ଆଞ୍ଚଳିକ ପାଣି ଘେରରେ ଲୋକ Angul OnlineSeptember 26, 2024September 26, 2024 ତାଳଚେର – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ବର୍ଷା ଜଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର କଙ୍କିଳୀ ଗ୍ରାମ ପଂଚାୟତର ଦେହୁରୀ ସାହିରେ । ସୂଚନା ଅନୁସାରେ ଦେହୁରିସାହିକୁ ଡ୍ରେନର ସୁବିଧା ନଥିବାରୁ ବର୍ଷା ଜଳ ସିଧାସଳଖ ଭାବେ ଘର ଭିତରେ ପଶୁଥିବାରୁ ୫ଟି ପରିବାର ଏବେ ପାଣି ଘେରରେ ରହିଛନ୍ତି । ଘର ଭିତରେ ଏକ ଫୁଟର ପାଣି ରହିଥିବା ବେଳେ ଗତକାଲି ଠାରୁ ଉପବାସରେ ରହିଛନ୍ତି ସମସ୍ତ ପରିବାର । ତେବେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସାହି ବାସିନ୍ଦା ଦାବି କରିଛନ୍ତି । ବାରମ୍ବାର ଡ୍ରେନ ପାଇଁ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁ ନଥିବାରୁ ବର୍ଷା ଦିନେ ଏଭଳି ଦୁର୍ଦ୍ଦଶା ଭୋଗୁଥିବା ସାହି ବାସିନ୍ଦା ଅଭିଯୋଗ ଆଣିଛନ୍ତି । ଗତକାଲି ତାଳଚେରରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଚାରିଆଡେ ଜଳମୟ ପରିବେଶ ସୃଷ୍ଟି ହୋଇଛି । Advertisement
ପୋଖରୀରୁ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା କୁସୁମନାଳି ପୋଖରୀରୁ ଆଜି(ବୁଧବାର) ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ପୋଖରୀରେ…
ବନ୍ଦ ପ୍ରତ୍ୟାହୃତ – କେନ୍ଦ୍ର ସରକାର ଦେଲେ ପ୍ରତିଶ୍ରୁତି ଅନୁଗୁଳ – ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା ପାଇଁ ଦୁର୍ଭାଗ୍ୟଜନକ । ପ୍ରଦୂଷଣର ଆଳ ଦେଖାଇ…
ଜରୁରୀ କାଗଜ ପତ୍ର ଓ ଟଙ୍କା ପାଇ ଥାନାରେ ଦେଲେ ଦୁଇ ଯୁବ ବନ୍ଧୁ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ କଳ୍ପତରୁ ହୋଟେଲ ପାଖ ଦେଇ ଯାଉଥିବା ବେଳେ ଦୁଇ ଯୁବ ବନ୍ଧୁ ଚନ୍ଦନ କୁମାର ସାହୁ ଓ କମଳକାନ୍ତ ସାହୁଙ୍କୁ…