ପୋଖରୀରୁ ଇଟାଭାଟି ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଗ୍ରାମରେ ଥିବା ଏକ ପୋଖରୀରେ ବୁଡି ଜଣେ ଇଟାଭାଟି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଲେ ଭଦ୍ରକ ଜିଲ୍ଲା ନାଇକାଣିଡହି ଥାନ ଖାଣ୍ଟଖୁଆ ଗାଁର ସରତ କୁମାର ଓଝା ବୋଲି ଜଣା ପଡିଛି l ସୂଚନା ଅନୁସାରେ ସେ ,  ଭଦ୍ରକ ଜିଲ୍ଲାରୁ ଆସି ଛେଣ୍ତିପଦା ବାହାଳସାହିର ଆନ ସହୁଙ୍କ ପାଖରେ ଇଟା ଭାଟି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ସରତ ଆଜି ଭୋର ସମୟରେ ବାହାଳସାହିର ଏକ ପୋଖରିକୁ ଶୌଚ ହେବାକୁ ଯାଇ ଆଉ ଫେରି ନଥିଲେ । ତାଙ୍କ ସାଥି ଲୋକ ଖୋଜାଖୋଜି କରିବା ବେଳେ ପୋଖରୀ ପାଣିରେ ସରତଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ପୋଖରୀ ଭିତରୁ ଉଦ୍ଧାର କରି ଛେଣ୍ତିପଦା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ କରିବା ପରେ ଘଟଣାର ତଦନ୍ତ କରୁଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page