ଅପରାଧ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ Angul OnlineSeptember 11, 2024September 11, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜୈନେକ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ଛେଣ୍ଡିପଦା ଥାନା ଅଞ୍ଚଳର ହଳଧର ମାଝୀ । ପୁଲିସ ସୂତ୍ରରୁ ପ୍ରକାଶ ଯେ ଛେଣ୍ଡିପଦା ଥାନା ଅଞ୍ଚଳର ହଳଧର ମାଝୀ ଗତ ୬ ତାରିଖ ଦିନ ସେହି ଗ୍ରାମର ଜଣେ ମହିଳାଙ୍କୁ ଘରେ କେହି ନଥିବାର ସୁଯୋଗ ନେଇ ଯୋର ଜବରଦସ୍ତି ଦୁଷ୍କର୍ମ କରିଥିଲେ । ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ତାଙ୍କର ଛୋଟ ଶିଶୁକୁ ମାରି ଦେବାର ଧମକ ଦେଇଥିଲେ । ଏପରିକି ଆଗରୁ ମଧ୍ୟ ମହିଳାଙ୍କୁ ବିଭିନ୍ନ ଧମକ ଦେଇ ଦୁଷ୍କର୍ମ କରିଛି । ଏ ନେଇ ମହିଳା ଜଣଙ୍କ ଭୟଭୀତ ହୋଇ ଦୀର୍ଘ ଦିନ ଚୁପ ରହିବା ପରେ ସାହସ ବାନ୍ଧି ଛେଣ୍ଡିପଦା ଥାନାରେ ଦ୍ୱାରସ୍ଥ ହେବା ସହିତ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ଛେଣ୍ଡିପଦା ଥାନା କେସ ନଂ ୩୭୬/୨୪ରେ ଏକ ମାମଲା ରୁଜୁ କରିବା ସହିତ ହଳଧର ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ପୁଣି ଏକ ଲଜ୍ୟା । ୧ ମାସ ତଳେ ଛେଣ୍ଡିପଦା ଥାନା ଅଞ୍ଚଳରେ ଜଣେ ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ…
ଘର ଭିତରେ ମହିଳାଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା ଓ ଟଙ୍କା ଲୁଟ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାଲୁଙ୍ଗା ଗାଁରେ ଏକୁଟିଆ ଥିବାର ସୁଯୋଗ ନେଇ ଘର ଭିତରେ ଜଣେ ମହିଳାଙ୍କୁ ବାନ୍ଧି ଟଙ୍କା, ସୁନା…
ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଶତ୍ରୁତା ପରେ ଟ୍ରକ ଚକା ତଳେ ଶୁଆଇ ମାରିଦେଲେ ତାଳଚେର – ଗତ ୫ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେର ଶିବରାମପୁର ଜଙ୍ଗଲରେ ହୋଇଥିବା ଯୁବକଙ୍କ ହତ୍ୟା ଘଟଣାର ପର୍ଦାଫାସ ତାଳଚେର ପୁଲିସ କରିଛି । ପ୍ରେମ…