ସମସ୍ୟା ଜି.ଏସ୍.ଟି. କାର୍ଯ୍ୟାଳୟ ଘେରିଲେ ବ୍ୟବସାୟୀ Angul OnlineNovember 6, 2024November 6, 2024 ଅନୁଗୁଳ – ଜୟପୁରରେ ବ୍ୟବସାୟିକ ଅନୁଷ୍ଠାନରେ ଅତର୍କିତ ଚଢ଼ାଉ ପରେ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାର ପ୍ରତିବାଦର ସ୍ବର ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଆଜି ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଏହାର ପ୍ରତିବାଦ କରାଯାଇ ଜି ଏସ ଟି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଶତାଧିକ ବ୍ୟବସାୟୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜି ଏସ ଟି କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହାତରେ ପ୍ଲାକାର୍ଡ ଧରି ଜି ଏସ ଟି ସଂସ୍ଥା ଓ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ । ଯେଉଁ ଜି ଏସ ଟି କର୍ମଚାରୀ ମାନେ ଏଭଳି କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ ବ୍ୟବସାୟୀ ସଂଘ । ସେମାନଙ୍କ କହିବା କଥା ବ୍ୟବସାୟୀ ମାନେ ଚୋର ନୁହଁନ୍ତି । ଯେଉଁ ବ୍ୟବସାୟୀ ମାନେ ଜି ଏସ ଟି ଦେଉଛନ୍ତି , ଯେଉଁମାନେ ସରକାରଙ୍କୁ ରାଜସ୍ୱ ଦେଉଛନ୍ତି ସେମାନଙ୍କ ଅନୁଷ୍ଠାନ ଉପରେ ବିନା ନୋଟିସ , ବିନା ଖବରରେ ଚଢ଼ାଉ କରା ଯାଉଛି । ଯାହା ଫଳରେ ଚାପଗ୍ରସ୍ତ ହେଉଛନ୍ତି ବ୍ୟବସାୟୀ । ଏହାକୁ ସେମାନେ ନିନ୍ଦା କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ନ ହେବାକୁ ଦାବି କରିଛନ୍ତି । Advertisement
ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ଅନୁଗୁଳ – ଓଡିଶା ବିଧାନସଭାରେ ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ମାନ୍ୟବର ବିଧାୟକ ଅନୁଗୁଳଙ୍କ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ।…
ରୋଗୀଙ୍କୁ ଏକ୍ସପାରି ଔଷଧ – ମେଡିକାଲରେ ଉତ୍ତେଜନା ବଇଣ୍ଡା – ଅନୁଗୁଳ ଜିଲ୍ଲା ହଣ୍ଡପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଏକ୍ସପାରି ଔଷଧ ଡ଼ିଆ ଯାଉଥିଲା । ଯାହାକୁ ନେଇ ପ୍ରାୟ ଦୁଇ ଘଣ୍ଟା ଧରି…
ରେଳ ଚଳାଚଳ ନେଇ ତିନିଦଫା ଦାବି ଓ ଶାନ୍ତିପୂର୍ଣ୍ଣ ଧାରଣ ଅନୁଗୁଳ – ଅନୁଗୁଳ ଜିଲ୍ଲା ରେଳଷ୍ଟେଶନରେ ରବିବାର ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍ରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକାଲ ଟ୍ରେନ୍ ଚାଳାଚଳ…