ଆଞ୍ଚଳିକ ବନ୍ୟଜନ୍ତୁଙ୍କର ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ଖବରଦାତା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ Angul OnlineNovember 6, 2024November 6, 2024 ଅନୁଗୁଳ – ଅନୁଗୁଳ ଜିଲା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଗଜ ଉତ୍ସବ ନାମକ ଏକ କର୍ମଶାଳା ଆୟୋଜନ ହୋଇଥିଲା । ପ୍ରକୃତି ପରିବେଶ ଓ ବନ୍ୟଜୀଵନ ସମିତି, ଭାରତୀୟ ବନ୍ୟଜୀଵ ଟ୍ରଷ୍ଟ ଏବଂ ବନ ବିଭାଗ ର ମିଳିତ ପ୍ରଚେଷ୍ଟାରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । କର୍ମଶାଳା ପ୍ରାରମ୍ଭରେ ଗଜ ଉତ୍ସବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଭାରତୀୟ ବନ୍ୟଜୀଵ ଟ୍ରଷ୍ଟର ଅରବିନ୍ଦ ସାମଲ ବିସ୍ତୃତ ଭାବେ ବର୍ଣନା କରିଥିଲେ । ହାତୀ ସମେତ ବନ୍ୟଜନ୍ତୁ ଙ୍କର ସୁରକ୍ଷା ଓ ପରିଚାଳନା ଏକ ସକାରାତ୍ମକ ମୂଳକ ସହଯୋଗ ଭିତିରେ ହେବା ଆବଶ୍ୟକ। ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ଖବରଦାତା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜଙ୍ଗଲ, ବନ୍ୟଜନ୍ତୁ, ଜୈବବିବିଧତା ସୁରକ୍ଷା ଏକ ବୈଷୟକ, ବିଜ୍ଞାନ ସମ୍ମତ ଏବଂ ଆଇନ ଆଧାରିତ ପ୍ରସଙ୍ଗ ହୋଇଥିବାରୁ ଖବରକାଗଜରେ ସଠିକ ଖବର ପ୍ରକାଶିତ ହେବା ଏକାନ୍ତ ଆବଶ୍ୟକ ବୋଲି କର୍ମଶାଳା ରେ ଆଲୋଚନା ହୋଇଛି । ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ସମୟରେ ସଂରକ୍ଷଣ ରେ ହୋଇଥିବା ସରକାରୀ କାର୍ଯ୍ୟକ୍ରମ ଓ ଅପରାଧିକ ଘଟଣାର ସଠିକ ସୂଚନା ଖବରଦାତା ମାନଙ୍କୁ ଜଣାଇବା ଆବଶ୍ୟକ। ଅନୁରୂପ ଭାବରେ ସଠିକ ଏବଂ ଠୋସ ସୂଚନା ନ ପାଇ ତରବରିଆ ଭାବରେ ଖବର ପ୍ରକାଶ କରିବା ଦ୍ଵାରା ବେଳେ ବେଳେ ସଂରକ୍ଷଣ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିବା କର୍ମଶାଳା ରେ ଆଲୋଚନା ହୋଇଥିଲା । ଢେଙ୍କାନାଳ ବନଖଣ୍ଡ ପରେ ଅନୁଗୋଳ ବନଖଣ୍ଡକୁ ଗଜ ଉତ୍ସବ ରେ ଗଜ ଦଣ୍ଡ ହସ୍ତାନ୍ତର କରାଯାଇଥିଲା । ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର ଗଜ ଦଣ୍ଡକୁ ଗ୍ରହଣ କରିବା ସହିତ ଖବରଦାତା ଓ ବନ ବିଭାଗ ମଧ୍ୟରେ ସମନ୍ୱୟ ଓ ସୁସମ୍ପର୍କ ରହିବ ଦିଗରେ ଉପସ୍ଥାପନ କରିଥିଲେ। ହାତୀ ଓ ବନ୍ୟଜୀବ ମାନଙ୍କ ସୁରକ୍ଷା କ୍ଷେତ୍ରରେ ଭୂମିକା ଗୁରୁତ୍ୱପୂର୍ଣ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଶାନ୍ତନୁ ସର, ପୂର୍ବତନ ବନ ଅଫିସର ଡା. ଅରୁଣ କୁମାର ମିଶ୍ର, ଭାରତୀୟ ବନ୍ୟଜୀଵ ଟ୍ରଷ୍ଟ ର ଜୀଵ ବିଜ୍ଞାନୀ ସୁବ୍ରତ କୁମାର ବେହେରା, ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି ର ସମ୍ପାଦକ ପ୍ରସନ୍ନ କୁମାର ବେହେରା ପ୍ରମୁଖ ହାତୀ ସମେତ ବନ୍ୟଜୀବ ମାନଙ୍କ ର ବ୍ୟବହାରିକ ଓ ସାମାଜିକ ଚଳଣି, ଖାଦ୍ୟ, ପାନୀୟ, ବାସସ୍ଥଳୀ ଏବଂ ସେମାନଙ୍କ ପ୍ରତି ଥିବା ଚ୍ୟାଲେଞ୍ଜ ସମ୍ପର୍କ ରେ ଉପସ୍ଥାପନା କରିଥିଲେ। Advertisement
ଟ୍ରକ ଧକ୍କାରେ ମହିଳା ମୃତ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା ଦେଈ ଯାଇଥିବା ଅନୁଗୋଳ ସମ୍ବଲପୁର 55ନଂ ଜାତୀୟ ରାଜପଥର ଭାଗିରଥିପୁର ଛକରେ ରବିବାର ଟ୍ରକ ଧକ୍କାରେ ଜଣେ…
କସ୍ତୁରଵା ଥିଲେ ମହାତ୍ମା ଗାନ୍ଧୀଜୀଙ୍କର ଅହିଂସାର ମୁଳସୁତ୍ର ଅନୁଗୁଳ – ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଜୀଙ୍କର ୭୭ ତମ ପୂଣ୍ୟ ତିଥି କାଙ୍ଗୁଲା ସ୍ଥିତ ଉଜ୍ଜଵଳା ଅନୁଷ୍ଠାନ ରେ ପାଳିତ ହୋଇଯାଇଛି । ଦକ୍ଷିଣ ଆଫ୍ରିକାରୁ ମୋହନଦାସ…
ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ପାଳିତ ଅନୁଗୁଳ – ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ କୋଭିଡ ନିତୀନିୟମ ସହ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ‘ଅଭିନନ୍ଦନମ -୨୦୨୧’ ପାଳିତ ହୋଇଯାଇଛି । ଏହି ଉତ୍ସଵରେ ମୂଖ୍ୟ…