ମୁଖ୍ୟ ଖବର ଗାଁରେ ଅଜଣା ଜନ୍ତୁ ଆତଙ୍କ – ୧୦ ରୁ ଅଧିକ ଛେଳି ମାରି ଖାଇଦେଲା Angul OnlineNovember 2, 2024November 2, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନଖଣ୍ଡ ହିଡ଼ସିଂହ ଗାଁରେ ଅଜଣା ଜନ୍ତୁ ଆତଙ୍କ । ଆଜି(ଶନିବାର) ସନ୍ଧ୍ୟାରେ ଗାଁର ୨ ଟି ଛେଳିଙ୍କର ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇ ଥିବା ବେଳେ ଦୁଇଟି ଛେଳି ଗୁରୁତର ଅଛନ୍ତି। ଏହା ସହ ଗାଁ ମୁଣ୍ଡ ପଡିଆରୁ ଚରି ଯାଇ ଫେରିବା ପରେ ୭ ଟି ଛେଳି ନିଖୋଜ ଥିବା ମଧ୍ୟ ଜଣା ପଡ଼ିଛି । ଏହା ଜଣା ପଡିବା ପରେ ଗାଁରେ ଅଜଣା ଜନ୍ତୁ ଆତଙ୍କ ଖେଳି ଯାଇଛି । ଖବର ପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଁଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି । ତେବେ ଏହା କଲରାପତରିଆ ବାଘ ହୋଇ ଥାଇ ପାରେ ବୋଲି ସନ୍ଦେହ କରା ଯାଉଛି ବୋଲି ବନ୍ତଳା ରେଞ୍ଜର କହିଛନ୍ତି । Advertisement
ସ୍ଵାମୀ ସହ ଆସି ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ ଅନୁଗୁଳ – ସ୍ଵାମୀ ସହ ବୁଲିବାକୁ ଆସିଲେ । ଆଉ ମଉକା ଦେଖି ପ୍ରେମିକ ସହ ଛୁ ମାରିଲା ଗୋଟିଏ ସନ୍ତାନର ମା । ଏଭଳି ଘଟଣା…
ବିରଳ ପ୍ରଜାତିର ଶାଳିଆପତନି ଠାବ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଏକ ବିରଳ ପ୍ରଜାତିର ଶାଳିଆପତନି ଠାବ କରା ଯାଇଛି । ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ…
ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ – ବରଖାସ୍ତ ହେଲେ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ଭୁବନେଶ୍ଵର – ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ…