ଆଞ୍ଚଳିକ ୧୨ ଫୁଟ ଲମ୍ବର କିଙ୍ଗ କୋବ୍ରା ଉଦ୍ଧାର Angul OnlineSeptember 28, 2024September 28, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଟିକରପଡା ରେଞ୍ଜ ଅଫିସ ନିକଟ ଘାଟ ସାହିରୁ ଆଜି ଏକ ୧୨ ଫୁଟ ଲମ୍ବର କିଙ୍ଗ କୋବ୍ରା ସାପ ଉଦ୍ଧାର କରିଛନ୍ତି ସରପ ମିତ୍ର ଆଦିତ୍ୟ ବେହେରା ଓ ସାଥୀ ବିଜୁ ଭୋଇ, ଚୀନୁ ସାହୁ, ସୌମ୍ୟ ରଂଜନ ସାହୁ । ସୂଚନା ଅନୁସାରେ ଘାଟସାହିରେ ଏକ ବଡ ସାପ କାଠ ଭିତରେ ଥିବା ବନ କର୍ମଚାରୀମାନେ ଖବର ପାଇଥିଲେ । ଏହି ଖବ ପାଇ ସେମାନେ ସରପମିତର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ । ଆଦିତ୍ୟ ଓ ସାଥି ଘଟଣା ସ୍ଥଳରେ ପହଞ୍ଚି କାଠ ଭିତରୁ ସାପକୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗ ଉପସ୍ଥିତିରେ ସାପଟିକୁ ଜଙ୍ଗଲ ଭିତର ସୁରକ୍ଷିତ ସ୍ଥାନରେ ଛାଡି ଦିଆ ଯାଇଥିଲା । Advertisement
ଟ୍ରକ ଦୁର୍ଘଟଣାରେ ମୋଟରସାଇକେଲ ଆରୋହୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ଛକ ନିକଟରେ ଥିବା ଢ଼ାବା ସମ୍ମୁଖରେ ଏକ ମୋଟରସାଇକେଲକୁ ସାମ୍ନାରୁ ଆସୁଥିବା ଏକ ଟ୍ରକ ଧକ୍କା…
ସମ୍ପୁର୍ଣ୍ଣା ପରିବାର ପକ୍ଷରୁ ବର୍ଣ୍ଣାଢ଼୍ୟ ଉତ୍ସବରେ ‘ରିଅଲ ହିରୋ ଆୱାର୍ଡ଼’ ତାଳଚେର – ମହିଳାଙ୍କ ସଶକ୍ତୀକରଣ ପାଇଁ ଏବଂ ସମାଜରେ ସେମାନଙ୍କର ମର୍ଯ୍ୟାଦା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ପାଳିତ ହୋଇ ଆସୁଛି ଅନ୍ତର୍ଜାତୀୟ ମହିଳା…
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅନୁଗୁଳ – ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ସମନ୍ଵିତ ଶିଶୁ ବିକାଶ ଯୋଜନା ଅନୁଗୁଳର ସହଭାଗିତାରେ (ଅଗଷ୍ଟ ୧ – ୭ ତାରିଖ) ବିଭିନ୍ନ…