ମୁଖ୍ୟ ଖବର ହୋ ହାଲ୍ଲା ଭିତରେ ସରିଲା କୋଇଲା ଖଣି ପାଇଁ ଜନ ଶୁଣାଣି Angul OnlineSeptember 24, 2024September 24, 2024 ଅନୁଗୁଳ – ଅନଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଖନନ ହେବାକୁ ଯାଉଛି ବୈତରଣୀ ୱେଷ୍ଟ ଓପନ କାଷ୍ଟ କୋଇଲା ଖଣି । ଏହି ଖଣି ଖନନ ପାଇଁ ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନକୁ ମଞ୍ଜୁରୀ ମିଳିଛି । ବାର୍ଷିକ ପ୍ରାୟ ୧୫ ନିୟୁତ ଟନ କୋଇଲା ଉତ୍ପାଦନ ପାଇଁ ଏହି ସଂସ୍ଥାକୁ ମଞ୍ଜୁରୀ ମିଳିଛି । ସେଥିପାଇଁ ଆଜି ଛେଣ୍ଡିପଦା ଠାରେ ପରିବେଶ ଜନିତ ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା । ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଏବଂ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଏହି ଜନଶୁଣାଣିକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ନୀର୍ବାଚନ ମଣ୍ଡଳୀର ଶତାଧିକ ବାସିନ୍ଦା ଉପସ୍ଥିତ ଥିଲେ । ଅନ୍ୟ ପକ୍ଷରେ ଖଣିକୁ ବିରୋଧ କରୁ ଥିବା ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚର ଶତାଧିକ ସଦସ୍ୟ ବିକ୍ଷୋଭ ଶୋଭାଯାତ୍ରା କରି କାର୍ଯ୍ୟକ୍ରମ ହେଉଥିବା ସ୍ଥାନକୁ ଆସିଥିଲେ । ସେମାନେ ଖଣିକୁ ବିରୋଧ କରି ନାରାବାଜି ଦେଇଥିଲେ । ଏଭଳି କିଛି ସମୟ ହେବା ପରେ ଶେଷରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଖଣିକୁ ବିରୋଧ କରୁଥିବା ଲୋକେ ଏବଂ ସମର୍ଥନ କରୁଥିବା ଲୋକଙ୍କ ମଧ୍ୟରେ ପ୍ରଥମେ ବାଦ ବିବାଦ ଦେଖା ଦେଇଥିଲା । ଶୁଣାଣି ବେଳେ ପ୍ରବଳ ହୋ ହଲା ହୋଇଥିଲା । ଖଣି ଖନନ ପାଇଁ ସପକ୍ଷବାଦୀ ଓ ବିପକ୍ଷବାଦୀ ମାତ୍ର ୨୧ ଜଣ ସେମାନଙ୍କ ମତ ରଖିଥିଲା । ଖଣି ବିପକ୍ଷବାଦୀ କହିବା ମାତ୍ରେ ହୋ ହଲା ଆରମ୍ଭ ହୋଇଥିଲା । ତେଣୁ ଖୁବ କମ ସମୟ ମଧ୍ୟରେ ଜନ ଶୁଣାଣି ସମାପ୍ତ କରି ଦିଆ ଯାଇଥିଲା । ତେବେ ଖଣିକୁ ବିରୋଧ କରୁଥିବା ଲୋକଙ୍କ କହିବା ଅନୁସାରେ, ଜନଶୁଣାଣିରେ ସେମାନଙ୍କୁ କଥା ଶୁଣିବାକୁ ଦିଆଗଲା ନାହିଁ । ଏହା ଜନ ଶୁଣାଣି ନଥିଲା ଏକ ପ୍ରହସନ ଥିଲା । ଆଗାମୀ ଦିନରେ ଲୋକ ଏହାର ଜବାବ ଦେବେ ।ଏନେଇ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା କହିଛନ୍ତି, ଆଜିର ଜନଶୁଣାଣି ଏକ ନିର୍ଦିଷ୍ଟ ଦଳର ପ୍ରାୟୋଜିତ ଥିଲା । ଯେଉଁ ଲୋକମାନଙ୍କୁ ଶିଖେଇ ପଠାଇଥିଲେ କେବଳ ତାଙ୍କୁ କହିବା ପାଇଁ ସୁଯୋଗ ଦିଆଯାଉଥିଲା । ଆମେ ଯେତେବେଳେ ପରିବେଶ ସଂକ୍ରାନ୍ତରେ କିଛି ଆଲୋଚନା କରିବା ପାଇଁ ଚେଷ୍ଟା କରିଥିଲୁ, ସେତେବେଳେ ବିଧାୟକଙ୍କ ଲୋକମାନେ ବିଶୃଙ୍ଖଳା କରିବା ସହ ଧମକ ଚମକ୍ ଦେଇ ଆମ କଥାକୁ ଶୁଣିବାକୁ ଦିଆଗଲେ ନାହିଁ । ଆମକୁ କହିବାକୁ ସମୟ ଦିଆଗଲା ନାହିଁ । ଖଣି ଖନନକୁ ବିରୋଧ କରୁଥିବା ଲୋକ କହିଛନ୍ତି ଯେ , ଏଠାରେ ଲୋକଙ୍କୁ କିଛି କହିବାକୁ ଦିଆଗଲା ନାହିଁ । ପୁରୁଷ ମହିଳା ମିଶି ପ୍ରାୟ ୨ ହଜାର ଲୋକ ଜନଶୁଣାଣିକୁ ଆସିଥିଲେ । କିନ୍ତୁ ଆମକୁ କହିବାର କିଛି ସୁଯୋଗ ମିଳିଲାନି । ତେଣୁ ଆମେ ଏ ଜନଶୁଣାଣିକୁ ବିରୋଧ କରୁଛୁ । ଆମ ଲୋକମାନଙ୍କର ଦାବି ସେମାନେ ତାଙ୍କ ଭିଟାମାଟି ଛାଡ଼ିବେ ନାହିଁ । ଜଙ୍ଗଲ ଜମି ଉପରେ ଲୋକମାନଙ୍କର ଅଧିକାର ଅଛି । ଆଗାମୀ ଦିନରେ ଲୋକ ଏହାର ଜବାବ ଦେବେ । ସ୍ଥାନୀୟ ବିଧାୟକ ଅଗସ୍ତି ବେହେରାଙ୍କ କହିବା କଥା ଲୋକଙ୍କର ଯାହା ସ୍ବର ହେଲା ଏଠାରେ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଛି । ପୂର୍ବତନ ବିଧାୟକ ଓ କଂଗ୍ରେସ ଦଳର ନେତା କିଛି ଲୋକଙ୍କୁ ଆଣି ବିରୋଧ କରୁଥିଲେ । ପରିବେଶ ଜନଶୁଣାଣି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି । କୌଣସି ଅପ୍ରିତିକର ପରିସ୍ଥିତି ହୋଇନାହିଁ । ଲୋକମାନଙ୍କୁ ନିଯୁକ୍ତି, ଥଇଥାନ, ପ୍ୟାକେଜ ଦିଆଯିବ । ଯାହା ଭାରତ ବର୍ଷରେ ଏକ ଅନନ୍ୟ ହୋଇ ରହିବ । ସେପଟେ ରାଜ୍ୟ ପଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ରମେଶ ଚନ୍ଦ୍ର ଏକ୍କା ଙ୍କ କହିବା କଥା ୨୧ ଜଣ ଲୋକ ଖଣି ସପକ୍ଷରେ କହିଥିବା ବେଳେ କିଛି ଲୋକ ବିପକ୍ଷରେ କହିଛନ୍ତି । ଆଉ କିଛି ଲୋକ ସର୍ତ୍ତ ମୂଳକ ସମର୍ଥନ କରିଛନ୍ତି । ଏ ସବୁକୁ ନିରପେକ୍ଷ ଭାବେ ଏହାକୁ କେନ୍ଦ୍ର ସରକାରଙ୍କ ଅବଗତ କରାଯିବ । ପରବର୍ତ୍ତି ପର୍ଯ୍ୟୟରେ କ’ଣ କରାଯିବ ତାହା ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ । Advertisement
ବିକୁଥିଲେ ନକଲି ଔଷଧ – ବିଜେପି ନେତାଙ୍କ ଦୋକାନ ସମେତ ଦୁଇ ଦୋକାନ ସିଲ ଅନୁଗୋଳ – ନକଲି ଔଷଧ ବିକ୍ରି ଅଭିଯୋଗରେ ଅନୁଗୋଳର ଗୋଟିଏ ଔଷଧ ଦୋକାନ ଓ ଆଉ ଏକ ହୋଲସେଲ ଦୋକାନକୁ ସିଜ କରା ଯାଇଛି । ଏହି…
ଚୋରା ମଦ ,ଡିଜେଲ ,ଗୁଟଖା ଚୋରା କାରବାରରେ ୫ ଗିରଫ . ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ଠାରେ ବେଆଇନ ଡିଜେଲ ବିକ୍ରି ହେଉଥିବା ଖବର ପାଇ ଅନୁଗୁଳ ସ୍ପେଶିଆଲ ସ୍କ୍ବାର୍ଡ…
ବିନା କାମରେ ବିଲ ଘଟଣା – କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଓ ସହକାରୀ ଯନ୍ତ୍ରୀଙ୍କୁ ଦାୟିତ୍ଵରୁ ଅପସାରିତ ପାଲଲହଡ଼ା – ଅନଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ବରଡିହ ପଞ୍ଚାୟତର ଶିଲପଳା ଗାଁରେ ବିନା କାମରେ ଲକ୍ଷାଧିକ ଟଙ୍କା ହଡପ କରିବାକୁ ସରକାରି ବାବୁ ମାନେ ପଛ…