ମୁଖ୍ୟ ଖବର ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ Angul OnlineOctober 18, 2024October 18, 2024 ଅନୁଗୁଳ – ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଉପରେ କଠୋର ହୋଇଛି ଅନୁଗୁଳ ପୁଲିସ । ୧୦୦ ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ବିଗତ ଦୁଇ ଦିନ ମଧ୍ୟରେ ଜୋରିମାନା ଆଦାୟ କରାଯାଇଅଛି । ସୂଚନା ଅନୁସାରେ ନୂତନ ଏସ.ପି. ରାହୁଲ ଜୈନ ଅନୁଗୁଳରେ ଯୋଗ ଦେବା ପରେ ଅନୁଗୁଳବାସୀ ଆଶାବାଦୀ ଥିଲେ ଯେ ସଦର ମହକୁମା ହେଉ କିମ୍ବା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଢିଥିବା ଆଇନ ଶ୍ରୁଙ୍ଖଳା ପରିସ୍ଥିତି ଉପରେ ନଜର ଦେବେ । ତେବେ ଅନୁଗୁଳରେ ଯୋଗ ଦେବା ପରେ ପରେ ଏସପି ଜିଲ୍ଲାର ବିରିଷ୍ଠ ପୁଲିସ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପରେ ସ୍ଵତନ୍ତ୍ର ଟିମ ମାନ ଗଠନ କରି ଆକ୍ସନ ମୁଡରେ ରହିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ବେଆଇନ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ମଦ ମାଫିଆ ମାନଙ୍କୁ ଗିରଫ କରା ଯାଇଛି । ସେହିଭଳି ବିଭିନ୍ନ ସ୍ଥାନରେ ବେଆଇନବା ଭାବେ ଚାଲିଥିବା ବାଣ କାରଖାନାରେ ଚଢାଉ କରା ଯାଇଛି । ଏତିକିରେ ଅନୁଗୁଳ ପୁଲିସ ନ ରହି ବିଭିନ୍ନ ଅସମାଜିକ କାର୍ଯ୍ୟ କଳାପ ଉପରେ କଡା ନଜର ରଖିଛି ପୁଲିସ । ଏପରିକି ଟ୍ରାଫିକ ନିୟମ ଉଲଂଘନ କରିବା , ବେପରୁଆ ଭାବରେ ତିନିଜଣଙ୍କୁ ଦୁଇଚକିଆ ମୋଟର ଯାନରେ ବସାଇ ଗାଡି ଚଲାଉଥିବା ଉପରେ ଜୋରିମାନା କରା ଯାଇଛି । ଗତ ଦୁଇଦିନ ଭିତରେ ୧୦୦ ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ଟ୍ରାଫିକ ନିୟମ ଏବଂ ନିୟମାବଳୀ ମାନିବାକୁ ଅନୁଗୁଳ ପୁଲିସ ସମସ୍ତଙ୍କୁ ଅନୁରୋଧ କରିଅଛି। Advertisement
ଚାଷୀ ପରିବାରର ସ୍ୱପ୍ନ ସାକାର, ଦୁଇ ଯାଆଁଳା ପୁଅ ହେବେ ଡାକ୍ତର ଛେଣ୍ଡିପଦା – ସୀମିତ ଆର୍ଥିକ ସମ୍ବଳ ଓ ଚାଷୀ ପରିବାରର ସଂଘର୍ଷ ମଧ୍ୟରୁ ଉଠିଆସି ନିଟ୍-ୟୁଜି ୨୦୨୬ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଛନ୍ତି ଅନୁଗୋଳ ଜିଲ୍ଲା…
ଡିକି ଭାଙ୍ଗି ଲୁଟ – ଲୁଟେରାଙ୍କୁ କାବୁ କରିବାକୁ ଯାଇ ଯୁବକ ଆହତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସମୁଖ ବଜାରରୁ ଦିନ ଦିପ୍ରହରେ ମୋଟରସାଇକେଲ ଡିକିରୁ ୩୮ ହଜାର୫୦୦ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି…
ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ଅନୁଗୁଳ – ୨୦୨୦ ମସିହାରେ ଜଣେ ନାବାଳିକାକୁ ଜୋର ଜବରଦସ୍ତ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ କମ…