ମୁଖ୍ୟ ଖବର କିଏ କେଉଁଠାରୁ ପାଇଲେ ଓ.ଏ.ଏସ୍. Angul OnlineOctober 20, 2024October 20, 2024 ଛେଣ୍ଡିପଦାର ଗୌରବ ବଢ଼ାଇଛନ୍ତି ସରିତା ସୁଚରିତା ଅନୁଗୁଳ – ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୭୯ ରାଙ୍କ ରଖି ଅନୁଗୁଳ ଜିଲ୍ଲା ତଥା ଛେଣ୍ଡିପଦାର ଗୌରବ ବଢ଼ାଇଛନ୍ତି ସରିତା ସୁଚରିତା । ଛେଣ୍ଡିପଦା ବ୍ଲକ୍ ବାଗେଡ଼ିଆ ନିକଟସ୍ଥ ବରନାଳୀ ଗାଁର ଟଙ୍କଧର ସାହୁ ଓ ଦେବକୀ ସାହୁଙ୍କ ସାନ ଝିଅ ସରିତା ନିଜ ଦ୍ବିତୀୟ ପ୍ରଚେଷ୍ଟାରେ ଏହି ସଫଳତା ହାସଲ କରିଛନ୍ତି । ସଫଳତା ପାଇଁ କୌଣସି ସହଜ ରାସ୍ତା ନାହିଁ। କଠିନ ପରିଶ୍ରମ ଓ ଅଧ୍ୟବସାୟ ସହିତ ଭଗବାନଙ୍କ ଆଶିର୍ବାଦ ରହିଲେ ନିଶ୍ଚିତ ସଫଳତା ମିଳିବ ବୋଲି ତାଙ୍କର ମତ। ଆଗକୁ ମହିଳାମାନଙ୍କ ଶିକ୍ଷା ଓ ସଶକ୍ତିକରଣକୁ ଅଧିକ ପ୍ରାଧାନ୍ୟ ଦେବେ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ମହିଳାମାନଙ୍କ ଉନ୍ନତି ହେଲେ ହିଁ ସମାଜର ପ୍ରକୃତ ଉନ୍ନତି ହୋଇପାରିବ । ଏଥିପାଇଁ ତୃଣମୂଳ ସ୍ତରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି। ନିଜ ସଫଳତାର ଶ୍ରେୟ ସେ ଜଗନ୍ନାଥଙ୍କ ଆଶିର୍ବାଦ ସହ ବାପା, ମା’ ଓ ପରିବାରର ସମର୍ଥନକୁ ଦେଇଛନ୍ତି। ୧୧୮ ନମ୍ବର ସ୍ଥାନରେ ଅଙ୍କିତା ସାହୁ ସିଭିଲ ସର୍ଭିସ ପରୀକ୍ଷା ର ଫଳାଫଳ ,ଏଥିରେ ୬୮୩ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଅନୁଗୁଳ ସହର ର ପ୍ରଶାନ୍ତ କୁମାର ସାହୁ ଓ ପୁଷ୍ପଲତା ସାହୁ ଙ୍କ ଝିଅ ଅଙ୍କିତା ସାହୁ ୧୧୮ ନମ୍ବର ସ୍ଥାନରେ ରହି ଓଏଏସ ପାଇଁ ମନୋନୀତ ହୋଇଛନ୍ତି । ପିଲା ଟି ଦିନରୁ ଖୁବ୍ ଭଲ ପାଠ ପଢୁଥିବା ଅଙ୍କିତା ଆଶା ରଖିଥିଲେ ଯେ ସେ ଦିନେ ପ୍ରଶାସନିକ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ସମାଜ ପାଇଁ କାର୍ଯ୍ୟ କରିବେ । ମାତ୍ର ୨୪ ବର୍ଷ ବୟସ ରେ ନିଜର ପ୍ରଥମ ପ୍ରଚେଷ୍ଟା ରେ ଅଙ୍କିତା କୁ ଏହି ସଫଳତା ମିଳିଥିବାରୁ ପରିବାର ଓ ସମ୍ପର୍କୀୟ ଙ୍କ ମହଲରେ ଖୁସି ର ଲହରୀ ଖେଳି ଯାଇଛି । ପିଲା ଟି ଦିନରୁ ଭଲ ପାଠ ପଢୁଥିବାରୁ ଅଙ୍କିତା ଙ୍କ ବାପା ତାଙ୍କୁ ସରସ୍ଵତୀ ବିଦ୍ୟା ମନ୍ଦିର ରେ ନାମ ଲେଖାଇ ଥିଲେ ସେଠାରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ଅନୁଗୁଳ କଲେଜ୍ ରେ ଦ୍ଵାଦଶ ଓ ଓୟୁଏଟି ରେ ସ୍ନାତକ ଓ ସ୍ନାତୋକତ୍ତର ପଠା ପଢ଼ିଥିଲେ । ଲୋକ ସେବା ପାଇଁ ମନଭିତରେ ଥିବା ଇଛାକୁ ସାକାର କରିବା ପାଇଁ ଓଡିଶା ଲୋକସେବା ଆୟୋଗ ପରୀକ୍ଷା ଦେଇ ସଫଳତା ହାସଲ କରିଛନ୍ତି । ଶିକ୍ଷା ହିଁ ବିକାଶର ବାଟ ଖୋଲିପାରିବ-ଗିରିଜା ଭୂଷଣ ପ୍ରଧାନ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ ୨୬୦ତମ ସ୍ଥାନ ଗ୍ରହଣ କରିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବସନ୍ତପୁର ପଞ୍ଚାୟତ ଡେଉଁରିଆଝରଣ ଗ୍ରାମର ଗିରିଜା ଭୂଷଣ ପ୍ରଧାନ। ଶିକ୍ଷକ ସୁରେଶ ଚନ୍ଦ୍ର ପ୍ରଧାନ ଓ ବନିତା ପ୍ରଧାନଙ୍କ ପୁତ୍ର ଗିରିଜା ଦ୍ବିତୀୟ ପ୍ରଚେଷ୍ଟାରେ ଏହି ସଫଳତା ହାସଲ କରିଛନ୍ତି । ଏହି ସଫଳତା ହାସଲ କରିବା ନେଇ ସେ କୁହନ୍ତି, ଭଗବାନଙ୍କ ଆଶୀର୍ବାଦ ସହ ପରିବାରର ସମର୍ଥନ ଓ ପତ୍ନୀଙ୍କ ପ୍ରେରଣା ପାଇଁ ତାଙ୍କୁ ଏହି ସଫଳତା ମିଳିଛି । ସଫଳତା ପାଇଁ ନିୟମିତ ପରିଶ୍ରମ କରିବାକୁ ପଡ଼ିବ। ଧୈର୍ଯ୍ୟର ସହ ପରିଶ୍ରମ ଜାରି ରଖିଲେ ସଫଳତା ନିଶ୍ଚିତ ଭାବେ ମିଳିବ ବୋଲି ସେ କହିଛନ୍ତି। ତେବେ ଆଗକୁ କର୍ମକ୍ଷେତ୍ରରେ ଶିକ୍ଷା ଉପରେ ସେ ଅଧିକ ଗୁରୁତ୍ବ ଦେବେ। ଶିକ୍ଷା ହିଁ ବିକାଶର ବାଟ ଖୋଲିପାରିବ । ଶିକ୍ଷା ଅନେକ ସମସ୍ୟାର ମୁକ୍ତି ଦେଇପାରିବ ବୋଲି ତାଙ୍କର ମତ । ସେହିପରି ମହିଳା ସଶକ୍ତିକରଣ ଦିଗରେ ମଧ୍ଯ ଧ୍ୟାନ ଦେବେ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ଶିକ୍ଷକତାରୁ ଓ.ଏ.ଏସ୍. ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମୁକେଶ କୁମାର ଭୋଇ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ ୩୧୧ ରାଙ୍କ ରଖି ଗୌରବ ଆଣିଛନ୍ତି । ୨୦୨୨ ରୁ ବର୍ତ୍ତମାନ ଓଡିଶା ଆଦର୍ଶ ବିଦ୍ୟାଳୟ ଝରାବେରେଣୀ, କଣିହାଁ ଅନୁଗୁଳ ଠାରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ମୁକେଶ ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ୍ ଏଜୁକେସନ୍, ଭୁବନେଶ୍ବରରୁ ବିଇଡି ଓ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ବରରେ ଫିଜି କରିଛନ୍ତି । ଶିକ୍ଷକ ଭାବରେ ସେ ଦେଶ ତଥା ରାଜ୍ଯର ଭବିଷ୍ୟତ ଗଢୁଥିବା ବେଳେ ଏବେ ସିଧାସଳଖ ରାଜ୍ଯର ସେବା କରି ପାରିବେ ବୋଲି କହିଛନ୍ତି । ଷଷ୍ଠ ଥରରେ ପାଇଲେ ସଫଳତା ଓଏଏସ୍ ପରୀକ୍ଷାରେ ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ୍ ହିମିତିରା ପଞ୍ଚାୟତ ଘୋଷର ଗ୍ରାମର ରଶ୍ମିରଞ୍ଜନ ରାଉତ ଚଳିତବର୍ଷ ଓପିଏସ୍ସି ପରୀକ୍ଷାରେ ୪୦ତମ ସ୍ଥାନ ରଖ୍ କୃତକାର୍ଯ୍ୟ ହୋଇଛନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ସଫଳତା ପଛରେ ତାଙ୍କ ପିତା ସ୍ବର୍ଗତ ପ୍ରଭାକର ରାଉତଙ୍କ ପ୍ରେରଣା ରହିଥିବା ସେ ପ୍ରକାଶ କରିଛନ୍ତି। ରଶ୍ମିରଞ୍ଜନ କିଶୋରନଗର ହାଇସ୍କୁଲରେ ଦଶମ ଶ୍ରେଣୀ, କିଶୋରନଗର ଉଚ୍ଚମାଧ୍ଯମିକ ବିଦ୍ୟାଳୟରେ ଯୁକ୍ତ ୨ ଏବଂ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ଯୁକ୍ତ ୩ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଅନୁଗୁଳର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ କ୍ୟାସିଅର୍ ଭାବରେ କାର୍ଯ୍ୟ କରୁଥିଲେ। କାମ ସହିତ ସେ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଥିଲେ। ପରୀକ୍ଷାରେ ସେ ୪୦ତମ ସ୍ଥାନରେ ଥିବାରୁ ବହୁତ ଖୁସିଥିବା ପ୍ରକାଶ କରିଥିଲେ। ଆଗରୁ ୫ଥର ପରୀକ୍ଷା ଦେଇଥିଲେ ମଧ୍ୟ ସେ ଭାଙ୍ଗି ପଡ଼ି ନଥିଲେ। ଶେଷରେ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସେ ଆଜି ସଫଳତା ହାସଲ କରିଛନ୍ତି ବୋଲି କହିଛନ୍ତି। Advertisement
ଭାଇକୁ ମାରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି ଅନୁଗୁଳ – ଭାଇକୁ ହତ୍ୟା କରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି । ହେଲେ ରଖେ ହଋ ତ ମାରେ କିଏ ?…
ଭୟାବହ ଅଗ୍ନିକାଣ୍ଡ – ଗୋରୁ , ମେଣ୍ଢା ଜୀବନ୍ତ ଦଗ୍ଧ , ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଖାଲଗାଁରେ ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି । ଏଥିରେ ଦୁଇଟି ପରିବାରର ୬ ଟି…
ଡାକ୍ତରଖାନାରେ ମୃତ ଯୁବକଙ୍କୁ ଜୀବିତ ଭାବି ଘଷା ମଜା – ପୁଲିସକୁ ହେବାକୁ ପଡିଲା ନାକେଦମ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି(ସୋମବାର) ଏକ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ଜଣେ ମୃତ ବ୍ୟକ୍ତିଙ୍କୁ ଜୀବିତ କହି ପରିବାର ଓ…