ମୁଖ୍ୟ ଖବର ପରିବାରର ସଦସ୍ୟ ଭଳି ରୀତିନୀତିରେ କୁକୁରର ଅନ୍ତିମ ସଂସ୍କାର Angul OnlineNovember 15, 2024November 15, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦୁର୍ଗାପୁର ଗାଁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପଶୁ ପ୍ରତି ମଣିଷର ଭଲପାଇବା କେତେ ଗଭୀର ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଏକ ବୁଲା କୁକୁରର ମୃତ୍ୟୁ ପରେ ୬ ଖଣ୍ଡ କାଠରେ କୋକେଇ ବନ୍ଧା ଯାଇଥିଲା । କଦଳୀ ଗଛ ଆଉ ଫୁଲରେ ସଜେଇ କୋକେଇରେ କୁକୁରକୁ ଶୁଆଇ ଗାଁ ମୁଣ୍ଡ ସ୍ମଶାନକୁ ନେଇ ଗାଁ ଲୋକେ ତା’ର ଅନ୍ତିମ ସଂସ୍କାର କରିଥିଲେ। ସୂଚନା ଅନୁସାରେ ଗାଁରେ ଏକ ବୁଲା କୁକୁର ଥିଲା । ଯାହାକୁ ସମସ୍ତେ ଚାଲନ୍ଦୁ ବୋଲି ଡାକୁଥିଲେ । ଚନ୍ଦୁ ଗାଁର ପ୍ରାୟ ସମସ୍ତଙ୍କ ପ୍ରିୟ ଥିଲା । ଡାକିଦେଲେ ଦଉଡି ଆସୁଥିଲା ପାଖକୁ । ଆଉ ଗାଁର ଯାହା ସହ ହେଉନା ତାହା ସହ ଘଷି ହୋଇ ଗେଲ ହେଉଥିଲା । ହେଲେ କୌଣସି କାରଣ ବଶତଃ ଆଜି କୁକୁରଟିର ମୃତ୍ୟୁ ହୋଇଥିଲା । ଯେଉଁଥିପାଇଁ ଗାଁ ଲୋକ ଦୁଃଖରେ ଭାଙ୍ଗି ପଡିଥିଲେ । ଆଉ ଶେଷରେ ମଣିଷ ଭଳି ଯଥା କୋକେଇରେ ନେଇ ଖଇ କଉଡ଼ି ବିଂଛି ସ୍ମଶାନକୁ ନେଇ ଯାଇଥିଲେ । ଆଉ ସେଠାରେ ଗାତ ଖୋଳି କୁକୁରର ଅଂତିମସଂସ୍କାର କରିଥିଲେ । Advertisement
ପୋଖରୀରୁ ଇଟାଭାଟି ଶ୍ରମିକଙ୍କ ମୃତଦେହ ଉଦ୍ଧାର ଅନୁଗୁଳ- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଗ୍ରାମରେ ଥିବା ଏକ ପୋଖରୀରେ ବୁଡି ଜଣେ ଇଟାଭାଟି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ…
ଦୁଇ ଛୁଆଙ୍କୁ ବିଷ ପିଆଇଦେଲା ବାପା ଅନୁଗୁଳ – ପାରିବାରିକ କଳହରୁ ଦୁଇ ଛୁଆକୁ ବିଷ ଦେଲା ବାପା । ଗୁରୁତର ଅବସ୍ଥାରେ ଦୁଇ ନବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଗ୍ରାମବାସୀ…
ଖଣି ଅଞ୍ଚଳରୁ ଦାରୁ ଚିହ୍ନଟ ହୋଇ ଗଲା ସୁନ୍ଦରକଲି ତାଳଚେର – ମା ହିଙ୍ଗୁଳାଙ୍କ ସ୍ୱପ୍ନାଦେଶ ପରେ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ପାଇଁ ତାଳଚେର ହେଁସମୁଳ ଗ୍ରାମଠାରେ ଦାରୁ ଚିହ୍ନଟ ହେବା ପରେ ଆଜି ଦାରୁ ସଂଗ୍ରହ…