବ ଶତ୍ରୁତାରୁ ଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି ।…
ପୁଲିସ ପରିଚୟ ଦେଇ ଚାନ୍ଦା ଆଦାୟ ବେଳେ ଯୁବକଙ୍କୁ କାବୁ କଲେ ଲୋକେ ଅନୁଗୋଳ – ନିଜକୁ ପୁଲିସ ପରିଚୟ ଦେଇ ଜନସାଧାରଣଙ୍କୁ ଧମକ ଦେଉଥିଲା ଯୁବକ । ସ୍ଥାନୀୟ ଲୋକ ଜାଣି ପାରି ପୁଲିସର ଜିମା ଦେଲେ ଠକକୁ ।…
ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେଲା ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା । ରାଜରାସ୍ତାରେ ହେଉଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ…