ସମସ୍ୟା ଜି.ଏସ୍.ଟି. କାର୍ଯ୍ୟାଳୟ ଘେରିଲେ ବ୍ୟବସାୟୀ Angul OnlineNovember 6, 2024November 6, 2024 ଅନୁଗୁଳ – ଜୟପୁରରେ ବ୍ୟବସାୟିକ ଅନୁଷ୍ଠାନରେ ଅତର୍କିତ ଚଢ଼ାଉ ପରେ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାର ପ୍ରତିବାଦର ସ୍ବର ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଆଜି ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଏହାର ପ୍ରତିବାଦ କରାଯାଇ ଜି ଏସ ଟି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଶତାଧିକ ବ୍ୟବସାୟୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜି ଏସ ଟି କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହାତରେ ପ୍ଲାକାର୍ଡ ଧରି ଜି ଏସ ଟି ସଂସ୍ଥା ଓ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ । ଯେଉଁ ଜି ଏସ ଟି କର୍ମଚାରୀ ମାନେ ଏଭଳି କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ ବ୍ୟବସାୟୀ ସଂଘ । ସେମାନଙ୍କ କହିବା କଥା ବ୍ୟବସାୟୀ ମାନେ ଚୋର ନୁହଁନ୍ତି । ଯେଉଁ ବ୍ୟବସାୟୀ ମାନେ ଜି ଏସ ଟି ଦେଉଛନ୍ତି , ଯେଉଁମାନେ ସରକାରଙ୍କୁ ରାଜସ୍ୱ ଦେଉଛନ୍ତି ସେମାନଙ୍କ ଅନୁଷ୍ଠାନ ଉପରେ ବିନା ନୋଟିସ , ବିନା ଖବରରେ ଚଢ଼ାଉ କରା ଯାଉଛି । ଯାହା ଫଳରେ ଚାପଗ୍ରସ୍ତ ହେଉଛନ୍ତି ବ୍ୟବସାୟୀ । ଏହାକୁ ସେମାନେ ନିନ୍ଦା କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ନ ହେବାକୁ ଦାବି କରିଛନ୍ତି । Advertisement
ମେଗା ପାନୀୟ ଜଳ ପ୍ରକଳ୍ପ – ଆରମ୍ଭରୁ କେଁ ଅନୁଗୋଳ – ଅନୁଗୋଳ ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ପଞ୍ଚାୟତର ବେହେରା ସାହିରେ ନିର୍ମାଣ ହେବ ମେଗା ପାନୀୟ ଜଳ ପ୍ରକଳ୍ପ । ମହାନଦୀରୁ ପାଣି ଉଠିବ ,…
ପ୍ରଦୂଷଣ ସମସ୍ଯା ସମାଧାନ ପାଇଁ ସାଇକେଲରେ ଭୁବନେଶ୍ୱର ଯାଇ ମନ୍ତ୍ରୀଙ୍କୁ ଭେଟିଲେ ସ୍ଵେଚ୍ଛାସେବୀ ଅନୁଗୁଳ – ଶିଳ୍ପ ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ହେଲେ ଏହାର ପ୍ରତିକାର ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଉ ନାହିଁ…
ବଳରାମ କୋଇଲାଖଣି ସଂପ୍ରସାରଣ ପାଇଁ ଆୟୋଜିତ ଜନଶୁଣାଣୀକୁ ବିରୋଧ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରଠାରେ ଅବସ୍ଥିତ ମହାନଦୀ କୋଲଫିଲଡସ କମ୍ପାନୀର ବଳରାମ କୋଇଲାଖଣି କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ନିଜର…